ସପ୍ତ ଶଳାକ ଚକ୍ର Sapta ṡaḻāka chakra
- ସଂ. ବି—(ସପ୍ତନ୍+ଶଳାକା=ରେଖା; ସମାହାର ଦ୍ୱିଗୁ ଓ କର୍ମଧା) — ଜ୍ୟୋତିଷ (ଫଳିତ) ମତରେ ବିବାହର ଶୁଭାଶୁଭ ଦିନ ଜ୍ଞାନାର୍ଥ ଅଙ୍କିତ ତିର୍ଯ୍ୟଗୂର୍ଦ୍ଧ୍ୱ ସପ୍ତରେଖା ବିଶିଷ୍ଟ ଚକ୍ର ବିଶେଷ — An astrological figure consisting of seven lines crossing 7 other lines and drawn to ascertain an auspicious day for marriage
- ସଂ. ବି—(ସପ୍ତନ୍+ଶଳାକା=ରେଖା; ସମାହାର ଦ୍ୱିଗୁ ଓ କର୍ମଧା) — [ଦ୍ର—ସାତ ଗୋଟି ରେଖା କାଟି ତାକୁ ଆଉ ସାତ ଗୋଟି ରେଖା ଦ୍ୱାରା ଛକିବାକୁ ହୁଏ ଓ ଏହିପରି ଛକା ହୋଇଥିବା 14 ରେଖାର ମୁଣ୍ଡରେ କୃତ୍ତିକା ( 3 ୟ) ନକ୍ଷତ୍ର ଠାରୁ ଆରମ୍ଭ କରି ଡାହାଣ ଦିଗକୁ ନକ୍ଷତ୍ରମାନ ସଂଖ୍ୟା କ୍ରମେ ବସାଇ ଯିବାକୁ ହୁଏ ଓ 21 (ଉତ୍ତରାଷାଢ଼ା) ପରେ 0 (ଶୂନ୍ଯ ଅର୍ଥାତ୍ ଅଭିଜିତ୍ ନାମକ ନକ୍ଷତ୍ର) ଲେଖି, ତହିଁ ପରେ 22 (ଶ୍ରବଣା) ଲେଖି 14 ଟି ରେଖାର 28 ଟି ଅଗ୍ରଭାଗ ପୂରଣ କରାଯାଏ। ଯଥା, 3। 4। 5। 6। 7। 8। 9। 10। 11। 12। 13। 14। 15। 16। 17। 18। 19। 20। 21। 0। 22। 23। 24। 25। 26। 27। 1। 2 । ଯେଉଁ ନକ୍ଷତ୍ରରେ ବିବାହର ଦିନ ସ୍ଥିର ହୋଇଥିବ, ଏହି ଚକ୍ର ଅନୁସାରେ ସେହି ନକ୍ଷତ୍ରର ବିପରୀତ ମୁଣ୍ଡରେ ଅବସ୍ଥିତ ନକ୍ଷତ୍ର ପ୍ରଥମ ନକ୍ଷତ୍ରର ବେଧ ଅର୍ଥାତ୍ ପ୍ରତିକୂଳ ଅଟେ; ଉକ୍ତ ବିଦ୍ଧ ନକ୍ଷତ୍ରରେ ଯଦି ଚନ୍ଦ୍ରା ବିନା ଅନ୍ଯ ଗ୍ରହ ସେ ଦିନ ଅବସ୍ଥାନ କରୁଥିବା ଦେଖାଯାଏ, ତେବେ ଏହା 'ସପ୍ତଶଳାକ ବେଧ' ନାମକ ଦୋଷଯୁକ୍ତ ବୋଲି ବିବେଚିତ ହୁଏ ଓ ଏହି ନକ୍ଷତ୍ରଯୁକ୍ତ ତିଥିରେ ବିବାହ କଲେ କନ୍ଯା ବିଧବା ହୁଏ। — [ଦ୍ର—ସାତ ଗୋଟି ରେଖା କାଟି ତାକୁ ଆଉ ସାତ ଗୋଟି ରେଖା ଦ୍ୱାରା ଛକିବାକୁ ହୁଏ ଓ ଏହିପରି