ସମ କୋଣ Sama koṇa
- ସଂ. ବି (ଜ୍ୟାମିତି) — ସରଳରେଖା ଉପରେ ସିଧା ଲମ୍ବ— ଭାବରେ ଅନ୍ଯ ସରଳରେଖା ଦଣ୍ଡାୟମାନ ହେଲେ ରେଖାର ଦୁଇପାର୍ଶ୍ୱରେ ଯେଉଁ ଦୁଇ କୋଣ ଜାତ ହୁଏ — (geomatry) Right angle
- ସଂ. ବି (ଜ୍ୟାମିତି) — [ଦ୍ର—ଯଦି ଏକ ସରଳ ରେଖା ଅନ୍ଯ ଏକ ସରଳ ରେଖା ଉପରେ ଲମ୍ବ ଭାବରେ ଏରୂପେ ଦଣ୍ଡାୟମାନ ହୁଏ ଯେ, ପ୍ରଥମ ରେଖାର ଉଭୟ ପାର୍ଶ୍ୱରେ ଉତ୍ପନ୍ନ କୋଣଦ୍ୱୟ ସମାନ ହୁଏ, ତେବେ ଉକ୍ତ ଦଣ୍ଡାୟମାନ ସରଳ ରେଖାକୁ ଲମ୍ବ ରେଖା ଓ ନିମ୍ନ ରେଖାକୁ ଭୂମି ବା ତଳ ରେଖା ଏବଂ ପ୍ରତ୍ୟେକ ସନ୍ନିହିତ କୋଣକୁ ସମକୋଣ ବୋଲାଯାଏ। ଗୋଟିଏ ବୃତ୍ତର କେନ୍ଦ୍ରକୁ ଭେଦକରି ପରସ୍ପରକୁ ଲମ୍ବଭାବରେ ଛେଦ କରିବା 4 ଟି ରେଖା କଟା ଗଲେ କେନ୍ଦ୍ର ଚାରିପାଖେ 4 ଟି ସମକୋଣ ହୁଏ। ଆଧୁନିକ ବିଜ୍ଞାନର ଗଣନାର୍ଥ ଗୋଟିଏ ସମକୋଣକୁ 90 ଡିଗ୍ରୀରେ ବିଭକ୍ତ କରା ଯାଇଅଛି ଓ ଗୋଟିଏ ଡିଗ୍ରୀକୁ 90 ସେକେଣ୍ଡରେ ବିଭକ୍ତ କରାଯାଇ— ଅଛି। ଯେବେ ଦଣ୍ଡାୟମାନ ରେଖାଟି ସିଧା ନ ହୋଇ ତେରଛା ହୋଇ ତଳ ରେଖା ଉପରେ ପଡ଼େ ତେବେ ଦଣ୍ଡାୟମାନ ରେଖାର ଉଭୟ ପାର୍ଶ୍ୱସ୍ଥ କୋଣ 2 ଟି ସମାନ ନ ହୋଇ ଗୋଟିଏ ବଡ଼ ଓ ଗୋଟିଏ ସାନ ହୁଏ। ସମକୋଣଠାରୁ ବଡ଼ କୋଣକୁ ସ୍ଥୂଳ କୋଣ ଓ ଛୋଟ କୋଣକୁ ସୂକ୍ଷ୍ମ କୋଣ ବୋଲାଯାଏ।] — [ଦ୍ର—ଯଦି ଏକ ସରଳ ରେଖା ଅନ୍ଯ ଏକ ସରଳ ରେଖା ଉପରେ ଲମ୍ବ ଭାବରେ ଏରୂପେ ଦଣ୍ଡାୟମାନ ହୁଏ ଯେ, ପ୍ରଥମ ରେଖାର ଉଭୟ ପାର୍ଶ୍ୱରେ ଉତ୍ପନ୍ନ କୋଣଦ୍ୱୟ ସମାନ ହୁଏ, ତେବେ ଉକ୍ତ ଦଣ୍ଡାୟମାନ ସରଳ ରେଖାକୁ ଲମ୍ବ ରେଖା ଓ ନିମ୍ନ ରେଖାକୁ ଭୂମି ବା ତଳ ରେଖା ଏବଂ ପ୍ରତ୍ୟେକ ସନ୍ନିହିତ କୋଣକୁ ସମକୋଣ ବୋଲାଯାଏ ଗୋଟିଏ ବୃତ୍ତର କେନ୍ଦ୍ରକୁ ଭେଦକରି ପରସ୍ପରକୁ ଲମ୍ବଭାବରେ ଛେଦ କରିବା4ଟି ରେଖା କଟା ଗଲେ କେନ୍ଦ୍ର ଚାରିପାଖେ4ଟି ସମକୋଣ ହୁଏ ଆଧୁନିକ ବିଜ୍ଞାନର ଗଣନାର୍ଥ ଗୋଟିଏ ସମକୋଣକୁ90ଡିଗ୍ରୀରେ ବିଭକ୍ତ କରା ଯାଇଅଛି ଓ ଗୋଟିଏ ଡିଗ୍ରୀକୁ90ସେକେଣ୍ଡରେ ବିଭକ୍ତ କରାଯାଇ— ଅଛି ଯେବେ ଦଣ୍ଡାୟମାନ ରେଖାଟି ସିଧା ନ ହୋଇ ତେରଛା ହୋଇ ତଳ ରେଖା ଉପରେ ପଡ଼େ ତେବେ ଦଣ୍ଡାୟମାନ ରେଖାର ଉଭୟ ପାର୍ଶ୍ୱସ୍ଥ କୋଣ2ଟି ସମାନ ନ ହୋଇ ଗୋଟିଏ ବଡ଼ ଓ ଗୋଟିଏ ସାନ ହୁଏ ସମକୋଣଠାରୁ ବଡ଼ କୋଣକୁ ସ୍ଥୂଳ କୋଣ ଓ ଛୋଟ କୋଣକୁ ସୂକ୍ଷ୍ମ କୋଣ ବୋଲାଯାଏ]