ସଭା ପୂଜନ Sabhā pūjana
- ସଂ. ବି — ସଭାରେ ଉପସ୍ଥିତ ବ୍ଯକ୍ତିମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ — Worship or reveerence paid to the audience
- ଦେ. ବି — ମହାରାଷ୍ଟ୍ରୀୟ ସମାଜରେ ବିବାହ ଉତ୍ସବକୁ ସମାଗତ ବ୍ଯକ୍ତିମାନଙ୍କ ଅଭ୍ୟର୍ଥନାରୂପ ଆଚାର — The custom of welcoming the guests on the occasion of marriage amongst the Marthattas
- ଦେ. ବି — [ଦ୍ର—ବିବାହର ପୂର୍ବଦିନ ବର ଓ କନ୍ଯା ପକ୍ଷରୁ ଆତ୍ମୀୟ, ସ୍ୱଜନ, ଗ୍ରାମବାସୀ ଓ ବନ୍ଧୁମାନଙ୍କୁ ନିମନ୍ତ୍ରଣ କରାଯାଏ। ବିବାହ ଦିନ ସେମାନେ ଆସି ବିବାହାନୁଷ୍ଠାନ କରାଯାଉଥୁବା ସ୍ଥାନରେ ଉପସ୍ଥିତ ହେଲେ ପ୍ରାଙ୍ଗଣରେ ନୃତ୍ୟ ଗୀତାଦି ହୁଏ ଓ ସେମାନଙ୍କୁ ପାନ, ଅତର, ଗୋଲାପପାଣି ଦିଆଯାଏ। ତତ୍ପରେ ସମାଗତ ବ୍ଯକ୍ତିଙ୍କୁ ଗୋଟିଏ ଲେଖାଏଁ ନଡ଼ିଆ ଓ ବ୍ରାହ୍ମଣଙ୍କୁ ଓ ପୁରୋହିତଙ୍କୁ ଦକ୍ଷିଣା ଦିଆଯାଏ। ଲଗ୍ନ—କଙ୍କଣ ଧାରଣ ପରେ, ଏହା ଅନୁଷ୍ଠିତ ହୁଏ। ବଙ୍ଗ ଦେଶରେ 'ମାଲ୍ୟ ଚନ୍ଦନ' ପ୍ରଥା ଓ ଓଡ଼ିଶାରେ 'ଫୁଲ ସଭା' ବା 'ଆର୍ଶୀବାଦ ସଭା' ପରି ମହାରାଷ୍ଟ୍ର ଦେଶରେ ଏହା ଗୋଟିଏ ଅନୁଷ୍ଠାନ ଅଟେ—ବିଶ୍ୱକୋଷ।]