ସଭା କରିବା Sabhā karibā

  • ଦେ. କ୍ରି — କୌଣସି ବିଷୟ ଆଲୋଚନା କରିବା ପାଇଁ ସଭ୍ୟମାନଙ୍କୁ ଆହ୍ୱାନପୂର୍ବକ ଉପସ୍ଥିତ ବ୍ଯକ୍ତିମାନଙ୍କଦ୍ୱାରା ସଭାର କାର୍ଯ୍ୟ ସମାଧାନ କରାଇବା — To hold a meeting
  • ଦେ. କ୍ରି — [ଉ—ସଭା କଲେ ଲୋକେ ନ ବୋଲିବେ କି? ଗୋପୀନାଥଙ୍କୁ ଗୋପୀ ନ ନେବେ କି? —ଗୋପୀଭାଷା।]
  • ଦେ. କ୍ରି — ସଭା ଆହ୍ୱାନ କରିବା — To call a meeting
  • ଦେ. କ୍ରି — (ଲକ୍ଷଣାର୍ଥ) ସମବେତ ହେବା; ଏକତ୍ର ହେବା — To be assembled; to flock together
  • ଦେ. କ୍ରି — [ଯଥା— ଗଛରେ କୁଆମାନେ ଆଜି ସଭା କରିଛନ୍ତି।]
  • ଦେ. କ୍ରି — ସାମାଜିକ ବିଷୟର ବିଚାର ପାଇଁ ଜାତିଆଣ ସଭା ଆହ୍ୱାନ କରିବା ବା ତହିଁର କାର୍ଯ୍ୟ ପରିଚାଳନ କରିବା — To call or hold a caste-gathering