ସମ୍ବର୍ତ୍ତ Sambartta

  • ସଂ. ବି (ସମ୍+ବୃତ୍ ଧାତୁ=ହେବା+ଭାବ. ଅ) — କଳ୍ପାନ୍ତ ମହାପ୍ରଳୟ — The universal Deluge at the end of a Kaḻpa or age
  • ସଂ. ବି (ସମ୍+ବୃତ୍ ଧାତୁ=ହେବା+ଭାବ. ଅ) — (+କର୍ତ୍ତୃ. ଅ) ବହୁ ଜଳବର୍ଷୀ ମେଘବିଶେଷ; ଚାରି ପ୍ରକାର ମେଘରୁ ଏକତମ — The name of one of the four classes of clouds, which rains much
  • ସଂ. ବି (ସମ୍+ବୃତ୍ ଧାତୁ=ହେବା+ଭାବ. ଅ) — ପ୍ରଳୟ କାଳୀନ ସପ୍ତ ମେଘରୁ ଏକତମ — Name of a kind of cloud raining during the Disso- lution of the universe
  • ସଂ. ବି (ସମ୍+ବୃତ୍ ଧାତୁ=ହେବା+ଭାବ. ଅ) — ମୁନିବିଶେଷ — Name of a sage
  • ସଂ. ବି (ସମ୍+ବୃତ୍ ଧାତୁ=ହେବା+ଭାବ. ଅ) — [ଦ୍ର— ଏ ମହର୍ଷି ଅଙ୍ଗିରାଙ୍କ ପୁତ୍ର ଓ ବୃହସ୍ପତିଙ୍କ ସାନ ଭାଇ। ବୃହସ୍ପତିଙ୍କର ଏହାଙ୍କ ପ୍ରତି ବିଦ୍ୱେଷ ଥିବାରୁ ଏ ଗୃହତ୍ୟାଗ କରି ବହୁ ଦେଶ ପର୍ଯ୍ୟଟନ କରିଥିଲେ। ଏହାଙ୍କ ପୌରୋହିତ୍ୟରେ ମରୁତ୍ତ ରାଜା ନିର୍ବିଘ୍ନରେ ଯଜ୍ଞ ସମ୍ପାଦନ କରିବାରୁ ଇନ୍ଦ୍ର ଉକ୍ତ ଯଜ୍ଞରେ ବିଘ୍ନ ଘଟାଇବାକୁ ଅସମର୍ଥ ହୋଇ ଶେଷରେ ମରୁତ୍ତଙ୍କ ସଙ୍ଗେ ସଖ୍ୟ ସ୍ଥାପନ କଲେ। ଏହି ଋଷି ତପସ୍ୟାଦ୍ୱାରା ବିଶେଷ ଆତ୍ମୋନ୍ନତି ଲାଭ କରିଥିଲେ।]
  • ସଂ. ବି (ସମ୍+ବୃତ୍ ଧାତୁ=ହେବା+ଭାବ. ଅ) — କର୍ଷକ ଫଳ ବୃକ୍ଷ — Name of a fruit-bearing tree
  • ସଂ. ବି (ସମ୍+ବୃତ୍ ଧାତୁ=ହେବା+ଭାବ. ଅ) — (+ଭାବ. ଅ) (କୌଣସି) ଆଡ଼କୁ ବୁଲିବା — Turning towards Apte
  • ସଂ. ବି (ସମ୍+ବୃତ୍ ଧାତୁ=ହେବା+ଭାବ. ଅ) — (+ କର୍ତ୍ତୃ. ଅ) ମେଘ — A cloud (Apte)
  • ସଂ. ବି (ସମ୍+ବୃତ୍ ଧାତୁ=ହେବା+ଭାବ. ଅ) — ବର୍ଷ — A year (Apte)
  • ସଂ. ବି (ସମ୍+ବୃତ୍ ଧାତୁ=ହେବା+ଭାବ. ଅ) — (+ଅଧି. ଅ) ସମୂହ — Collection; multitude