ସମ୍ପାଦକ Sampādaka
- ସଂ. ବିଣ. ପୁଂ (ସମ୍+ପଦ୍ ଧାତୁ ଣିଚ=କର୍ତ୍ତୃ. ଅକ) — ସମ୍ପାଦନକାରୀ; କାର୍ଯ୍ୟ ନିର୍ବାହକ — Accomplishing; performing; superintending
- ସଂ. ବି. ପୁଂ — ସଭାର କାର୍ଯ୍ୟ ସମ୍ପାଦନକର୍ତ୍ତା; ସଭାର କାର୍ଯ୍ୟ ନିର୍ବାହକ — Secretary to an association
- ସଂ. ବି. ପୁଂ — ଯେଉଁ ବ୍ଯକ୍ତି ସଂବାଦପତ୍ରର ବା ସାମୟିକ ପତ୍ରିକାର ପ୍ରବନ୍ଧାଦି ସଂଗ୍ରହ ପୂର୍ବକ ପ୍ରକାଶିତ କରନ୍ତି; ପତ୍ରିକାର ସଂକଳୟିତା ବା ପରିଚାଳକ — Editor to any newspaper or magazine
- ସଂ. ବି. ପୁଂ — ବିଦ୍ୟାଳୟର ବା କୌଣସି ଅନୁଷ୍ଠାନର କାର୍ଯ୍ୟପରିଚାଳନାଧ୍ୟକ୍ଷ — Secretary to a school or an institution