ସଫୈଦ୍ କୋ Sapha̲i̱d-ko

  • ବୈଦେ. ବି. (ନାମ) — ଅଫଗାନିସ୍ଥାନର ପର୍ବତମାଳା ବିଶେଷ — Name of a range of mountains in Afghanistan
  • ବୈଦେ. ବି. (ନାମ) — [ଦ୍ର—ଏ ପର୍ବତ ଅଫଗାନିସ୍ଥାନର ରାଜଧାନୀ କାବୁଲ ଓ ଗଜନୀ ନଗରର ମଧ୍ୟବର୍ତ୍ତୀସ୍ଥାନରୁ ଉଠି 75 ମାଇଲ୍ ପର୍ଯ୍ୟନ୍ତ ଲମ୍ବ ହୋଇ ସେଠାରୁ ଦୁଇ ଶାଖା ହୋଇଅଛି। ଗୋଟିଏ ଶାଖା ଖାଇବାର୍ ଗିରିସଙ୍କଟ ଆଡ଼କୁ ଓ ଅନ୍ୟଟି କାବୁଲ ଓ ସିନ୍ଧୁ ନଦୀର ସଙ୍ଗମ ପର୍ଯ୍ୟନ୍ତ ବିସ୍ତୁତ। ଏହି ପର୍ବତରୁ ଅନେକଗୁଡ଼ିଏ ନଦୀ ବାହାରି ଅଛି। ଏ ପର୍ବତରେ ଅନେକଗୁଡ଼ିଏ ଶୃଙ୍ଗ ଓ ଗିରିସଙ୍କଟ ଅଛି। ସର୍ବୋଚ୍ଚ ସୀତାରାମ ଶୃଙ୍ଗ ସମୁଦ୍ରପୁଷ୍ଠରୁ 16622 ଫିଟ ଉଚ୍ଚ। ପର୍ବତର ଉଚ୍ଚତମ ପୃଷ୍ଠରେ ପାଇନ୍ (ଦେବଦାରୁ) ଓ ବାଦାମ ଆଦି ଅନେକ ବଡ଼ ଗଛ ଜନ୍ମେ। ଏହି ପର୍ବତର ପୃଷ୍ଠଦେଶରେ ଅସଂଖ୍ୟ ମେଉଆ ବଗିଚା ଅଛି। ଏହି ପର୍ବତରେ ଉତ୍ପନ୍ନ ଡାଳିମ୍ବ (ବେଦାନା), ଆଖରୋଟ, ପେସ୍ତା, ବାଦାମ, ଜଳପାଇ, ଖୋବାନୀ, ଅଙ୍ଗରୁ, କିସ୍ମିସ୍, ଆଳୁବୋଖାରା ଆଦି ମେଉଆଫଳ ଭାରତକୁ ଆସି ବିକ୍ରି ହୁଏ। ଏ ପର୍ବତରେ ଅନେକ ଦୁର୍ଦ୍ଧର୍ଷ ଆଫଗାନ ଜାତି ବାସ କରନ୍ତି ଓ ବିଦେଶୀମାନଙ୍କ ଏ ଅଞ୍ଚଳକୁ ମାପ କରି ଏଥିର ଜ୍ଞାତବ୍ୟ ତତ୍ତ୍ୱମାନ ସଂଗ୍ରହ କରିବା ବିଷୟରେ ଏ ଆଫଗାନ୍ମାନେ ବରାବର ବାଧା ଦେଇ ଆସୁଅଛନ୍ତି—ବିଶ୍ୱକୋଷ।] — [ଦ୍ର—ଏ ପର୍ବତ ଅଫଗାନିସ୍ଥାନର ରାଜଧାନୀ କାବୁଲ ଓ ଗଜନୀ ନଗରର ମଧ୍ୟବର୍ତ୍ତୀସ୍ଥାନରୁ ଉଠି75ମାଇଲ୍ ପର୍ଯ୍ୟନ୍ତ ଲମ୍ବ ହୋଇ ସେଠାରୁ ଦୁଇ ଶାଖା ହୋଇଅଛି ଗୋଟିଏ ଶାଖା ଖାଇବାର୍ ଗିରିସଙ୍କଟ ଆଡ଼କୁ ଓ ଅନ୍ୟଟି କାବୁଲ ଓ ସିନ୍ଧୁ ନଦୀର ସଙ୍ଗମ ପର୍ଯ୍ୟନ୍ତ ବିସ୍ତୁତ ଏହି ପର୍ବତରୁ ଅନେକଗୁଡ଼ିଏ ନଦୀ ବାହାରି ଅଛି ଏ ପର୍ବତରେ ଅନେକଗୁଡ଼ିଏ ଶୃଙ୍ଗ ଓ ଗିରିସଙ୍କଟ ଅଛି ସର୍ବୋଚ୍ଚ ସୀତାରାମ ଶୃଙ୍ଗ ସମୁଦ୍ରପୁଷ୍ଠରୁ16622ଫିଟ ଉଚ୍ଚ ପର୍ବତର ଉଚ୍ଚତମ ପୃଷ୍ଠରେ ପାଇନ୍ (ଦେବଦାରୁ) ଓ ବାଦାମ ଆଦି ଅନେକ ବଡ଼ ଗଛ ଜନ୍ମେ ଏହି ପର୍ବତର ପୃଷ୍ଠଦେଶରେ ଅସଂଖ୍ୟ ମେଉଆ ବଗିଚା ଅଛି ଏହି ପର୍ବତରେ ଉତ୍ପନ୍ନ ଡାଳିମ୍ବ (ବେଦାନା), ଆଖରୋଟ, ପେସ୍ତା, ବାଦାମ, ଜଳପାଇ, ଖୋବାନୀ, ଅଙ୍ଗରୁ, କିସ୍ମିସ୍, ଆଳୁବୋଖାରା ଆଦି ମେଉଆଫଳ ଭାରତକୁ ଆସି ବିକ୍ରି ହୁଏ ଏ ପର୍ବତରେ ଅନେକ ଦୁର୍ଦ୍ଧର୍ଷ ଆଫଗାନ ଜାତି ବାସ କରନ୍ତି ଓ ବିଦେଶୀମାନଙ୍କ ଏ ଅଞ୍ଚଳକୁ ମାପ କରି ଏଥିର ଜ୍ଞାତବ୍ୟ ତତ୍ତ୍ୱମାନ ସଂଗ୍ରହ କରିବା ବିଷୟରେ ଏ ଆଫଗାନ୍ମାନେ ବରାବର ବାଧା ଦେଇ ଆସୁଅଛନ୍ତି—ବିଶ୍ୱକୋଷ]