ସପ୍ତ ସ୍ୱର Saptaswara

  • ସଂ. ବି — ହିନ୍ଦୁ ସଙ୍ଗୀତଶାସ୍ତ୍ରୋକ୍ତ ସାତ ଗୋଟି ସ୍ୱର—ସା, ରି, ଗା, ମା, ପା, ଧା, ନି — The seven notes in the Hindu musical gamut
  • ସଂ. ବି — [ଦ୍ର— ରାଗ ତଳେ ନୋଟ୍ ଦେଖ। ସଙ୍ଗୀତ ଶାସ୍ତ୍ରରେ ଲେଖାଅଛି ଯେ, ଏହି ସାତ ଗୋଟି ସ୍ୱର ଭିନ୍ନ ଭିନ୍ନ ଜନ୍ତୁଙ୍କ ସ୍ୱରରୁ ଗୃହୀତ ହୋଇଅଛି ଯଥା—
  • ସଂ. ବି — ସା.... ଷଡ଼ଜ... ମୟୂରର... ଇଂ — C (Do)
  • ସଂ. ବି — ରି... ଋଷଭ... ବୃଷଭର... ଇଂ — D (Re)
  • ସଂ. ବି — ଗା... ଗାନ୍ଧାର... ଛାଗର... ଇଂ — E (Mi)
  • ସଂ. ବି — ମା... ମଧ୍ୟମ... କ୍ରୌଞ୍ଚର... ଇଂ — F (Fa)
  • ସଂ. ବି — ପା... ପଞ୍ଚମ... କୋକିଳର... ଇଂ — G (So)
  • ସଂ. ବି — ଧା... ଧୈବତ... ଘୋଟକର—ଇଂ — A (La)
  • ସଂ. ବି — ନି........ନିଷାଦ.............ହସ୍ତୀର........ଇଂ — A (Ta)
  • ସଂ. ବି — ଏହି ସାତଗୋଟି ସ୍ୱରମିଶି ଗୋଟିଏ ଲେଖାଏଁ ଲେଖାଏଁ ସପ୍ତକ ହୁଏ। ସପ୍ତକ ତିନି ଗୋଟି। ଯଥା
  • ସଂ. ବି — ଉଦାରା—ବଡ଼ ପାଟି ବା ଉଚ୍ଚୈଃସ୍ୱର; ମୁଦାରା— ସାଧାରଣ ପାଟି, ମନୁଷ୍ୟର ସ୍ୱର; ତାରା—କେଁ କେଁ ଶବ୍ଦ ବା ସ୍ତ୍ରୀ ଓ ଶିଶୁଙ୍କ ସ୍ୱର।
  • ସଂ. ବି — ଏହି ସାତ ଗୋଟି ସ୍ୱରର ପୁଣି କୋମଳ, ଅତି କୋମଳ, ତୀବ୍ର (କଡ଼ୀ) ଓ ଅତି ତୀବ୍ର ପ୍ରଭୃତି ଭେଦ ଅଛି।]