ସମାଧି Samādhi
- ସଂ. ବି (ସମ୍+ଆ+ଧା ଧାତୁ=ଧାରଣ କରିବା+ଅଧି କରଣ ଇ, ଯହିଁରେ ଲୋକଙ୍କର ମନ ସମାହିତ ହୁଏ) — ସମାଧା (ଦେଖ) — Samādhā (See)
- ସଂ. ବି (ସମ୍+ଆ+ଧା ଧାତୁ=ଧାରଣ କରିବା+ଅଧି କରଣ ଇ, ଯହିଁରେ ଲୋକଙ୍କର ମନ ସମାହିତ ହୁଏ) — ସମାଧାନ (ଦେଖ) — Samādhāna (See)
- ସଂ. ବି (ସମ୍+ଆ+ଧା ଧାତୁ=ଧାରଣ କରିବା+ଅଧି କରଣ ଇ, ଯହିଁରେ ଲୋକଙ୍କର ମନ ସମାହିତ ହୁଏ) — ପରମାତ୍ମାଙ୍କ ସହିତ ଜୀବାତ୍ମାର ଏକୀଭାବ — The unification of the human mind with the divinity; the mental operation by which 'the God in man is one with the man in God.'
- ସଂ. ବି (ସମ୍+ଆ+ଧା ଧାତୁ=ଧାରଣ କରିବା+ଅଧି କରଣ ଇ, ଯହିଁରେ ଲୋକଙ୍କର ମନ ସମାହିତ ହୁଏ) — [ଉ—ଭର୍ଗ ସମାଧି ଭଙ୍ଗ କରିବ।—କବିସୂର୍ଯ୍ୟ, କିଶୋରୀ ଚମ୍ପୂ, ଭ. ଗୀତ]
- ସଂ. ବି (ସମ୍+ଆ+ଧା ଧାତୁ=ଧାରଣ କରିବା+ଅଧି କରଣ ଇ, ଯହିଁରେ ଲୋକଙ୍କର ମନ ସମାହିତ ହୁଏ) — [ଦ୍ର—ଇନ୍ଦ୍ରିୟମାନଙ୍କୁ ନିରୋଧ କରି ଗୋଟିଏ ମାତ୍ର ବିଷୟରେ ଦୃଢ଼ରୂପେ ମନୋନିବେଶ କଲେ ଉକ୍ତ ବିଷୟରେ ଏକାଗ୍ରତା ଜନ୍ମେ। ମନୋମଧ୍ୟରେ ଏକାଗ୍ରତା ବଦ୍ଧମୂଳ ହେଲେ 'ଧ୍ୟାନ' ହୁଏ। ଧ୍ୟାନ ବଦ୍ଧମୂଳକ ହେଲେ ତାହାକୁ 'ସମାଧି' ବୋଲାଯାଏ। ସମାଧି ହେଲେ ମନୁଷ୍ୟ ମନରୁ 'ଅହଂ ଭାବ' ଅର୍ଥାତ୍ ନିଜର ଏକମାତ୍ର ଅସ୍ତିତ୍ୱ ଭାବ ଲୁପ୍ତ ହୋଇ ଧ୍ୟେୟ ବସ୍ତୁ ପ୍ରତି ମନୁଷ୍ୟର ଏକମାତ୍ର ଲକ୍ଷ୍ୟ ରହେ। ଈଶ୍ୱରପ୍ରଣିଧାନ ଦ୍ୱାରା ଉତ୍କୃଷ୍ଟ 'ସମାଧି' ଲାଭ ହୁଏ। ପରମାତ୍ମା ସହିତ ଜୀବାତ୍ମାର ଏକତ୍ର ମିଳନହିଁ 'ସମାଧି'ର ଚରମ ଲକ୍ଷ୍ୟ। ଏହାହି ଯୋଗସାଧନ।
- ସଂ. ବି (ସମ୍+ଆ+ଧା ଧାତୁ=ଧାରଣ କରିବା+ଅଧି କରଣ ଇ, ଯହିଁରେ ଲୋକଙ୍କର ମନ ସମାହିତ ହୁଏ) — ଯୋଗର ଚରମ ଫଳ ସମାଧି—ପ୍ରଥମେ ଏକାଗ୍ରଚିତ୍ତ ଦ୍ୱାରା ଧାରଣା; ତତ୍ପରେ ଧ୍ୟାନ ଓ ତତ୍ପରେ ସମାଧି ହୁଏ। ଇନ୍ଦ୍ରିୟସକଳକୁ ନିରୋଧ କରି କୌଣସି ଗୋଟିଏ ବିଷୟରେ ଚିତ୍ତସ୍ଥିର କରିବାକୁ ଏକାଗ୍ରତା ବୋଲାଯାଏ। ମନ କିଛିକାଳ ଏକାଗ୍ର ହେଲେ ଧାରଣା ଜନ୍ମେ। ଧାରଣା ବଦ୍ଧମୂଳ ହେଲେ ଧ୍ୟାନ ହୁଏ। ଧ୍ୟାନ ବଦ୍ଧମୂଳ ହେଲେ ସମାଧି ହୁଏ। ପାତଞ୍ଜଳ ଓ ବେଦାନ୍ତାଦି ଦର୍ଶନରେ ଏହି ସମାଧି ବିଷୟରେ ବିସ୍ତୃତ ବିବରଣ ଓ ସାଧନ ଲିପିବଦ୍ଧ ହୋଇଅଛି। ଯେତେବେଳେ 'ମୁଁ' ସତ୍ୟ, ଅନନ୍ତ, ଅବ୍ଯୟ ବ୍ରହ୍ମସ୍ୱରୂପ ଅଟେ' ଏବଂଭୂତ ଜ୍ଞାନ ଜନ୍ମେ ଏବଂ ଚିତ୍ତବୃତ୍ତି ନଷ୍ଟ ହୋଇ ଅଖଣ୍ଡ ବ୍ରହ୍ମରୂପରେ ଅବସ୍ଥାନ କରିବାକୁ ସମର୍ଥ ହୁଏ, ସେତେବେଳେ ଉକ୍ତ ଯୋଗୀକୁ ସମାଧିସ୍ଥ ବୋଲାଯାଏ। ଏହି ସମାଧିହିଁ ସମାଧିର ଚରମୋତ୍କର୍ଷ; ଏହାକୁ ନିର୍ବିକଳ୍ପ ସମାଧି ବୋଲାଯାଏ। ଜ୍ଞାତା, ଜ୍ଞାନ ଓ ଜ୍ଞେୟ ଏହି ବିକଳ୍ପକ୍ରୟର ଜ୍ଞାନସତ୍ୱେ ଅଦ୍ୱିତୀୟ ବ୍ରହ୍ମ ବସ୍ତୁରେ ଅଖଣ୍ଡାକାରୂପେ ଆକାରିତ ଚିତ୍ତବୃତ୍ତିର ଅବସ୍ଥାନକୁ ସବିକଳ୍ପ ସମାଧି ବୋଲାଯାଏ। ଯେଉଁପରି ମାଟିରେ ତିଆରି ଗୋଟିଏ ହାତୀକୁ ଦେଖିଲେ ତହିଁରେ ହାତୀର ଜ୍ଞାନ ଥାଇ ସୁଦ୍ଧା ମୃତ୍ତିକାର ଜ୍ଞାନ ଥାଏ, ସେହିପରି ଦ୍ୱୈତଜ୍ଞାନ ଥାଇ ସୁଦ୍ଧା ଅଦ୍ୱୈତଜ୍ଞାନ ହେଲେ ତାକୁ ସବିକଳ୍ପ ସମାଧି ବୋଲାଯାଏ। ତତ୍ପରେ ସାଧକ କ୍ରମେ ସମାଧିବିଘ୍ନମାନଙ୍କ ଅତିକ୍ରମ କରି ଯେତେବେଳେ ଜ୍ଞାତା, ଜ୍ଞାନ ଓ ଜ୍ଞେୟ ଏହି ବିକଳ୍ପତ୍ରୟର ଅଭାବରେ ଅଦ୍ୱିତୀୟ ବ୍ରହ୍ମ ବସ୍ତ୍ତୁରେ ଏକଭୂତ ହୋଇ ଅଖଣ୍ଡାକାରାକାରିତଚିତ୍ତବୃତ୍ତିର ଅବସ୍ଥାନ ହୁଏ ସେତେବେଳେ ନିର୍ବିକଳ୍ପ ସମାଧି ହୁଏ। ଯମ, ନିୟମ, ଆସନ, ପ୍ରାଣାୟମ, ପ୍ରତ୍ୟାହାର, ଧାରଣା ଧ୍ୟାନ, ଓ ସବିକଳ୍ପ ସମାଧି, ଏସବୁ ନିର୍ବିକଳ୍ପ ସମାଧିର ଅଙ୍ଗ ବା ସୋପାନ। ଚିତ୍ତ ଯେତେବେଳେ ନିର୍ବାତ ପ୍ରଦୀପ ପରି ଅଚଳ ହୋଇ କେବଳ ଅଖଣ୍ଡ ଚୈତନ୍ୟମାତ୍ରର ଚିନ୍ତାପର ହୁଏ, ସେତେବେଳେ ସମାଧିର ଶେଷ ଅବସ୍ଥା—ନିର୍ବିକଳ୍ପ ସମାଧି ହୁଏ—ବିଶ୍ୱକୋଷ।]
- ସଂ. ବି (ସମ୍+ଆ+ଧା ଧାତୁ=ଧାରଣ କରିବା+ଅଧି କରଣ ଇ, ଯହିଁରେ ଲୋକଙ୍କର ମନ ସମାହିତ ହୁଏ) — ପ୍ରତିଜ୍ଞା — Vow; engagement
- ସଂ. ବି (ସମ୍+ଆ+ଧା ଧାତୁ=ଧାରଣ କରିବା+ଅଧି କରଣ ଇ, ଯହିଁରେ ଲୋକଙ୍କର ମନ ସମାହିତ ହୁଏ) — ସମ୍ମତି — Consent; agreement
- ସଂ. ବି (ସମ୍+ଆ+ଧା ଧାତୁ=ଧାରଣ କରିବା+ଅଧି କରଣ ଇ, ଯହିଁରେ ଲୋକଙ୍କର ମନ ସମାହିତ ହୁଏ) — ଚୁକ୍ତି — Contract; settlement
- ସଂ. ବି (ସମ୍+ଆ+ଧା ଧାତୁ=ଧାରଣ କରିବା+ଅଧି କରଣ ଇ, ଯହିଁରେ ଲୋକଙ୍କର ମନ ସମାହିତ ହୁଏ) — ପ୍ରତିଶୋଧ — Requital; liquidation
- ସଂ. ବି (ସମ୍+ଆ+ଧା ଧାତୁ=ଧାରଣ କରିବା+ଅଧି କରଣ ଇ, ଯହିଁରେ ଲୋକଙ୍କର ମନ ସମାହିତ ହୁଏ) — ସଞ୍ଚୟ — Storing
- ସଂ. ବି (ସମ୍+ଆ+ଧା ଧାତୁ=ଧାରଣ କରିବା+ଅଧି କରଣ ଇ, ଯହିଁରେ ଲୋକଙ୍କର ମନ ସମାହିତ ହୁଏ) — ଅସାଧ୍ୟ ବିଷୟରେ ଅଧ୍ୟବସାୟ — Perserverance in a difficult or impracticable matter