ସବାରି ଡାକ Sabāri ḍāka

  • ଦେ. ବି — କିଛି ଦୂରରେ (ପ୍ରାୟ ପ୍ରତ୍ୟେକ 1 ମାଇଲ୍ ଅନ୍ତରରେ) କ୍ଳାନ୍ତ ବେହେରାମାନଙ୍କ ବଦଳରେ ପଞ୍ଝା ପଞ୍ଝା ନୂଆ ବେହେରାଙ୍କ ଦ୍ୱାରା ସବାରିକୁ ବହୁଦୂର ବାଟକୁ ନେବାରୂପ ବ୍ଯବସ୍ଥା — କିଛି ଦୂରରେ (ପ୍ରାୟ ପ୍ରତ୍ୟେକମାଇଲ୍ ଅନ୍ତରରେ) କ୍ଳାନ୍ତ ବେହେରାମାନଙ୍କ ବଦଳରେ ପଞ୍ଝା ପଞ୍ଝା ନୂଆ ବେହେରାଙ୍କ ଦ୍ୱାରା ସବାରିକୁ ବହୁଦୂର ବାଟକୁ ନେବାରୂପ ବ୍ଯବସ୍ଥା— . Arrangement for carrying a pālki to a long distance by having it carried by fresh relays of bearers at fixed intervals (of 0 miles)
  • ଦେ. ବି — ସବାରି ବେହେରା— ମାନେ ସବାରି କାନ୍ଧେଇବା ସମୟରେ କ୍ଳାନ୍ତିନିବାରଣାର୍ଥ ବଡ଼ ପାଟି କରି ଡାକିବା ବାକ୍ୟମାନ — The hallooing of pālki-bearers while carrying the pālki
  • ଦେ. ବି — [ଦ୍ର—ସାଧାରଣତଃ ସବାରିର ଆଗ ବାଉଁଶକୁ କାନ୍ଧେଇ ଥିବା ବେହେରାମାନେ ଚାଲିବାବେଳେ ଡାକି ଡାକି ଚାଲନ୍ତି। ପଛ ବାଉଁଶକୁ କାନ୍ଧେଇଥିବା ବେବେରାମାନଙ୍କୁ ସମ୍ମୁଖ ଦିଗ ଦେଖାଯାଏ ନାହିଁ, ଏଥିପାଇଁ ଆଗରେ କାନ୍ଧେଇଥିବା ବେହେରାମାନେ ସେମାନଙ୍କ ଡାକ ଡାକିପଛ ବେହେରା— ମାନଙ୍କୁ ଭିନ୍ନ ଭିନ୍ନ ବାକ୍ୟ ଦ୍ୱାରା ରାସ୍ତା ସମ୍ବନ୍ଧେ ସାବଧାନ କରାଇ ଦିଅନ୍ତି। ଏହାଛଡ଼ା ବେହାରାମାନେ ଡାକ ଦ୍ୱାରା ନାନାପ୍ରକାରର ଗୀତ, ଡାକ ବଚନ ଓ ପ୍ରବଚନ ବୋଲନ୍ତି ଏବଂ ରସିକତା ମଧ୍ୟ କରନ୍ତି। ଏହି ଡାକ ନାନା ଛନ୍ଦରେ ବୋଲାଯାଏ। ଆଗରେ କାନ୍ଧେଇ ଥିବା ବେହେରାମାନଙ୍କ ମଧ୍ୟରୁ ଜଣେ ବା ଦୁଇଜଣ ଗୋଟିଏ 