ସମବକାର Samabakāra
- ସଂ. ବି (ସମ୍+ଅବ+ବୃ ଧାତୁ+ଅଧି. ଅ, ଯହିଁରେ ବହୁ ଅର୍ଥ ସମବକୀର୍ଣ୍ଣ ହୁଏ) — ନାଟକବିଶେଷ — A kind of drama
- ସଂ. ବି (ସମ୍+ଅବ+ବୃ ଧାତୁ+ଅଧି. ଅ, ଯହିଁରେ ବହୁ ଅର୍ଥ ସମବକୀର୍ଣ୍ଣ ହୁଏ) — [ଦ୍ର—ନାଟକ ନାନା ପ୍ରକାର; ଯଥା—ନାଟକି, ପ୍ରକରଣ, ଭାନ, ସମବକାର ଓ ଡିମ। ସମବକାରରେ ବହୁ ଅର୍ଥର ସମବିକରଣ ଅର୍ଥାତ୍ ଏକତ୍ର ସନ୍ନିବେଶ ହେବାରୁ ଏହି ନାମ ହୋଇଅଛି। ଦେବତା ବା ଅସୁରାଦିଙ୍କୁ ଆଶ୍ରୟ କରି କୌଣସି ପ୍ରସିଦ୍ଧ ବୁତ୍ତାନ୍ତ ଏଥିରେ ବର୍ଣ୍ଣିତ ହୁଏ। ଏହା ବୀରରସପ୍ରଧାନ, ଦେବାସୁର ଯୁଦ୍ଧ ବର୍ଣ୍ଣନା ଏଥିର ପ୍ରଧାନ ଉଦ୍ଦେଶ୍ୟ; ଏଥିର ଅଙ୍କ ସଂଖ୍ୟା ତିନି। ନାଟକର ପଞ୍ଚସନ୍ଧି ମଧ୍ୟରୁ କେବଳ ବିମର୍ଷ ସନ୍ଧି ଛଡ଼ା ଆଉ ଚାରି ସନ୍ଧି ଏଥିରେ ଥାଏ। ଏଥିର ନାୟକ ଧୀରୋଦାତ୍ତ; ଏଥିରେ ଯୁଦ୍ଧକ୍ଷେତ୍ର, ଯୁଦ୍ଧ, ନଗରାଦିଧ୍ୱଂସ ବିଶଦରୂପେ ବର୍ଣ୍ଣିତ; ତିନି ଶୃଙ୍ଗାର (ଶାସ୍ତ୍ରର ଅବିରୋଧରେ ଧର୍ମଶୃଙ୍ଗାର, ଅର୍ଥଲାଭାର୍ଥ କଳ୍ପିତ ଅର୍ଥଶୃଙ୍ଗାର ଓ କାମଶୃଙ୍ଗାର) ଏଥିରେ ବର୍ଣ୍ଣିତ; କାମ— ଶୃଙ୍ଗାର ପ୍ରଥମ ଅଙ୍କରେ ବର୍ଣ୍ଣିତ। ନାଟକ ପରି ପ୍ରବେଶକ ବା ବିନ୍ଦୁ ଏଥିରେ ନ ଥାଏ। ସାହିତ୍ୟ ଦର୍ପଣ ଗ୍ରନ୍ଥରେ 'ସମୁଦ୍ର ମନ୍ଥନ' ନାମକ ସମବକାର ନାଟକର ନାମ ଉଲ୍ଲେଖ ଅଛି—ବିଶ୍ୱକୋଷ।]