ସପରିବାର ବିଦେଶ ବାସ Saparibāra bideṡa bāsa

  • ସଂ. ବି — ଆପଣାର ସ୍ତ୍ରୀ ପୁତ୍ରାଦିଙ୍କୁ ସଙ୍ଗେ ଘେନି ବିଦେଶରେ ବାସ କରିବା — Living abroad with one's family
  • ସଂ. ବି — [ଦ୍ର—ପୂର୍ବେ ଓଡ଼ିଆମାନଙ୍କ ସମାଜରେ ସପରିବାର ବିଦେଶ ବାସ ନ ଥିଲା ବୋଲି କହିଲେ ଚଳେ; ଏପରି କି, ସପରିବାର ବିଦେଶକୁ ଯିବା ବ୍ଯକ୍ତି ସମାଜଚ୍ୟୁତ ହେଉଥିଲେ ଓ ତହିଁର ଫଳରେ ସମାଜଶାସନ ଯୋଗୁଁ ବାଧ୍ୟ ହୋଇ ବିଦେଶରେ ଏକାକୀ ରହିବା ବ୍ଯକ୍ତିମାନେ ଅବୈଧ ପରିବାରଙ୍କ ସୃଷ୍ଟି ଓ ସୂତପାତ କରୁଥିଲେ। ବର୍ତ୍ତମାନ ମଧ୍ୟ ନିମ୍ନଶ୍ରେଣୀୟ ଅଶିକ୍ଷିତ ବ୍ଯକ୍ତିମାନଙ୍କ ସମାଜରେ ସପରିବାର ବିଦେଶବାସ ଚଳି ନାହିଁ; କିନ୍ତୁ ପାଶ୍ଚାତ୍ୟ ଶିକ୍ଷାର ବିସ୍ତାର ସଙ୍ଗେ ସଙ୍ଗେ ଓଡ଼ିଶାମାନେ ସପରିବାର କର୍ମକ୍ଷେତ୍ରରେ ବାସ କରିବାକୁ ବେଶ୍ ଆରମ୍ଭ କରିଅଛନ୍ତି।]