'ଡାକ' ଡାକନ୍ତି ଓ ନିଃଶ୍ୱାସ ମାରିବାକୁ କ୍ଷଣକ ପାଇଁ ତୁନି ହୁଅନ୍ତି। ଏହି ଅବସରରେ ଅନ୍ଯ ବେହେରା ଜଣେ ବା ଦୁଇଜଣ ସେହି ଡାକକୁ ମିଶାଇ ଡାକ ମାରନ୍ତି। ଅତଏବ ଡାକମାରିବା ବେହେରାମାନେ ଦୁଇଟି ଦଳରେ ବିଭକ୍ତି ହୁଅନ୍ତି। ଏକ ଦଳ ଡାକ ମାରି ତୁନି ହେଲାବେଳ ଆର ଦଳକ ଡାକ ମାରନ୍ତି ଓ ଦୂରରୁ ଏ ଦୁଇଦଳଙ୍କ ଡାକ ମିଶି ଗୋଟିଏ ଅବିଚ୍ଛିନ୍ନ ଶବ୍ଦଧାରା ପରି ଶୁଣାଯାଏ। ଏମାନଙ୍କ ଡାକ ସାଧାରଣତଃ 4 ଅକ୍ଷରିଆ (ଯଥା—ଯାଉଚାଲି, ଦିଅ ପେଲି), 5 ଅକ୍ଷରିଆ (ଯଥା—ହୁଁ ମେରା ଭାଇ, ଖବର ଖାଇ), 6 ଅକ୍ଷରିଆ (ଯଥା—ହୁଁ ମେରା ଭାଇରେ, ଖବର ଖାଇରେ, ଆକାଶି ଲଗାରେ, ଆଗିଲା ଭାରିରେ), ଓ 7 ଅକ୍ଷରିଆ (ଯଥା—ଡାହାଣକୁ ମୋଡ଼ରେ, ବାଆଁ ଛାଡ଼ ଭାଇରେ, ଦଉଥିବୁ ତାଇରେ) ଆଦି ଛନ୍ଦ ବିଶିଷ୍ଟ ହୋଇ— ଥାଏ। କେତେକ ଅଞ୍ଚଳରେ "ଘେ ଘା! ଘେ ଘେ! ହେଁ ହେଁ! ହେଁ ହାଁ! " ଇତ୍ୟାଦି ନିରର୍ଥକ 'ଡାକ' ମଧ୍ୟ ବେହେରାମାନେ ଡାକନ୍ତି। ଆଗର ବେହେରାମାନେ 'ଡାକ' ଡାକନ୍ତି ଓ ପଛ ବେହେରାମାନେ ତାହା ଶୁଣି ସେହି ଡାକର ଅର୍ଥକୁ ବୁଝି କାର୍ଯ୍ୟ କରନ୍ତି ଏବଂ ଯେଉଁ ପଞ୍ଝାକ ବେହେରା କାନ୍ଧେଇବାରୁ ଅବସର ପାଇ ସବାରିର ପଛରେ ଚାଲି ଥାଆନ୍ତି, ସେମାନେ କିଛି ସମୟ ପରେ ଆଗ ବେହେରାଙ୍କୁ ବା ପଛ ବେହେରାଙ୍କୁ ଛାଡ଼ନ୍ତି, ଅର୍ଥାତ୍ ତାଙ୍କୁ କାନ୍ଧେଇବା କାର୍ଯ୍ୟରୁ କିଛି ସମୟ ପାଇଁ ମୁକ୍ତି — [ଦ୍ର—ସାଧାରଣତଃ ସବାରିର ଆଗ ବାଉଁଶକୁ କାନ୍ଧେଇ ଥିବା ବେହେରାମାନେ ଚାଲିବାବେଳେ ଡାକି ଡାକି ଚାଲନ୍ତି ପଛ ବାଉଁଶକୁ କାନ୍ଧେଇଥିବା ବେବେରାମାନଙ୍କୁ ସମ୍ମୁଖ ଦିଗ ଦେଖାଯାଏ ନାହିଁ, ଏଥିପାଇଁ ଆଗରେ କାନ୍ଧେଇଥିବା