ସମାବର୍ତ୍ତନ Samābrtana
- ସଂ. ବି (ସମ+ଆବର୍ତ୍ତନ) — ପ୍ରତ୍ୟାଗମନ; ଲେଉଟି ଆସିବା — Coming back; returning
- ସଂ. ବି (ସମ+ଆବର୍ତ୍ତନ) — ବେଦାଧ୍ୟୟନାନନ୍ତର— ଗାର୍ହସ୍ଥ୍ୟାଧିକାର ପ୍ରୟୋଜକ କର୍ମ; ଦ୍ୱିଜ ଯୁବକର ଗୁରୁଗୃହରେ ପ୍ରଥମାଶ୍ରମ ସମାପନାନ୍ତର ଦ୍ୱିତୀୟାଶ୍ରମରେ ପ୍ରବୃତ୍ତି; ବାଲ୍ୟକାଳରେ ଯଜ୍ଞୋପବୀତ ଗ୍ରହଣ କରି ବ୍ରହ୍ମଚାରୀରୂପେ ଗୁରୁଗୃହରେ ବେଦଶିକ୍ଷା ଶେଷ କରି ବିବାହ ହେବା ପୂର୍ବରୁ ଗୁରୁଙ୍କ ଆଦେଶ କ୍ରମେ ଦ୍ୱିଜାତି ଯୁବକର ନିଜ ଗୃହକୁ ଫେରିବାରୂପ କର୍ମ — The ceremonial act of a twice-born youth returning to his house for marriage and becoming a householder after completing his student's career in his tutor's house
- ସଂ. ବି (ସମ+ଆବର୍ତ୍ତନ) — [ଦ୍ର—ପୂର୍ବକାଳରେ ବ୍ରତ ବା ଉପନୟନ ହେବା ପରେ ଦ୍ୱିଜ—ବାଳକ ବ୍ରହ୍ମଚର୍ଯ୍ୟ ଅବଲମ୍ବନ କରି ଗୁରୁଗୃହରେ ରହି ବେଦପାଠ କରୁ— ଥିଲେ। ବେଦ ପାଠ ଶେଷ ହେଲେ ଗୁରୁଙ୍କୁ ଦକ୍ଷିଣ ଦେଇ ଗୁରୁଙ୍କଠାରୁ ଅନୁମତି ଓ ବିଦାୟ ଗ୍ରହଣ କରି ନିଜ ଗୃହକୁ ଫେରି ଆସି ବିବାହ କରିବା ପୂର୍ବରୁ 'ସମାବର୍ତ୍ତନ' ରୂପ କର୍ମ ଅନୁଷ୍ଠାନ କରୁଥିଲେ। ତାରଚନ୍ଦ୍ରଶୁଦ୍ଧି ଓ ଶୁଭ ତିଥିରେ ଗୃରୁଗୃହବାସୀ ବ୍ରହ୍ମଚାରୀ କ୍ଷୌର ହୋଇ ସର୍ବୌଷଧି ଜଳରେ ସ୍ନାନ କରି ଉଦଙ୍ମୁଖ, କୁଶାସନୋ— ପବିଷ୍ଟ ଗୁରୁଙ୍କ ନିକଟରେ ପ୍ରାଙ୍ମୁଖ ହୋଇ ବସି ଗୃହସ୍ଥାଶ୍ରମରେ ପ୍ରବେଶ କରିବା ପାଇଁ ଗୁରୁଙ୍କଠାରୁ ଅନୁମିତ ପାଇବା ପରେ ଘରକୁ ପ୍ରତ୍ୟାବର୍ତ୍ତନ କରି ବିବାହ କରୁଥିଲେ। ଆଜିକାଲି ଦ୍ୱିଜବାଳକ ମାନଙ୍କର ଗୁରୁଗୃହ- ବାସପୂର୍ବକ ବ୍ରହ୍ମଚର୍ଯ୍ୟାଶ୍ରମ ପାଳନ ରୀତି ନ ଥିବାରୁ ଦ୍ୱିଜାତିର ଦଶକର୍ମ 'ସଂସ୍କାର' ର ଅନ୍ତିମ ସଂସ୍କାର କୃତୋପନୟନ ବାଳକର 'ରୋଷଣୀ' କରି ତେଣୁ ସେହି ଦିନ ତତ୍କ୍ଷଣାତ୍ ଘରକୁ ଫେରି ଆସିବାରେ ପର୍ଯ୍ୟବସିତ ହେଉଅଛି।]