ସମ୍ବର ଦଶମୀ Sambara daṡamī
- ଦେ. ବି (ସଂ. ଶାମ୍ବ ଦଶମୀ) — ପୌଷ ଶୁକ୍ଳ ଦଶମୀରେ ଅନୁଷ୍ଠିତ ହିନ୍ଦୁମାନଙ୍କ ବ୍ରତ ବିଶେଷ; (ଏହି ବ୍ରତକୁ ଆଚାଣ୍ଡାଳ ସବୁ ଜାତି ପାଳନ କରନ୍ତି) — A Hindu festival of Worshipping the Sun-god on the 10th day of the bright lunar fortnight of the month of Pa̲u̲sha, observed by all classes of people
- ଦେ. ବି (ସଂ. ଶାମ୍ବ ଦଶମୀ) — [ଦ୍ର—ଏହି ଦିନ ପିଷ୍ଟକ, ନାରୀକେଳ, କଦଳୀ, ଶର୍କରା ଆଦି ନୈବେଦ୍ୟ ଅର୍ପଣ କରି ମଧ୍ୟାହ୍ନରେ ସୂର୍ଯ୍ୟଙ୍କ ପୂଜା କରାଯାଏ। ଏଥିର ବାକ୍ୟ—"ପୌଷେ ମାସି ସିତେ ପକ୍ଷେ ଦଶମ୍ୟାଂ ଧର୍ମ ଦେବତାଂ ଘୃତପାଚିତ ପୂପାଦ୍ୟୈଃ ପୂଜୟେଦିଷ୍ଟଲାଭତଃ।" କେହି କେହି ଉଦୟ କାଳରେ, ମଧ୍ୟାହ୍ନରେ ଓ ସନ୍ଧ୍ୟାରେ ମଧ୍ୟ ସେହିପରି ପୂଜା କରନ୍ତି। ଏହି ତିନିଥର ପୂଜାରେ ନୈବେଦ୍ୟ ବିଭିନ୍ନ।]