ସପ୍ତର୍ଷି Saptarshi

  • ସଂ. ବି (ସପ୍ତନ୍+ଋଷି; ସମାହାର ଦ୍ୱିଗୁ) — ସାତ ଜଣ ପ୍ରଧାନ ଋଷିଙ୍କ ସମୂହ। (ଯାହାଙ୍କ ଉଦ୍ଦେଶ୍ୟରେ ପିଣ୍ଡ ଦିଆଯାଏ ଓ ତର୍ପଣ କରାଯାଏ) — Seven of the famous sages
  • ସଂ. ବି (ସପ୍ତନ୍+ଋଷି; ସମାହାର ଦ୍ୱିଗୁ) — [ଦ୍ର—ନକ୍ଷତ୍ର ଶବ୍ଦ ତଳେ ନୋଟ୍ ଦେଖ)। ଏମାନଙ୍କ ନାମ ଯଥା— 1 . ମରୀଚି, 2 . ଅତ୍ରି— 3 . ଅଙ୍ଗିରା, 4 . ପୁଲସ୍ତ୍ୟ, 5 ପୁଲହ, 6 . କ୍ରତୁ ଓ 7 . ବଶିଷ୍ଠ। ଏମାନଙ୍କ ସ୍ତ୍ରୀମାନଙ୍କ ନାମ ଯଥାକ୍ରମେ— 1 ସଂଭୂତି. 2 . ଅନସୂୟା, 3 . କ୍ଷମା, 4 . ପ୍ରୀତି, 5 . ସନ୍ନତି 6 . ଲଜ୍ଜା, ଓ 7 . ଅରୁନ୍ଧତୀ। ପଦ୍ମପୁରାଣ ସ୍ୱର୍ଗଖଣ୍ଡ 11 ଶ ଅଧ୍ୟାୟରେ ଲେଖାଅଛି ଯେ, ଏ ଋଷିମାନେ ଜଗତ୍ରେ ପ୍ରଜା ସୃଷ୍ଟିପାଇଁ ବିଧାତାଙ୍କ ଦ୍ୱାରା ବିନିଯୁକ୍ତ ହୋଇଥିଲେ। ଏମାନେ ବ୍ରହ୍ମାଙ୍କର ମାନସ—ପୁତ୍ର ଅଟନ୍ତି ଏମାନଙ୍କୁ ମଧ୍ୟ ସପ୍ତ— ବ୍ରାହ୍ମଣ ବୋଲାଯାଏ। ଏମାନେ ଲୋକପିତା ଅଟନ୍ତି ଓ ଏମାନଙ୍କ ସ୍ତ୍ରୀମାନେ ଲୋକମାତା ଅଟନ୍ତି। ଏମାନଙ୍କ ତପସ୍ୟାଦ୍ୱାରା ତ୍ରିଭୁବନ ଥୟ ହୋଇ ରହିଅଛି। ଏମାନେ ସର୍ବଦା ତ୍ରିସନ୍ଧ୍ୟାରେ ଉପାସନା ଓ ଗାୟତ୍ରୀ ଜପ କରୁ— ଅଛନ୍ତି ବୋଲି କଥିତ।] — [ଦ୍ର—ନକ୍ଷତ୍ର ଶବ୍ଦ ତଳେ ନୋଟ୍ ଦେଖ) ଏମାନଙ୍କ ନାମ ଯଥା—1. ମରୀଚି,2. ଅତ୍ରି—3. ଅଙ୍ଗିରା,4. ପୁଲସ୍ତ୍ୟ,5ପୁଲହ,6. କ୍ରତୁ ଓ7. ବଶିଷ୍ଠ ଏମାନଙ୍କ ସ୍ତ୍ରୀମାନଙ୍କ ନାମ ଯଥାକ୍ରମେ—1ସଂଭୂତି.2. ଅନସୂୟା,3. କ୍ଷମା,4. ପ୍ରୀତି,5. ସନ୍ନତି6. ଲଜ୍ଜା, ଓ7. ଅରୁନ୍ଧତୀ ପଦ୍ମପୁରାଣ ସ୍ୱର୍ଗଖଣ୍ଡ11ଶ ଅଧ୍ୟାୟରେ ଲେଖାଅଛି ଯେ, ଏ ଋଷିମାନେ ଜଗତ୍ରେ ପ୍ରଜା ସୃଷ୍ଟିପାଇଁ ବିଧାତାଙ୍କ ଦ୍ୱାରା ବିନିଯୁକ୍ତ ହୋଇଥିଲେ ଏମାନେ ବ୍ରହ୍ମାଙ୍କର ମାନସ—ପୁତ୍ର ଅଟନ୍ତି ଏମାନଙ୍କୁ ମଧ୍ୟ ସପ୍ତ— ବ୍ରାହ୍ମଣ ବୋଲାଯାଏ ଏମାନେ ଲୋକପିତା ଅଟନ୍ତି ଓ ଏମାନଙ୍କ ସ୍ତ୍ରୀମାନେ ଲୋକମାତା ଅଟନ୍ତି ଏମାନଙ୍କ ତପସ୍ୟାଦ୍ୱାରା ତ୍ରିଭୁବନ ଥୟ ହୋଇ ରହିଅଛି ଏମାନେ ସର୍ବଦା ତ୍ରିସନ୍ଧ୍ୟାରେ ଉପାସନା ଓ ଗାୟତ୍ରୀ ଜପ କରୁ— ଅଛନ୍ତି ବୋଲି କଥିତ]
  • ସଂ. ବି (ସପ୍ତନ୍+ଋଷି; ସମାହାର ଦ୍ୱିଗୁ) — ସପ୍ତର୍ଷି ମଣ୍ଡଳ (ଦେଖ) — Saptarshi maṇḍaḻa (See)