ସପ୍ତ ଫଣା, ସପ୍ତ ଫଣୀ Sapta phaṇā(ṇī)

  • ଦେ. ବି. (ସଂ. ସପ୍ତଫଣୀ, ଏହାର ଶାଖାମାନ ସର୍ପର ଫଣା ସଦୃଶ) — ନାଗଫେଣିଆ ଗଛ — A species of cactus; Apuntia Dillenii (plant)
  • ଦେ. ବି. (ସଂ. ସପ୍ତଫଣୀ, ଏହାର ଶାଖାମାନ ସର୍ପର ଫଣା ସଦୃଶ) — [ଦ୍ର— ସପ୍ତଫଣା ଏ ଦେଶୀୟ ଗଛ ନୁହେ। ପ୍ରାୟ ସାଢ଼େ 3 ଶହ ବର୍ଷ ପୂର୍ବେ ରଙ୍ଗ ବ୍ଯବସାୟୀମାନେ ଏହାକୁ ଦକ୍ଷିଣ ଆମେରିକାରୁ ଆଣି ଏ ଦେଶରେ ଲଗାଇଥିଲେ। ଏକପ୍ରକାର ରଙ୍ଗ ଉତ୍ପାଦନ କରୁଥିବା କୀଟ — [ଦ୍ର— ସପ୍ତଫଣା ଏ ଦେଶୀୟ ଗଛ ନୁହେ ପ୍ରାୟ ସାଢ଼େ3ଶହ ବର୍ଷ ପୂର୍ବେ ରଙ୍ଗ ବ୍ଯବସାୟୀମାନେ ଏହାକୁ ଦକ୍ଷିଣ ଆମେରିକାରୁ ଆଣି ଏ ଦେଶରେ ଲଗାଇଥିଲେ ଏକପ୍ରକାର ରଙ୍ଗ ଉତ୍ପାଦନ କରୁଥିବା କୀଟ(cochineal insect)ସପ୍ତଫଣା ଗଛରେ ଜନ୍ମନ୍ତି ବୋଲି ସେମାନଙ୍କର ବିଶ୍ୱାସ ଥିଲା ଏହି କୋଚିନିଏଲ୍ ରଙ୍ଗ ପ୍ରସ୍ତୁତ କରୁଥିବା ବ୍ଯବସାୟୀମାନେ ସପ୍ତଫଣାକୁ ଆମ ଦେଶକୁ ଆଣି ଦେଖିଲେ ଯେ, ଏ ଗଛରେ କୌଣସି ରଙ୍ଗ ଉତ୍ପାଦନକାରୀ କୀଟ ଜନ୍ମନ୍ତି ନାହିଁ ଏହର ଇଂରାଜୀ ନାମ ପ୍ରିକଲୀ ପିଅର୍(Prickly Pear).ଏହାର ଶାଖାଗ୍ର ନାଗସାପର ଫଣାପରି ଦେଖାଯାଉଥିବାରୁ ଲୋକେ ଏହାକୁ ନାଗଫଣା ବୋଲି କହି ଆସିଅଛନ୍ତି
  • ଦେ. ବି. (ସଂ. ସପ୍ତଫଣୀ, ଏହାର ଶାଖାମାନ ସର୍ପର ଫଣା ସଦୃଶ) — ସପ୍ତଫଣା ଦୁଇପ୍ରକାର—କଣ୍ଟକଯୁକ୍ତ ଓ କଣ୍ଟକହୀନ। ଏହି ଗଛ ପାଇଁ ବେଶି ପାଣି ଲୋଡ଼ା ହୁଏ ନାହିଁ। ଶୁଖିଲା ଭୂଇଁରେ, ପାହାଡ଼ିଆ ଭୂମିରେ ଓ ବାଲିରେ ମଧ୍ୟ ଏହା ଜୀଇଁ ପାରେ। ଏହାର ଫଣା ବା ଶାଖା ସବୁ ଏଡ଼େ ବହଳ ଯେ, ସୂର୍ଯ୍ୟକିରଣ ଏହାର ରସକୁ ଶୁଖାଇପାରେ ନାହିଁ। ଫଣାରେ ବହୁତ କଣ୍ଟା ଥିବାରୁ ପଶୁଆଦିଙ୍କ ଆକ୍ରମଣରୁ ଏହା ରକ୍ଷାପାଏ। ଏଗଛର ଚେର ମାଡ଼ି ଚେରରୁ କୁଆଁ ଦେଇ ଅତି ଅଳ୍ପ ସମୟରେ ଏଥିର ଦୁର୍ଭେଦ୍ୟ ବଣ ହୋଇଯାଏ। ଏଗଛ ମାଡ଼ିବା ଯାଗାରେ ଅନ୍ଯ ଫସଲ ଉଧାଏ ନାହିଁ।
  • ଦେ. ବି. (ସଂ. ସପ୍ତଫଣୀ, ଏହାର ଶାଖାମାନ ସର୍ପର ଫଣା ସଦୃଶ) — ଭାରତର ତଥା ସପ୍ତଫଣାର ଆଦି ଜନ୍ମଭୂମି ଦକ୍ଷିଣ ଆମେରିକାର କୃଷକମାନେ ସପ୍ତଫଣା ଯୋଗୁ ବହୁତ କ୍ଷତିଗ୍ରସ୍ତ ହେଉଅଛନ୍ତି। ଏଣୁ ଏଥିର ବଂଶ ଲୋପ ପାଇଁ ଔଷଧ ପ୍ରୟୋଗାଦି ବହୁ ଉପାୟ ପ୍ରୟୋଗର ଚେଷ୍ଟା ହୋଇଅଛି; କିନ୍ତୁ କାହିଁରେ କିଛି ଫଳ ହେବା ଦେଖାଯାଇ ନ ଥିଲା।
  • ଦେ. ବି. (ସଂ. ସପ୍ତଫଣୀ, ଏହାର ଶାଖାମାନ ସର୍ପର ଫଣା ସଦୃଶ) — ବହୁ ଚେଷ୍ଟା ପରେ ଏବେ ସେହି ଦକ୍ଷିଣ ଆମେରିକାରୁ ଏକ ଜାତୀୟ କୀଟ ଏଦେଶକୁ ଅଣା ହୋଇଅଛି। ସପ୍ତଫେଣା ଗଛର ଡାଳରେ ଏ କୀଟକୁ ଛାଡ଼ିଦେଲେ ଏ କୀଟମାନଙ୍କ ବଂଶ ବୃଦ୍ଧି ହୁଏ ଓ ସେହି କୀଟମାନଙ୍କ ଧଳାସ୍ତର ଏ ଗଛର ଦେହଯାକ ମାଡ଼ିଯାଏ ଓ ଗଛକୁ ମାରିପକାଏ। ଏ କୀଟମାନଙ୍କର ସପ୍ତଫଣା ଗଛକୁ ନାଶ କରିବାରେ ଅଦ୍ଭୁତ ଶକ୍ତି ଅଛି। ମାନ୍ଦ୍ରାଜର ଦକ୍ଷିଣ ଜିଲ୍ଲାମାନଙ୍କରେ, ବିଶାଖାପାଟଣାରେ ଓ ପୁରୀରେ ଏହି କୀଟମାନଙ୍କ ସାହାଯ୍ୟରେ ସପ୍ତଫେଣାର ବଂଶ ଧ୍ୱଂସ କରିବାର ଉପାୟ ଅବଲମ୍ବିତ ହୋଇଅଛି। ଏମାନଙ୍କୁ ସପ୍ତଫଣା ଗଛରେ ଆଣି ରଖିଦେଲେ ବଂଶ ବୃଦ୍ଧି ହୋଇ ଏମାନେ ଗଛର ଦେହଯାକ ମାଡ଼ିଯାଆନ୍ତି ଓ ଗଛର ଡାଳ ଓ ଗଣ୍ଡିମାନ ଏକ ସପ୍ତାହ ମଧ୍ୟରେ ଝାଉଁଳି, ମଉଳି ଶୁଖିଯାଏ। 