ସମ୍ପାଦିବା Sampādibā
- ଦେ. କ୍ରି (ସମ୍ପାଦିଧାତୁ) — ସମାଧାନ କରିବା — To accomplish
- ଦେ. କ୍ରି (ସମ୍ପାଦିଧାତୁ) — (ଉ—ଅନ୍ତ୍ୟେଷ୍ଠି ସମ୍ପାଦି ବାହୁଡ଼ିଲେ ଶୂନ୍ଯ ମନେ ସକଳେ। ରାଧାନାଥ, ଉଷା।)
- ଦେ. କ୍ରି (ସମ୍ପାଦିଧାତୁ) — ସାଇତିବା; ଯତ୍ନପୂର୍ବକ ରକ୍ଷା କରିବା; ରକ୍ଷଣାବେକ୍ଷଣ କରିବା — To preserve; to store with care; to keep in custody
- ଦେ. କ୍ରି (ସମ୍ପାଦିଧାତୁ) — (ଉ—ଯତ୍ନେ ସମ୍ପାଦିବା ଚିନ୍ତାମଣି ଅବା ମୋ କରେ ଦେଲୁ ସୁସାରେ । କବିସୂର୍ଯ୍ୟ, କିଶୋରୀଚମ୍ପୂ, 'ଯ' ଗୀତ।
- ଦେ. କ୍ରି (ସମ୍ପାଦିଧାତୁ) — ସଂଗ୍ରହ କରିବା — To gather; to collect
- ଦେ. କ୍ରି (ସମ୍ପାଦିଧାତୁ) — ମନରେ ସ୍ଥାନ ଦେବା — To entertain in the mind
- ଦେ. କ୍ରି (ସମ୍ପାଦିଧାତୁ) — (ଉ—ତନୁମଧ୍ୟା କିଶୋରୀ, ମନୁ ଦେଇ ପାସୋରି, ସେ ସ୍ନେହ ସମ୍ପାଦୁଛୁ ଭାର ଭାର। କବିସୂର୍ଯ୍ୟ, ସଙ୍ଗୀତ।)
- ଦେ. କ୍ରି (ସମ୍ପାଦିଧାତୁ) — ଚିନ୍ତା କରିବା — To brood over a matter
- ଦେ. କ୍ରି (ସମ୍ପାଦିଧାତୁ) — (ଉ—ଚମ୍ପା କହନା ଜଗତ ବନ୍ଦନାକୁ ସମ୍ପାଦିବ ସିନା ଏସନ। ଭଞ୍ଜ, କୋଟିବ୍ରହ୍ମାଣ୍ଡ ସୁନ୍ଦରୀ।)
- ଦେ. କ୍ରି (ସମ୍ପାଦିଧାତୁ) — କାମନା କରିବା; ମନାସିବା; ବାଞ୍ଛା କରିବା — To wish
- ଦେ. କ୍ରି (ସମ୍ପାଦିଧାତୁ) — [ଉ—ଯୁଧିଷ୍ଠିରଙ୍କର ସେ ସମ୍ପାଦି ମଙ୍ଗଳ—କୃଷ୍ଣସିଂହ, ମହାଭାରତ, ସଭା।]
- ଦେ. କ୍ରି (ସମ୍ପାଦିଧାତୁ) — ଘଟାଇବା; ଫଳରେ ଘଟାଇବା — To bring about; to cause a thing to take place