ଛକା ହୋଇଥିବା14ରେଖାର ମୁଣ୍ଡରେ କୃତ୍ତିକା (3ୟ) ନକ୍ଷତ୍ର ଠାରୁ ଆରମ୍ଭ କରି ଡାହାଣ ଦିଗକୁ ନକ୍ଷତ୍ରମାନ ସଂଖ୍ୟା କ୍ରମେ ବସାଇ ଯିବାକୁ ହୁଏ ଓ21(ଉତ୍ତରାଷାଢ଼ା) ପରେ0(ଶୂନ୍ଯ ଅର୍ଥାତ୍ ଅଭିଜିତ୍ ନାମକ ନକ୍ଷତ୍ର) ଲେଖି, ତହିଁ ପରେ22(ଶ୍ରବଣା) ଲେଖି14ଟି ରେଖାର28ଟି ଅଗ୍ରଭାଗ ପୂରଣ କରାଯାଏ ଯଥା,3 4 5 6 7 8 9 10 11 12 13 14 15 16 17 18 19 20 21 0 22 23 24 25 26 27 1 2 ଯେଉଁ ନକ୍ଷତ୍ରରେ ବିବାହର ଦିନ ସ୍ଥିର ହୋଇଥିବ, ଏହି ଚକ୍ର ଅନୁସାରେ ସେହି ନକ୍ଷତ୍ରର ବିପରୀତ ମୁଣ୍ଡରେ ଅବସ୍ଥିତ ନକ୍ଷତ୍ର ପ୍ରଥମ ନକ୍ଷତ୍ରର ବେଧ ଅର୍ଥାତ୍ ପ୍ରତିକୂଳ ଅଟେ; ଉକ୍ତ ବିଦ୍ଧ ନକ୍ଷତ୍ରରେ ଯଦି ଚନ୍ଦ୍ରା ବିନା ଅନ୍ଯ ଗ୍ରହ ସେ ଦିନ ଅବସ୍ଥାନ କରୁଥିବା ଦେଖାଯାଏ, ତେବେ ଏହା 'ସପ୍ତଶଳାକ ବେଧ' ନାମକ ଦୋଷଯୁକ୍ତ ବୋଲି ବିବେଚିତ ହୁଏ ଓ ଏହି ନକ୍ଷତ୍ରଯୁକ୍ତ ତିଥିରେ ବିବାହ କଲେ କନ୍ଯା ବିଧବା ହୁଏ
- ସଂ. ବି—(ସପ୍ତନ୍+ଶଳାକା=ରେଖା; ସମାହାର ଦ୍ୱିଗୁ ଓ କର୍ମଧା) — ( 3 ) କୃତ୍ତିକା ସହିତ ଶ୍ରବଣା ( 22 )ର ବେଧ ଅଟେ — (3) କୃତ୍ତିକା ସହିତ ଶ୍ରବଣା (22)ର ବେଧ ଅଟେ
- ସଂ. ବି—(ସପ୍ତନ୍+ଶଳାକା=ରେଖା; ସମାହାର ଦ୍ୱିଗୁ ଓ କର୍ମଧା) — ( 4 ) ରୋହିଣୀ ସହିତ ଅଭିଜିତ୍ (0)ର ବେଧ ଅଟେ — (4) ରୋହିଣୀ ସହିତ ଅଭିଜିତ୍ (0)ର ବେଧ ଅଟେ
- ସଂ. ବି—(ସପ୍ତନ୍+ଶଳାକା=ରେଖା; ସମାହାର ଦ୍ୱିଗୁ ଓ କର୍ମଧା) — ( 5 ) ମୃଗଶିରା ସହିତ ଉତ୍ତାରାଷାଢ଼ା ( 21 )ର ବେଧ ଅଟେ — (5) ମୃଗଶିରା ସହିତ ଉତ୍ତାରାଷାଢ଼ା (21)ର ବେଧ ଅଟେ
- ସଂ. ବି—(ସପ୍ତନ୍+ଶଳାକା=ରେଖା; ସମାହାର ଦ୍ୱିଗୁ ଓ କର୍ମଧା) — ( 6 ) ଆର୍ଦ୍ରା ସହିତ ପୂର୍ବାଷାଢ଼ା ( 20 )ର ବେଧ ଅଟେ — (6) ଆର୍ଦ୍ରା ସହିତ ପୂର୍ବାଷାଢ଼ା (20)ର ବେଧ ଅଟେ