3। 4 ମାସ ମଧ୍ୟରେ ବିଶାଖାପାଟଣାରେ ସପ୍ତଫଣା ବଂଶ ନିର୍ମୂଳ ହୋଇଥିବା ଦେଖାଯାଇଅଛି; ପୁରୀ ସହରର ଅନେକ ସ୍ଥାନରେ ସପ୍ତଫଣା ଗଛଯାକ ଏ ପୋକଙ୍କ ଯୋଗୁଁ ମରିଯାଉଥିବା ମଧ୍ୟ ଦେଖାଯାଉଅଛି।] — ବହୁ ଚେଷ୍ଟା ପରେ ଏବେ ସେହି ଦକ୍ଷିଣ ଆମେରିକାରୁ ଏକ ଜାତୀୟ କୀଟ ଏଦେଶକୁ ଅଣା ହୋଇଅଛି ସପ୍ତଫେଣା ଗଛର ଡାଳରେ ଏ କୀଟକୁ ଛାଡ଼ିଦେଲେ ଏ କୀଟମାନଙ୍କ ବଂଶ ବୃଦ୍ଧି ହୁଏ ଓ ସେହି କୀଟମାନଙ୍କ ଧଳାସ୍ତର ଏ ଗଛର ଦେହଯାକ ମାଡ଼ିଯାଏ ଓ ଗଛକୁ ମାରିପକାଏ ଏ କୀଟମାନଙ୍କର ସପ୍ତଫଣା ଗଛକୁ ନାଶ କରିବାରେ ଅଦ୍ଭୁତ ଶକ୍ତି ଅଛି ମାନ୍ଦ୍ରାଜର ଦକ୍ଷିଣ ଜିଲ୍ଲାମାନଙ୍କରେ, ବିଶାଖାପାଟଣାରେ ଓ ପୁରୀରେ ଏହି କୀଟମାନଙ୍କ ସାହାଯ୍ୟରେ ସପ୍ତଫେଣାର ବଂଶ ଧ୍ୱଂସ କରିବାର ଉପାୟ ଅବଲମ୍ବିତ ହୋଇଅଛି ଏମାନଙ୍କୁ ସପ୍ତଫଣା ଗଛରେ ଆଣି ରଖିଦେଲେ ବଂଶ ବୃଦ୍ଧି ହୋଇ ଏମାନେ ଗଛର ଦେହଯାକ ମାଡ଼ିଯାଆନ୍ତି ଓ ଗଛର ଡାଳ ଓ ଗଣ୍ଡିମାନ ଏକ ସପ୍ତାହ ମଧ୍ୟରେ ଝାଉଁଳି, ମଉଳି ଶୁଖିଯାଏ3 4ମାସ ମଧ୍ୟରେ ବିଶାଖାପାଟଣାରେ ସପ୍ତଫଣା ବଂଶ ନିର୍ମୂଳ ହୋଇଥିବା ଦେଖାଯାଇଅଛି; ପୁରୀ ସହରର ଅନେକ ସ୍ଥାନରେ ସପ୍ତଫଣା ଗଛଯାକ ଏ ପୋକଙ୍କ ଯୋଗୁଁ ମରିଯାଉଥିବା ମଧ୍ୟ ଦେଖାଯାଉଅଛି]
  • ଦେ. ବି. (ସଂ. ସପ୍ତଫଣୀ, ଏହାର ଶାଖାମାନ ସର୍ପର ଫଣା ସଦୃଶ) — ସାତଫେଣୀ 2 । (ଦେଖ) — ସାତଫେଣୀ (ଦେଖ)— . Sātapheṇī . (See)