ସପ୍ତ ପର୍ଣ୍ଣ Sapta parṇṇa
- ସଂ. ବି. (ବୈଦ୍ଯକ) ଛଚିନା 1 (ଦେଖ) — ଛଚିନା(ଦେଖ)— Astonia Scholaris (tree)
- ସଂ. ବି. (ବୈଦ୍ଯକ) (ପ୍ରଥମ ଅର୍ଥର ପର୍ଯ୍ଯାୟ—ବିଶାଳତ୍ୱକ୍, ଶାରଦୀ, ବିଷମଚ୍ଛଦ, ଶାରଦ, ଦେବ ବୃକ୍ଷ, ଦାନଗନ୍ଧି, ଶାରୋରୁଜା, ଗ୍ରହନାଶ, ଶୂତିପର୍ଣ୍ଣ, ଗୃହାଶୀ, ଗ୍ରହନାଶନ, ଗୁତ୍ସପୁଷ୍ପ, ଗୁଚ୍ଛପୁଷ୍ପ, ଶକ୍ତିପର୍ଣ୍ଣ, ସୁପର୍ଣ୍ଣକ, ବୃହତ୍ତକ୍। (ବଂ) ଛାତିମ, (ହି) ଛାତିବନ, (ମ) ସାନବର୍ଣ୍ଣା, ଏଡ଼ାକୁଳ, ଅରିଟାକୁ; (ଓ) ଛତିଆନା, ଛଚିନା, (ତେ) ଏଲେଲଗା। ଏହା ବ୍ରଣ, ଶ୍ଳେଷ୍ମା, ବାତ, କୁଷ୍ଠ, ରକ୍ତ— ଦୋଷ ଓ କୃମିନାଶକ; ଦୀପନ, ଶ୍ୱାସଘ୍ନ, ଶୂଳଘ୍ନ, ସ୍ନିଗ୍ଧ ଓ ଉଷ୍ଣ—(ବିଶ୍ୱକୋଷ)
- ସଂ. ବି. (ବୈଦ୍ଯକ) (ଏଥିରେ ଦ୍ରାକ୍ଷା, ଡାଳିମ୍ବ, ଖଜୁରି, ଶର୍କରା, ଲାଜଚୂର୍ଣ୍ଣ, ଘୃତ ଓ ମଧୁ, ଏହି ସାତଟି ଦ୍ରବ୍ୟ ମିଶା ଯିବାରୁ) ମିଷ୍ଟାନ୍ନ ବିଶେଷ; ଦ୍ରାକ୍ଷା, ଦାଡ଼ିମ, ଖର୍ଜୁର, ଗୁଡ଼, ଘୃତ ଓ ମଧୁଦ୍ୱାରା ମିଶ୍ରିତ ଆମ୍ର ଉପରେ ଖଇ ଚୂନା ଛିଞ୍ଚା ହୋଇଥିବା ମିଷ୍ଟାନ୍ନ (ଶବ୍ଦ ଚନ୍ଦ୍ରିକା) — A sort of sweetmeat prepared from grape, pomegranate, date, mango, mixed with molases, ghee & honey and sprinkled over with the powder of fried paddy