ବେହେରାମାନେ ସେମାନଙ୍କ ଡାକ ଡାକିପଛ ବେହେରା— ମାନଙ୍କୁ ଭିନ୍ନ ଭିନ୍ନ ବାକ୍ୟ ଦ୍ୱାରା ରାସ୍ତା ସମ୍ବନ୍ଧେ ସାବଧାନ କରାଇ ଦିଅନ୍ତି ଏହାଛଡ଼ା ବେହାରାମାନେ ଡାକ ଦ୍ୱାରା ନାନାପ୍ରକାରର ଗୀତ, ଡାକ ବଚନ ଓ ପ୍ରବଚନ ବୋଲନ୍ତି ଏବଂ ରସିକତା ମଧ୍ୟ କରନ୍ତି ଏହି ଡାକ ନାନା ଛନ୍ଦରେ ବୋଲାଯାଏ ଆଗରେ କାନ୍ଧେଇ ଥିବା ବେହେରାମାନଙ୍କ ମଧ୍ୟରୁ ଜଣେ ବା ଦୁଇଜଣ ଗୋଟିଏ 'ଡାକ' ଡାକନ୍ତି ଓ ନିଃଶ୍ୱାସ ମାରିବାକୁ କ୍ଷଣକ ପାଇଁ ତୁନି ହୁଅନ୍ତି ଏହି ଅବସରରେ ଅନ୍ଯ ବେହେରା ଜଣେ ବା ଦୁଇଜଣ ସେହି ଡାକକୁ ମିଶାଇ ଡାକ ମାରନ୍ତି ଅତଏବ ଡାକମାରିବା ବେହେରାମାନେ ଦୁଇଟି ଦଳରେ ବିଭକ୍ତି ହୁଅନ୍ତି ଏକ ଦଳ ଡାକ ମାରି ତୁନି ହେଲାବେଳ ଆର ଦଳକ ଡାକ ମାରନ୍ତି ଓ ଦୂରରୁ ଏ ଦୁଇଦଳଙ୍କ ଡାକ ମିଶି ଗୋଟିଏ ଅବିଚ୍ଛିନ୍ନ ଶବ୍ଦଧାରା ପରି ଶୁଣାଯାଏ ଏମାନଙ୍କ ଡାକ ସାଧାରଣତଃ4ଅକ୍ଷରିଆ (ଯଥା—ଯାଉଚାଲି, ଦିଅ ପେଲି),5ଅକ୍ଷରିଆ (ଯଥା—ହୁଁ ମେରା ଭାଇ, ଖବର ଖାଇ),6ଅକ୍ଷରିଆ (ଯଥା—ହୁଁ ମେରା ଭାଇରେ, ଖବର ଖାଇରେ, ଆକାଶି ଲଗାରେ, ଆଗିଲା ଭାରିରେ), ଓ7ଅକ୍ଷରିଆ (ଯଥା—ଡାହାଣକୁ ମୋଡ଼ରେ, ବାଆଁ ଛାଡ଼ ଭାଇରେ, ଦଉଥିବୁ ତାଇରେ) ଆଦି ଛନ୍ଦ ବିଶିଷ୍ଟ ହୋଇ— ଥାଏ କେତେକ ଅଞ୍ଚଳରେ "ଘେ ଘା! ଘେ ଘେ! ହେଁ ହେଁ! ହେଁ ହାଁ! " ଇତ୍ୟାଦି ନିରର୍ଥକ 'ଡାକ' ମଧ୍ୟ ବେହେରାମାନେ ଡାକନ୍ତି ଆଗର ବେହେରାମାନେ 'ଡାକ' ଡାକନ୍ତି ଓ ପଛ ବେହେରାମାନେ ତାହା ଶୁଣି ସେହି ଡାକର ଅର୍ଥକୁ ବୁଝି କାର୍ଯ୍ୟ କରନ୍ତି ଏବଂ ଯେଉଁ ପଞ୍ଝାକ ବେହେରା କାନ୍ଧେଇବାରୁ ଅବସର ପାଇ ସବାରିର ପଛରେ ଚାଲି ଥାଆନ୍ତି, ସେମାନେ କିଛି ସମୟ ପରେ ଆଗ ବେହେରାଙ୍କୁ ବା ପଛ ବେହେରାଙ୍କୁ ଛାଡ଼ନ୍ତି, ଅର୍ଥାତ୍ ତାଙ୍କୁ କାନ୍ଧେଇବା କାର୍ଯ୍ୟରୁ କିଛି ସମୟ ପାଇଁ ମୁକ୍ତି(Relief)ଦିଅନ୍ତି ଏହି ସବାରି ଡାକରେ କେତେଗୁଡ଼ିଏ ବାକ୍ୟ ବିଶିଷ୍ଟ ଅର୍ଥରେ ବ୍ଯବହୃତ ହୁଏ ତହିଁରେ କେତୋଟି ଉଦାହରଣ ନିମ୍ନରେ ଦିଆ ଯାଉଅଛି
  • ଦେ. ବି — ଆକାଶି ଲଗାରେ—ସବାରି ଯାଉଥିବା ବାଟର ମୁଣ୍ଡ ଉପରେ ଗଛର ଡାଳ ବା ଲତା ଓହଳି ଥିଲେ ଏହି ଡାକ ବ୍ଯବହୃତ ହୁଏ।
  • ଦେ. ବି — ଖଡ଼ପା ଲଗାରେ—ବାଟରେ କଣ୍ଟା ପଡ଼ିଥିଲେ କିମ୍ବା କୌଣସି ବେହେରାର ଗୋଡ଼ରେ କଣ୍ଟା ଗଳିଗଲେ ଏହି ଡାକ ବ୍ଯବହୃତ ହୁଏ।
  • ଦେ. ବି — ଗୋବରି ଲଗାରେ—ବାଟରେ ଅଳ୍ପ କାଦୁଅ ଥିଲେ ଏହି ଡାକଟି ଡକାଯାଏ। କେତେକ ଅଞ୍ଚଳରେ ଏହି ଡାକଟି ଗୋବରି କାଳିରେ, ଦେଇଛି ଢାଳିରେ—ରୂପରେ ଶୁଣାଯାଏ।
  • ଦେ. ବି — ଚିକିଟି ଲଗାରେ—ବାଟରେ ଚିକିଟା କାଦୁଅ ଥିଲେ ଏହି ଡାକ ଡକାଯାଏ।
  • ଦେ. ବି — ଠୋକର ଲଗାରେ—ବାଟରେ ଗଛର ଶିଅ ଆଦି ଝୁଣ୍ଟିବାର ଆଶଙ୍କା ଥିଲେ ଏହି ଡାକଟି ବ୍ଯବହୃତ ହୁଏ।
  • ଦେ. ବି — ଆଗିଲା ଭାରିରେ—ସମ୍ମୁଖରେ ଅନ୍ଯ ସବାରି ବା ଲୋକ ଗହଳି ଯୋଗୁଁ ଶୀଘ୍ର ଚାଲିଯିବାର ସୁବିଧା ନଥିଲେ ଏହି ଡାକଟି ଡକାଯାଏ।
  • ଦେ. ବି — କୋରେଇ ଗାଡ଼ରେ, ବୁଲେଇ ମାଡ଼ରେ— ବାଟରେ ଗାତ ଥିଲେ ଟିକିଏ ବାଟ ଭାଙ୍ଗିକରି ଯିବାବେଳେ ଏହି ଡାକଟି ଡାକିବାକୁ ହୁଏ।
  • ଦେ. ବି — ଡାହାଣ ଛାଡ଼ରେ ବା ବାଆଁକୁ ଧରରେ—ବାଟରେ ଡାହାଣ ଆଡ଼େ ଗଛ ଆଦି ଥିଲେ ଡାକିବାକୁ ହୁଏ।
  • ଦେ. ବି — ବାଆଁକୁ ଛାଡ଼ରେ ବା ଡାହାଣେ ଧରରେ—ବାଟରେ ବାମଆଡ଼େ ଗଛ ଆଦି ଥିଲେ ଏପରି ଡାକ ଡକାଯାଏ।