ସପିଣ୍ଡ Sapiṇḍa
- ସଂ. ବିଣ. ପୁଂ. (ସ=ସମାନ ହୋଇଛି ପିଣ୍ଡ=ଶ୍ରାଦ୍ଧରେ ଦେୟ ଅନ୍ନ ଗୋଳକ ଯେଉଁମାନଙ୍କର; ବହୁବ୍ରୀହି) — ପିଣ୍ଡଦ୍ୱାରା ସଂବଦ୍ଧ — Related with one another by the funeral oblations and cakes
- ସଂ. ବି. — ସନାଭି; ମନୁଷ୍ୟର ଉପର 3 ପୁରୁଷ (ପିତା, ପିତାମହ ଓ ପ୍ରପିତାମହ ଏବଂ ଏମାନଙ୍କ ସ୍ତ୍ରୀମାନେ), ତଳ 3 ପୁରୁଷ (ପୁଅ, ନାତି ଓ ଅଣନାତି ଏବଂ ଏମାନଙ୍କ ସ୍ତ୍ରୀମାନେ) ଓ ନିଜେ, ଏପରି 7 ପୁରୁଷ ଅନ୍ତର୍ଗତ ଜ୍ଞାତି; ପିଣ୍ଡଦ୍ୱାରା ସଂବଦ୍ଧ ଏକବଂଶୀୟ ବ୍ଯକ୍ତିଗଣ — ସନାଭି; ମନୁଷ୍ୟର ଉପର3ପୁରୁଷ (ପିତା, ପିତାମହ ଓ ପ୍ରପିତାମହ ଏବଂ ଏମାନଙ୍କ ସ୍ତ୍ରୀମାନେ), ତଳ3ପୁରୁଷ (ପୁଅ, ନାତି ଓ ଅଣନାତି ଏବଂ ଏମାନଙ୍କ ସ୍ତ୍ରୀମାନେ) ଓ ନିଜେ, ଏପରି7ପୁରୁଷ ଅନ୍ତର୍ଗତ ଜ୍ଞାତି; ପିଣ୍ଡଦ୍ୱାରା ସଂବଦ୍ଧ ଏକବଂଶୀୟ ବ୍ଯକ୍ତିଗଣ— Agnates of a person within 7 generations (related with each other on account of the offering of funeral cakes)
- ସଂ. ବି. — [ଦ୍ର—ଯେଉଁମାନଙ୍କୁ ମୁଁ ପିଣ୍ଡ ଦିଏଁ (ଅର୍ଥାତ୍, ମୋ ପିତୃ ପିତାମହ ଓ ପ୍ରପିତାମହ ଏବଂ ସେମାନଙ୍କ ସ୍ତ୍ରୀମାନେ) ସେମାନେ ଓ ସେମାନଙ୍କୁ ଯେଉଁ ବଂଶଧରମାନେ (ଯଥା ମୋ ଭାଇ, ମୋ ପିତୃବ୍ୟ ଓ ପିତୃବ୍ୟଙ୍କ ପୁତ୍ରଆଦି) ପିଣ୍ଡ, ଦିଅନ୍ତି, ସେମାନେ ମୋର ସପିଣ୍ଡ; ଯେଉଁମାନେ ମୋତେ ପିଣ୍ଡ ଦେବେ (ଅର୍ଥାତ୍, ମୋ ପୁଅ, ନାତି ଓ ଅଣନାତି ଏବଂ ସେମାନଙ୍କ ସ୍ତ୍ରୀମାନେ), ସେମାନେ ପରସ୍ପର ସହିତ ବିବାହ ଓ ଦାୟାଦାଧିକାରରେ 'ସପିଣ୍ଡ'—ସଂପର୍କ ବୋଲି ବିବେଚିତ ହୁଅନ୍ତି; ଅର୍ଥାତ୍ ମୃତ ବ୍ଯକ୍ତିର ସପିଣ୍ଡମାନେ ପୂର୍ଣ୍ଣାଶୌଚ (ଅର୍ଥାତ୍ 10 ଦିନ) ପାଳନ କରିବେ। ସପିଣ୍ଡମାନଙ୍କ ମଧ୍ୟରେ ବିବାହ ନିଷିଦ୍ଧ। ମୃତ ବ୍ଯକ୍ତିର ଜୀବିତ ଥିବା ନିକଟତମ ସପିଣ୍ଡ ତାହାର ତ୍ୟକ୍ତ ସଂପତ୍ତିରେ ଅଧିକାରୀ ହୁଏ। — [ଦ୍ର—ଯେଉଁମାନଙ୍କୁ ମୁଁ ପିଣ୍ଡ ଦିଏଁ (ଅର୍ଥାତ୍, ମୋ ପିତୃ ପିତାମହ ଓ ପ୍ରପିତାମହ ଏବଂ ସେମାନଙ୍କ ସ୍ତ୍ରୀମାନେ) ସେମାନେ ଓ ସେମାନଙ୍କୁ ଯେଉଁ ବଂଶଧରମାନେ (ଯଥା ମୋ ଭାଇ, ମୋ ପିତୃବ୍ୟ ଓ ପିତୃବ୍ୟଙ୍କ ପୁତ୍ରଆଦି) ପିଣ୍ଡ, ଦିଅନ୍ତି, ସେମାନେ ମୋର ସପିଣ୍ଡ; ଯେଉଁମାନେ ମୋତେ ପିଣ୍ଡ ଦେବେ (ଅର୍ଥାତ୍, ମୋ ପୁଅ, ନାତି ଓ ଅଣନାତି ଏବଂ ସେମାନଙ୍କ ସ୍ତ୍ରୀମାନେ), ସେମାନେ ପରସ୍ପର ସହିତ ବିବାହ ଓ ଦାୟାଦାଧିକାରରେ 'ସପିଣ୍ଡ'—ସଂପର୍କ ବୋଲି ବିବେଚିତ ହୁଅନ୍ତି; ଅର୍ଥାତ୍ ମୃତ ବ୍ଯକ୍ତିର ସପିଣ୍ଡମାନେ ପୂର୍ଣ୍ଣାଶୌଚ (ଅର୍ଥାତ୍10ଦିନ) ପାଳନ କରିବେ ସପିଣ୍ଡମାନଙ୍କ ମଧ୍ୟରେ ବିବାହ ନିଷିଦ୍ଧ ମୃତ ବ୍ଯକ୍ତିର ଜୀବିତ ଥିବା ନିକଟତମ ସପିଣ୍ଡ ତାହାର ତ୍ୟକ୍ତ ସଂପତ୍ତିରେ ଅଧିକାରୀ ହୁଏ
- ସଂ. ବି. — ସ୍ୱାମୀ ଯାହାଙ୍କର 'ସପିଣ୍ଡ' ଅଟନ୍ତି, ସ୍ତ୍ରୀ ମଧ୍ୟ ତାଙ୍କର 'ସପିଣ୍ଡ' ଅଟନ୍ତି।
- ସଂ. ବି. — ଆପଣା ବଂଶର (ଉପର 3 ପୁରୁଷ, ସ୍ୱୟଂ ଓ ତଳ 3 ପୁରୁଷ) 7 ମ ପୁରୁଷ ପର୍ଯ୍ୟନ୍ତ ବ୍ଯକ୍ତି 'ସପିଣ୍ଡ', 14 ଶ ପୁରୁଷ ପର୍ଯ୍ୟନ୍ତ 'ସମାନୋଦକ' ଓ ତହିଁରୁ ଊର୍ଦ୍ଧ୍ୱ ବା ଅଧଃ 'ସଗୋତ୍ର' ଅଟନ୍ତି। — ଆପଣା ବଂଶର (ଉପର3ପୁରୁଷ, ସ୍ୱୟଂ ଓ ତଳ3ପୁରୁଷ)7ମ ପୁରୁଷ ପର୍ଯ୍ୟନ୍ତ ବ୍ଯକ୍ତି 'ସପିଣ୍ଡ',14ଶ ପୁରୁଷ ପର୍ଯ୍ୟନ୍ତ 'ସମାନୋଦକ' ଓ ତହିଁରୁ ଊର୍ଦ୍ଧ୍ୱ ବା ଅଧଃ 'ସଗୋତ୍ର' ଅଟନ୍ତି
