ସଭିକ Sabhika
- ସଂ. ବି. ପୁଂ—(ସଭା+ଇକ) — ଦ୍ୟୂତ ସଭାଧ୍ୟକ୍ଷ; ଜୁଆ ଖେଳର ସଭାପତି — The president of a council of gamblers; the chief man in a company of gamblers; the chief of gamesters
- ସଂ. ବି. ପୁଂ—(ସଭା+ଇକ) — ଦ୍ୟୂତକ୍ରୀଡ଼ା ଗୃହର ଅଧ୍ୟକ୍ଷ — The keeper of a gambling house
- ସଂ. ବି. ପୁଂ—(ସଭା+ଇକ) — [ଦ୍ର—ନାରଦ ଓ ଯାଜ୍ଞବଳ୍କ୍ୟ ସଭିକଙ୍କ କର୍ତ୍ତବ୍ୟ ଓ ତତ୍— ସମ୍ବନ୍ଧେ ରାଜାଙ୍କ କର୍ତ୍ତବ୍ୟ ନିମ୍ନଲିଖିତରୂପେ ଉଲ୍ଲେଖକରି ଅଛନ୍ତି (ଯାଜ୍ଞବଳ୍କ୍ୟ 17।199 - 201 , ମିତାକ୍ଷରା, 235 - 236 ):—ସଭିକ ଜୁଆଖେଳସଭାରେ ଅଧ୍ୟକ୍ଷତା କରିବେ ଓ ପଶାକାଠି ଓ ଜୁଆଖେଳର ଅନ୍ଯାନ୍ୟ ଉପକରଣ ଖେଳାଳିଙ୍କୁ ଯୋଗାଇବେ। ଖେଳର ଆୟ 100 ମୁଦ୍ରାରୁ ଅଧିକ ହେଲେ ସଭିକ ଶତକଡ଼ା 5 , ଓ 100 ରୁ କମ୍ ହେଲେ ଶତକଡ଼ା 10 ପାଇବେ। ରାଜାଙ୍କ ଆଶ୍ରୟରେ ନିରାପଦ ରହିବା ପାଇଁ ସଭିକ ତାଙ୍କ ଆୟର ନିର୍ଦ୍ଧାରିତ ଅଂଶ ରାଜାଙ୍କୁ ଶୁଳ୍କ ଦେବେ। ରାଜା ଉକ୍ତ ଶୁଳ୍କ ପ୍ରାପ୍ତ ହେଲେ ହାରିଯାଇ ଥିବା ଖେଳାଳିଙ୍କଠାରୁ ପଣ ରଖା ଯାଇଥିବା ଧନ ରାଜକୀୟ ବିଧାନାନୁସାରେ ଆଦାୟ କରାଇ ଦେବେ। ଶୁଳ୍କ ନ ପାଇଲେ ରାଜା ଏହା କରିବେ ନାହିଁ। ଖେଳର ଦର୍ଶକମାନେ ଜୁଆ ଖେଳ ବାବତ୍ ଟଙ୍କା ପାଇଁ ଉପସ୍ଥିତ ମକଦ୍ଦମାରେ ସାକ୍ଷୀ ଦେବେ। ଯେଉଁ ଖେଳାଳି ଅବୈଧ ଉପାୟ ଅବଲମ୍ବନ କରେ ତାକୁ ରାଜା ଚଡ଼ୁକାଠିରେ ଚିଆଁ ଦେବେ ଓ ନିର୍ବାସିତ କରିବେ। ଜୁଆଖେଳ ଆଡ୍ଡାରେ ଅସଦାଚାରୀମାନଙ୍କୁ ଗିରଫ୍ କରିବା ପାଇଁ ରାଜା ଉପଯୁକ୍ତ ରାଜକର୍ମଚାରୀ ନିଯୁକ୍ତ କରିବେ। କିନ୍ତୁ ଜୁଆରୀମାନଙ୍କୁ ରାଜା ଆଦୌ ପ୍ରଶୟ ଦେବେ ନାହିଁ ଓ ଗୁରୁତର ଦଣ୍ଡ ଦେବେ ବୋଲି ମନୁ କହିଅଛନ୍ତି ( 9। 211 - 229 )। ସମାଦ୍ୱୟ ତଳେ ଟୀକା ଦେଖ)] — [ଦ୍ର—ନାରଦ ଓ ଯାଜ୍ଞବଳ୍କ୍ୟ ସଭିକଙ୍କ କର୍ତ୍ତବ୍ୟ ଓ ତତ୍— ସମ୍ବନ୍ଧେ ରାଜାଙ୍କ କର୍ତ୍ତବ୍ୟ ନିମ୍ନଲିଖିତରୂପେ ଉଲ୍ଲେଖକରି ଅଛନ୍ତି (ଯାଜ୍ଞବଳ୍କ୍ୟ17199-201, ମିତାକ୍ଷରା,235-236):—ସଭିକ ଜୁଆଖେଳସଭାରେ ଅଧ୍ୟକ୍ଷତା କରିବେ ଓ ପଶାକାଠି ଓ ଜୁଆଖେଳର ଅନ୍ଯାନ୍ୟ ଉପକରଣ ଖେଳାଳିଙ୍କୁ ଯୋଗାଇବେ ଖେଳର ଆୟ100ମୁଦ୍ରାରୁ ଅଧିକ ହେଲେ ସଭିକ ଶତକଡ଼ା5, ଓ100ରୁ କମ୍ ହେଲେ ଶତକଡ଼ା10ପାଇବେ ରାଜାଙ୍କ ଆଶ୍ରୟରେ ନିରାପଦ ରହିବା ପାଇଁ ସଭିକ ତାଙ୍କ ଆୟର ନିର୍ଦ୍ଧାରିତ ଅଂଶ ରାଜାଙ୍କୁ ଶୁଳ୍କ ଦେବେ ରାଜା ଉକ୍ତ ଶୁଳ୍କ ପ୍ରାପ୍ତ ହେଲେ ହାରିଯାଇ ଥିବା ଖେଳାଳିଙ୍କଠାରୁ ପଣ ରଖା ଯାଇଥିବା ଧନ ରାଜକୀୟ ବିଧାନାନୁସାରେ ଆଦାୟ କରାଇ ଦେବେ ଶୁଳ୍କ ନ ପାଇଲେ ରାଜା ଏହା କରିବେ ନାହିଁ ଖେଳର ଦର୍ଶକମାନେ ଜୁଆ ଖେଳ ବାବତ୍ ଟଙ୍କା ପାଇଁ ଉପସ୍ଥିତ ମକଦ୍ଦମାରେ ସାକ୍ଷୀ ଦେବେ ଯେଉଁ ଖେଳାଳି ଅବୈଧ ଉପାୟ ଅବଲମ୍ବନ କରେ ତାକୁ ରାଜା ଚଡ଼ୁକାଠିରେ ଚିଆଁ ଦେବେ ଓ ନିର୍ବାସିତ କରିବେ ଜୁଆଖେଳ ଆଡ୍ଡାରେ ଅସଦାଚାରୀମାନଙ୍କୁ ଗିରଫ୍ କରିବା ପାଇଁ ରାଜା ଉପଯୁକ୍ତ ରାଜକର୍ମଚାରୀ ନିଯୁକ୍ତ କରିବେ କିନ୍ତୁ ଜୁଆରୀମାନଙ୍କୁ ରାଜା ଆଦୌ ପ୍ରଶୟ ଦେବେ ନାହିଁ ଓ ଗୁରୁତର ଦଣ୍ଡ ଦେବେ ବୋଲି ମନୁ କହିଅଛନ୍ତି (9 211-229) ସମାଦ୍ୱୟ ତଳେ ଟୀକା ଦେଖ)]