ସଭାସଦ୍ Sabhāsad
- ସଂ. ବି.—(ସଭା+ସଦ୍ ଧାତୁ=ଯିବା; ବସିବା+କର୍ତ୍ତୃ କ୍ୱିପ୍) ସଭାର କର୍ମରେ ଯେ ଯୋଗଦେବା ନିମନ୍ତେ ଯାଆନ୍ତି; ସଭ୍ୟ — Member of an assembly or society
- ସଂ. ବି.—(ସଭା+ସଦ୍ ଧାତୁ=ଯିବା; ବସିବା+କର୍ତ୍ତୃ କ୍ୱିପ୍) ସଭାଜନ; ସଭା ଆଦି ଦେଖିବା ପାଇଁ ଆସିଥିବା ଲୋକମାନେ — The audience or spectators of a gathering
- ସଂ. ବି.—(ସଭା+ସଦ୍ ଧାତୁ=ଯିବା; ବସିବା+କର୍ତ୍ତୃ କ୍ୱିପ୍) ରାଜସଭାରେ ବିଚାର କାର୍ଯ୍ୟରେ ରାଜାଙ୍କୁ ସାହାଯ୍ୟ କରିବା ପାଇଁ ରାଜାଙ୍କ ମନୋନୀତ ଧର୍ମପରାୟଣ, ବେଦଜ୍ଞ କୁଳୀନ, ସତ୍ୟବାଦୀ ଶତ୍ରୁମିତ୍ରଙ୍କ ପ୍ରତି ସମଜ୍ଞାନବିଶିଷ୍ଟ, ବିଦ୍ୱାନ୍ ବ୍ଯକ୍ତିଗଣ — A body of persons selected by a king to help him in his judicial acts
- ସଂ. ବି.—(ସଭା+ସଦ୍ ଧାତୁ=ଯିବା; ବସିବା+କର୍ତ୍ତୃ କ୍ୱିପ୍) (ଦ୍ର—ଏମାନଙ୍କ ସଂଖ୍ୟା 3, 5 , ବା 7 ହେବ—ବିଶ୍ୱକୋଷଧୃତ—ଯାଜ୍ଞବଳ୍କ୍ୟ, ମିତାକ୍ଷରା, ବୃହସ୍ପତି।) — (ଦ୍ର—ଏମାନଙ୍କ ସଂଖ୍ୟା3, 5, ବା7ହେବ—ବିଶ୍ୱକୋଷଧୃତ—ଯାଜ୍ଞବଳ୍କ୍ୟ, ମିତାକ୍ଷରା, ବୃହସ୍ପତି)
- ବିଣ — ସଭାକୁ ଯାଉଥିବା (ବ୍ଯକ୍ତି) — Going to join a meeting
- ବିଣ — ବିଜ୍ଞ — Wise