ସପ୍ତ ଧାତୁ Sapta dhātu
- ସଂ. ବି — ଶରୀରସ୍ଥ ସପ୍ତ ସଂଖ୍ୟକ ଧାତୁ ବା ସାର ବା ଉପାଦାନ — The seven ingredients of the body
- ସଂ. ବି — [ଉ—ହୃଦୟ ଆବୋରିବା ଆଶେ ଅସ୍ଥି ସର୍ଜିଲା ପୃଷ୍ଠଦେଶେ। ଅସ୍ଥି ଭିତରେ ମଜ୍ଜା କଲା ଉପରେ ମେଦ ଭିଆଇଲା। ତାର ଉପରେ ମାଂସ ଧରି ରୁଧିର ଆବରଣ କରି। ତାର ଉପରେ ତ୍ୱକ ଚର୍ମ ମଜ୍ଜାର ମଧ୍ୟେ ରହେ ବ୍ୟୋମ। ଏମନ୍ତେ କରି ସପ୍ତଧାତୁ ସେ ଭୂମି ଜଳ ତେଜ ହେତୁ। ଜଗନ୍ନାଥ, ଭାଗବତ]
- ସଂ. ବି — [ଦ୍ର—ରସ, ରକ୍ତ, ମାଂସ, ମେଦ, ଅସ୍ଥି, ମଜ୍ଜା ଓ ଶୁକ୍ର ଏହି ସପ୍ତଧାତୁ ଯୋଗୁଁ ଶରୀର ବଞ୍ଚି ରହେ। ଏମାନ ଶରୀରର ସ୍ଥୈର୍ଯ୍ୟପ୍ରଦ। ଏ ସପ୍ତଧାତୁ ଶରୀରକୁ ଧାରଣ କରନ୍ତି ବୋଲି ଏମାନଙ୍କ ନାମ ଧାତୁ। ଆହାରର ସାର ପ୍ରଥମେ ରସରେ, ରସ ରକ୍ତରେ, ରକ୍ତ ମାଂସରେ, ମାଂସ ମେଦରେ ମେଦ ଅସ୍ଥିରେ, ଅସ୍ଥି ମଜ୍ଜାରେ ଓ ମଜ୍ଜା ଶୁକ୍ରରେ ପରିଣତ ହୁଏ। ଖାଦ୍ୟର ଅସାର ଅଂଶ ମଳ, ମୂତ୍ର, ଘର୍ମ ଆଦି ରୂପରେ ଦେହରୁ ବାହାରି ଯାଏ। ସପ୍ତଧାତୁର ଉପଚୟରେ ଶରୀରର ଉପଚୟ ଓ କ୍ଷୟରେ ଶରୀରର କ୍ଷୟ ହୁଏ।]