- ସଂ. ବି. — ସପିଣ୍ଡ 2 ପ୍ରକାରର; ଯଥା—ସଗୋତ୍ର ସପିଣ୍ଡ (ଅର୍ଥାତ ନିଜ ଗୋତ୍ରର ପିତୃ, ପିତାମହ, ପ୍ରପିତାମହ ଓ ପୁତ୍ର, ପୌତ୍ର ଓ ପ୍ରପୌତ୍ରାଦି) ଓ ଅସଗୋତ୍ର ସପିଣ୍ଡ (ଅର୍ଥାତ୍ ମାତାମହ, ପ୍ରମାତାମହ, ବୃଦ୍ଧ ଓ ପ୍ରମାତାମହ ଓ ଦୌହିତ୍ର, ଦୈହିତ୍ରପୁତ୍ର ଓ ଦୌହିତ୍ରପୌତ୍ରାଦି, ଯେଉଁମାନେ ମୋ ବଂଶଜ ନୁହନ୍ତି)। — ସପିଣ୍ଡ2ପ୍ରକାରର; ଯଥା—ସଗୋତ୍ର ସପିଣ୍ଡ (ଅର୍ଥାତ ନିଜ ଗୋତ୍ରର ପିତୃ, ପିତାମହ, ପ୍ରପିତାମହ ଓ ପୁତ୍ର, ପୌତ୍ର ଓ ପ୍ରପୌତ୍ରାଦି) ଓ ଅସଗୋତ୍ର ସପିଣ୍ଡ (ଅର୍ଥାତ୍ ମାତାମହ, ପ୍ରମାତାମହ, ବୃଦ୍ଧ ଓ ପ୍ରମାତାମହ ଓ ଦୌହିତ୍ର, ଦୈହିତ୍ରପୁତ୍ର ଓ ଦୌହିତ୍ରପୌତ୍ରାଦି, ଯେଉଁମାନେ ମୋ ବଂଶଜ ନୁହନ୍ତି)
- ସଂ. ବି. — ଅଶୌଚ, ବିବାହ ଓ ଦାୟ ଭେଦରେ ସପିଣ୍ଡ ତ୍ରିବିଧ। ଅଶୌଚ ବିଷୟେ ଉପରତଳ ସପ୍ତମ ପୁରୁଷ ପର୍ଯ୍ୟନ୍ତ ସପିଣ୍ଡ ନାମରେ ଅଭିହିତ। ତିନି ପୁରୁଷ ପର୍ଯ୍ୟନ୍ତ ପିଣ୍ଡଭୋଜୀ ଓ ତଦୁର୍ଦ୍ଧ 3 ପୁରୁଷ ପିଣ୍ଡର ଲେପଭୋଜୀ; ଏହି 6 ପୁରୁଷ ଓ ସ୍ୱୟଂ ପିଣ୍ଡଦାତା—ଏପରି ସାତପୁରୁଷ ସପିଣ୍ଡ ଅଟନ୍ତି। ଏହା ପୁରୁଷମାନଙ୍କ ବିଷୟରେ ଖଟେ। ସ୍ତ୍ରୀ ମାନଙ୍କ ପକ୍ଷରେ ବିଶିଷ୍ଟ ବିଧାନ ଏହିକି, ଭର୍ତ୍ତାଙ୍କ ସପିଣ୍ଡ ଦତ୍ତା କନ୍ୟାର ସପିଣ୍ଡ ଅଟନ୍ତି। ଅଦତ୍ତା କନ୍ୟାର ପିତୃ, ପିତାମହ ଓ ପ୍ରପିତାମହ ସପିଣ୍ଡ; ତଦୁର୍ଦ୍ଧ ପୁରୁଷଙ୍କ ସହିତ ଅଦତ୍ତାକନ୍ୟାର ସପିଣ୍ଡତ୍ୱ ନାହିଁ। ସପିଣ୍ଡ ଜ୍ଞାତିଙ୍କ ମରଣରେ ବା ଜନ୍ମରେ ପୂର୍ଣ୍ଣ ଶୌଚ ପାଳିବାକୁ ହୁଏ। କିନ୍ତୁ କନ୍ୟାର ଜନ୍ମରେ 3 ପୁରୁଷ ପର୍ଯ୍ୟନ୍ତ ପୂର୍ଣ୍ଣାଶୌଚ ହୁଏ; ତଦୁର୍ଦ୍ଧ ପୁରୁଷଙ୍କର ତ୍ରରାତ୍ର ଅଶୌଚ ହୁଏ। ବିବାହ ବିଷୟରେ ପିତା ଓ ପିତାଙ୍କ ପିଉସୀ ପୁଅ ଭାଇଙ୍କ ଠାରୁ ସପ୍ତମ ପୁରୁଷ ପର୍ଯ୍ୟନ୍ତ ଓ ମାତାମହ ଓ ମାଉସୀ ପୁଅ ଭାଇଙ୍କ ଠାରୁ ପଞ୍ଚମ ପୁରୁଷ ପର୍ଯ୍ୟନ୍ତ ସପିଣ୍ଡ ଅଟନ୍ତି। ବରର ଓ କନ୍ୟାର ପିତୃ ପକ୍ଷଠାରୁ ସପ୍ତମ ଓ ମାତୃ ପକ୍ଷଠାରୁ ପଞ୍ଚମ ପୁରୁଷ ବାଦ୍ ଦେଇ ବିବହସ୍ଥିର କରିବା କର୍ତ୍ତବ୍ୟ। ଦାୟ ବିଷୟରେ 3 ପୁରୁଷ ପର୍ଯ୍ୟନ୍ତ ସପିଣ୍ଡ., ଅର୍ଥାତ୍ ଦାୟ ବିଷୟରେ ପିତା, ପିତାମହ ଓ ପ୍ରପିତାମହ ଓ ସେମାନଙ୍କ ପୁତ୍ର, ପୌତ୍ର, ପ୍ରପୌତ୍ର ଓ ମାତାମହ, ପ୍ରମାତାମହ ଓ ବୃଦ୍ଧପ୍ରମାତାମହ ଓ ସେମାନଙ୍କ ପୁତ୍ର, ପୌତ୍ର, ପ୍ରପୌତ୍ର ସପିଣ୍ଡ ଅଟନ୍ତି—ବିଶ୍ୱକୋଷ] — ଅଶୌଚ, ବିବାହ ଓ ଦାୟ ଭେଦରେ ସପିଣ୍ଡ ତ୍ରିବିଧ ଅଶୌଚ ବିଷୟେ ଉପରତଳ ସପ୍ତମ ପୁରୁଷ ପର୍ଯ୍ୟନ୍ତ ସପିଣ୍ଡ ନାମରେ ଅଭିହିତ ତିନି ପୁରୁଷ ପର୍ଯ୍ୟନ୍ତ ପିଣ୍ଡଭୋଜୀ ଓ ତଦୁର୍ଦ୍ଧ3ପୁରୁଷ ପିଣ୍ଡର ଲେପଭୋଜୀ; ଏହି6ପୁରୁଷ ଓ ସ୍ୱୟଂ ପିଣ୍ଡଦାତା—ଏପରି ସାତପୁରୁଷ ସପିଣ୍ଡ ଅଟନ୍ତି ଏହା ପୁରୁଷମାନଙ୍କ ବିଷୟରେ ଖଟେ ସ୍ତ୍ରୀ ମାନଙ୍କ ପକ୍ଷରେ ବିଶିଷ୍ଟ ବିଧାନ ଏହିକି, ଭର୍ତ୍ତାଙ୍କ ସପିଣ୍ଡ ଦତ୍ତା କନ୍ୟାର ସପିଣ୍ଡ ଅଟନ୍ତି ଅଦତ୍ତା କନ୍ୟାର ପିତୃ, ପିତାମହ ଓ ପ୍ରପିତାମହ ସପିଣ୍ଡ; ତଦୁର୍ଦ୍ଧ ପୁରୁଷଙ୍କ ସହିତ ଅଦତ୍ତାକନ୍ୟାର ସପିଣ୍ଡତ୍ୱ ନାହିଁ ସପିଣ୍ଡ ଜ୍ଞାତିଙ୍କ ମରଣରେ ବା ଜନ୍ମରେ ପୂର୍ଣ୍ଣ ଶୌଚ ପାଳିବାକୁ ହୁଏ କିନ୍ତୁ କନ୍ୟାର ଜନ୍ମରେ3ପୁରୁଷ ପର୍ଯ୍ୟନ୍ତ ପୂର୍ଣ୍ଣାଶୌଚ ହୁଏ; ତଦୁର୍ଦ୍ଧ ପୁରୁଷଙ୍କର ତ୍ରରାତ୍ର ଅଶୌଚ ହୁଏ ବିବାହ ବିଷୟରେ ପିତା ଓ ପିତାଙ୍କ ପିଉସୀ ପୁଅ ଭାଇଙ୍କ ଠାରୁ ସପ୍ତମ ପୁରୁଷ ପର୍ଯ୍ୟନ୍ତ ଓ ମାତାମହ ଓ ମାଉସୀ ପୁଅ ଭାଇଙ୍କ ଠାରୁ ପଞ୍ଚମ ପୁରୁଷ ପର୍ଯ୍ୟନ୍ତ ସପିଣ୍ଡ ଅଟନ୍ତି ବରର ଓ କନ୍ୟାର ପିତୃ ପକ୍ଷଠାରୁ ସପ୍ତମ ଓ ମାତୃ ପକ୍ଷଠାରୁ ପଞ୍ଚମ ପୁରୁଷ ବାଦ୍ ଦେଇ ବିବହସ୍ଥିର କରିବା କର୍ତ୍ତବ୍ୟ ଦାୟ ବିଷୟରେ3ପୁରୁଷ ପର୍ଯ୍ୟନ୍ତ ସପିଣ୍ଡ., ଅର୍ଥାତ୍ ଦାୟ ବିଷୟରେ ପିତା, ପିତାମହ ଓ ପ୍ରପିତାମହ ଓ ସେମାନଙ୍କ ପୁତ୍ର, ପୌତ୍ର, ପ୍ରପୌତ୍ର ଓ ମାତାମହ, ପ୍ରମାତାମହ ଓ ବୃଦ୍ଧପ୍ରମାତାମହ ଓ ସେମାନଙ୍କ ପୁତ୍ର, ପୌତ୍ର, ପ୍ରପୌତ୍ର ସପିଣ୍ଡ ଅଟନ୍ତି—ବିଶ୍ୱକୋଷ]