ସମୁଦ୍ରମଥନ Samudra mathana
- ସଂ. ବି ( 6 ଷ୍ଠୀ ତତ୍) — ହିନ୍ଦୁ ପୁରାଣରେ ବର୍ଣ୍ଣିତ ଦେବତା ଓ ଅସୁରମାନଙ୍କଦ୍ୱାରା ସମୁଦ୍ରର ଆଲୋଡ଼ନ — The churning of the ocean by the Gods and the demons as described in the Hindu mythology
- ସଂ. ବି ( 6 ଷ୍ଠୀ ତତ୍) — [ଦ୍ର—ଦୁର୍ବାସାଙ୍କ ଶାପରୁ ଇନ୍ଦ୍ର ଶ୍ରୀହୀନ ହେବାରୁ ଲକ୍ଷ୍ମୀ ସ୍ୱର୍ଗରୁ ଯାଇ ସମୁଦ୍ର ଗର୍ଭରେ ବାସ କଲେ। ବ୍ରହ୍ମାଙ୍କ ଉପଦେଶ ଅନୁସାରେ ମନ୍ଦର ପର୍ବତକୁ ମନ୍ଥନ ଦଣ୍ଡ ଓ ବାସୁକୀକୁ ମନ୍ଥନ ରଜ୍ଜୁ କରି ରଜ୍ଜୁର ଏକ ପାଖକୁ ଦେବତାଗଣ ଓ ଅନ୍ଯ ପାଖକୁ ଅସୁରମାନେ ଟାଣି ସମୁଦ୍ରକୁ ମୋହିଁଲେ। ଦେବାସୁର ମଥନର ଫଳରେ ପ୍ରଥମେ ହଳାହଳ ବିଷ ବାହାରିଲା। ଏ ବିଷର ଜ୍ୱାଳାରେ ସମସ୍ତେ ଅସ୍ଥିର ହୋଇ ମହାଦେବଙ୍କୁ ସ୍ତବ କରିବାରୁ ସେ ସନ୍ତୁଷ୍ଟ ହୋଇ ଉକ୍ତ ବିଷକୁ ପାନ କଲେ। ତତ୍ପରେ ପୁଣି ମନ୍ଥନ ଚଳିଲା। ଏଥିରୁ ଚନ୍ଦ୍ର, ପାରିଜାତ, ଉଚ୍ଚୈଃଶ୍ରବା ଅଶ୍ୱ, ଐରାବତ ଗଜ, ଓ ସୁରଭୀ ଗାଈ ବାହାରିଥିଲେ ଓ ଧନ୍ୱନ୍ତରୀ ଅମୃତ ଭାଣ୍ଡ ସହିତ ବାହାରିଲେ ଓ ଲକ୍ଷ୍ମୀ ବାହାରିଲେ। ଅସୁରମାନେ ଅମୃତ ଭାଣ୍ଡ ହରଣ କରିବାକୁ ଉଦ୍ୟତ ହେବାରୁ ବିଷ୍ଣୁ ମୋହିନୀ ରୂପ ଧରି ଅସୁରମାନଙ୍କୁ ବଞ୍ଚନା କରି ଦେବତା— ମାନଙ୍କୁ ଉକ୍ତ ଅମୃତ ଦେଲେ। ଏଥି ଯୋଗୁଁ ଦେବ ଓ ଅସୁରମାନଙ୍କ ମଧ୍ୟରେ ଭୟଙ୍କର ଯୁଦ୍ଧ ଲାଗିଲା। ନାରଦ ଆସି ଏ ଯୁଦ୍ଧ ନିବାରଣ କଲେ। ଦେବତାମାନଙ୍କ ଦ୍ୱାରା ହତ ଅସୁରମାନଙ୍କୁ ଅସୁରଗୁରୁ ଶୁକ୍ର