ସମାନୋପମା Samānopamā
- ସଂ. ବି — ଉପମାଳଙ୍କାରରେ — A kind of simile (figure of speech)
- ସଂ. ବି — [ଦ୍ର— ଯେଉଁ ସ୍ଥଳରେ ସମାନ ବା ସ୍ୱରୂପ ଶବ୍ଦ ଦ୍ୱାରା ସାଧାରଣ ଧର୍ମର ବର୍ଣ୍ଣନ ହୁଏ, ସେହି ସ୍ଥଳରେ ଏହି ଅଳଙ୍କାର ହୁଏ; ଯଥା— "ସାଳକାନନଶୋଭିନୀ ଏହି ଉଦ୍ୟାନମାଳା ବାଳାନ୍ଯାୟ ଶୋଭା ପାଉଅଛି।" ଏଠାରେ ଉଦ୍ୟାନମାଳା ଉପମାନ ଓ ବାଳା ଉପମେୟ। ସାଳକାନନଶୋଭିନୀ ବିଶେଷଣ ଉଦ୍ୟାନମାଳା ପକ୍ଷରେ "ସାଳବନଶୋଭିତା" ଓ ବାଳା ପକ୍ଷରେ "ଅଳକ ବା ଚୂର୍ଣ୍ଣକୁନ୍ତଳଯୁକ୍ତ ଆନନ ବା ମୁଖ ଶୋଭିତା" ପ୍ରୟୋଜିତ ହୋଇଅଛି। କେହି କେହି ଏହାକୁ ସରୂପୋପମା ଅଳଙ୍କାର ବା ଶ୍ଳେଷୋପମା ଅଳଙ୍କାର କହନ୍ତି। ଯେଉଁ ଠାରେ ଅର୍ଥଶ୍ଳେଷ ହୋଇ ଉପମା ହୁଏ ସେଠାରେ ଶ୍ଳେଷୋପମା ଓ ଯେଉଁଠାରେ ଶବ୍ଦଶ୍ଳେଷ ହୋଇ ଉପମା ହୁଏ ସେଠାରେ ସମାନୋପମା ହୁଏ— ବିଶ୍ୱକୋଷ।]