ସମ ମଣ୍ଡଳ Sama maṇḍaḻa
- ସଂ. ବି (ଭୂଗୋଳ ପରିଭାଷା—ଆଧୁନିକ ପ୍ରୟୋଗ) — ଭୂମଣ୍ଡଳର ଯେଉଁ ଅଂଶ ଶୀତମଣ୍ଡଳଦ୍ୱୟ ଓ ଗ୍ରୀଷ୍ମମଣ୍ଡଳଦ୍ୱୟର ମଧ୍ୟବର୍ତ୍ତୀ — (Geography) The temperate zones of the globe
- ସଂ. ବି (ଭୂଗୋଳ ପରିଭାଷା—ଆଧୁନିକ ପ୍ରୟୋଗ) — [ଦ୍ର—ଭୂମଣ୍ଡଳସ୍ଥ ବିଷୁବରେଖାର ଉତ୍ତର ଓ ଦକ୍ଷିଣକୁ ଲାଗିଥିବା ମଣ୍ଡଳଟିକୁ 'ଗ୍ରୀଷ୍ମ ମଣ୍ଡଳ' — (Torrid Zone)କହନ୍ତି ଏଠାରେ ଗ୍ରୀଷ୍ମର ପରିମାଣ ଖୁବ୍ ଅଧିକ ପୁଣି ମେରୁକୁ ବେଢ଼ିଥିବା ମଣ୍ଡଳ ଦ୍ୱୟକୁ ଶୀତ ବା ହିମ ମଣ୍ଡଳ(Frigid Zone)କହନ୍ତି ଏହି ଶୀତ ମଣ୍ଡଳରେ ଶୀତର ପ୍ରକୋପ ଅଧିକ ଅଟେ
- ସଂ. ବି (ଭୂଗୋଳ ପରିଭାଷା—ଆଧୁନିକ ପ୍ରୟୋଗ) — ଗ୍ରୀଷ୍ମ ମଣ୍ଡଳର ଉତ୍ତରକୁ ଓ ଉତ୍ତର ଶୀତ ମଣ୍ଡଳର ଦକ୍ଷିଣକୁ ଲାଗିଥିବା 'ସମମଣ୍ଡଳ'କୁ ଉତ୍ତର ସମ ମଣ୍ଡଳ' — (North temperature zone)ଏବଂ ଗ୍ରୀଷ୍ମ ମଣ୍ଡଳର ଦକ୍ଷିଣ ଓ ଦକ୍ଷିଣ ଶୀତ ମଣ୍ଡଳର ଉତ୍ତରକୁ ଲାଗିଥିବା 'ସମ ମଣ୍ଡଳ' କୁ 'ଦକ୍ଷିଣ ସମ ମଣ୍ଡଳ'(South temperate zone)ବୋଲାଯାଏ ସମମଣ୍ଡଳଦ୍ୱୟରେ ଥିବା ଭୂପୃଷ୍ଠରେ ଶୀତର ଓ ଗ୍ରୀଷ୍ମର ଆଧିକ୍ୟ ନ ଥିବାରୁ ଅର୍ଥାତ୍ ସମତା ଥିବାରୁ ଏହି ମଣ୍ଡଳଦ୍ୱୟକୁ 'ସମମଣ୍ଡଳ' ବୋଲାଯାଏ]