ବଞ୍ଚାଇଥିଲେ। ଶ୍ରୀମଦ୍ଭାଗବତର ଅଷ୍ଟମ ସ୍କନ୍ଦରେ 6 ଷ୍ଠ ଠାରୁ 12 ଶ ଅଧ୍ୟାୟ ପର୍ଯ୍ୟନ୍ତ ସମୁଦ୍ର ମନ୍ଥନର ବିବରଣ ବର୍ଣ୍ଣିତ ହୋଇ— ଅଛି—ବିଶ୍ୱକୋଷ] — [ଦ୍ର—ଦୁର୍ବାସାଙ୍କ ଶାପରୁ ଇନ୍ଦ୍ର ଶ୍ରୀହୀନ ହେବାରୁ ଲକ୍ଷ୍ମୀ ସ୍ୱର୍ଗରୁ ଯାଇ ସମୁଦ୍ର ଗର୍ଭରେ ବାସ କଲେ ବ୍ରହ୍ମାଙ୍କ ଉପଦେଶ ଅନୁସାରେ ମନ୍ଦର ପର୍ବତକୁ ମନ୍ଥନ ଦଣ୍ଡ ଓ ବାସୁକୀକୁ ମନ୍ଥନ ରଜ୍ଜୁ କରି ରଜ୍ଜୁର ଏକ ପାଖକୁ ଦେବତାଗଣ ଓ ଅନ୍ଯ ପାଖକୁ ଅସୁରମାନେ ଟାଣି ସମୁଦ୍ରକୁ ମୋହିଁଲେ ଦେବାସୁର ମଥନର ଫଳରେ ପ୍ରଥମେ ହଳାହଳ ବିଷ ବାହାରିଲା ଏ ବିଷର ଜ୍ୱାଳାରେ ସମସ୍ତେ ଅସ୍ଥିର ହୋଇ ମହାଦେବଙ୍କୁ ସ୍ତବ କରିବାରୁ ସେ ସନ୍ତୁଷ୍ଟ ହୋଇ ଉକ୍ତ ବିଷକୁ ପାନ କଲେ ତତ୍ପରେ ପୁଣି ମନ୍ଥନ ଚଳିଲା ଏଥିରୁ ଚନ୍ଦ୍ର, ପାରିଜାତ, ଉଚ୍ଚୈଃଶ୍ରବା ଅଶ୍ୱ, ଐରାବତ ଗଜ, ଓ ସୁରଭୀ ଗାଈ ବାହାରିଥିଲେ ଓ ଧନ୍ୱନ୍ତରୀ ଅମୃତ ଭାଣ୍ଡ ସହିତ ବାହାରିଲେ ଓ ଲକ୍ଷ୍ମୀ ବାହାରିଲେ ଅସୁରମାନେ ଅମୃତ ଭାଣ୍ଡ ହରଣ କରିବାକୁ ଉଦ୍ୟତ ହେବାରୁ ବିଷ୍ଣୁ ମୋହିନୀ ରୂପ ଧରି ଅସୁରମାନଙ୍କୁ ବଞ୍ଚନା କରି ଦେବତା— ମାନଙ୍କୁ ଉକ୍ତ ଅମୃତ ଦେଲେ ଏଥି ଯୋଗୁଁ ଦେବ ଓ ଅସୁରମାନଙ୍କ ମଧ୍ୟରେ ଭୟଙ୍କର ଯୁଦ୍ଧ ଲାଗିଲା ନାରଦ ଆସି ଏ ଯୁଦ୍ଧ ନିବାରଣ କଲେ ଦେବତାମାନଙ୍କ ଦ୍ୱାରା ହତ ଅସୁରମାନଙ୍କୁ ଅସୁରଗୁରୁ ଶୁକ୍ର ବଞ୍ଚାଇଥିଲେ ଶ୍ରୀମଦ୍ଭାଗବତର ଅଷ୍ଟମ ସ୍କନ୍ଦରେ6ଷ୍ଠ ଠାରୁ12ଶ ଅଧ୍ୟାୟ ପର୍ଯ୍ୟନ୍ତ ସମୁଦ୍ର ମନ୍ଥନର ବିବରଣ ବର୍ଣ୍ଣିତ ହୋଇ— ଅଛି—ବିଶ୍ୱକୋଷ]