ସନ୍ନ୍ୟାସ Sannyāsa
- ସଂ. ବି (ସମ୍+ନି+ଅସ୍ ଧାତୁ=ତ୍ୟାଗ କରିବା+ ଭାବ. ଅ) — ସଂସାର ବାସନା ତ୍ୟାଗ; ଭିକ୍ଷୁ ଧର୍ମ — Renunciation of worldly desires and pursuits; religious mendicancy
- ସଂ. ବି (ସମ୍+ନି+ଅସ୍ ଧାତୁ=ତ୍ୟାଗ କରିବା+ ଭାବ. ଅ) — [ଦ୍ର—ଭଗବାନଙ୍କଠାରେ ସମସ୍ତ କର୍ମର ନ୍ୟାସ ବା ସମର୍ପଣକୁ 'ସନ୍ନ୍ୟାସ' ବୋଲାଯାଏ।]
- ସଂ. ବି (ସମ୍+ନି+ଅସ୍ ଧାତୁ=ତ୍ୟାଗ କରିବା+ ଭାବ. ଅ) — ନିଷ୍କାମ କର୍ମ; କାମ୍ୟ କର୍ମ ପରିତ୍ୟାଗ — Renunciation of acts done with a definite aim
- ସଂ. ବି (ସମ୍+ନି+ଅସ୍ ଧାତୁ=ତ୍ୟାଗ କରିବା+ ଭାବ. ଅ) — [ଦ୍ର—ସର୍ବବିଧ କର୍ମଫଳତ୍ୟାଗକୁ ସନ୍ନ୍ୟାସ ବୋଲାଯାଏ। କାମ୍ୟକର୍ମ ପରିତ୍ୟାଗର ନାମ ସନ୍ନ୍ୟାସ; ସର୍ବବିଧ କର୍ମ ଫଳର ତ୍ୟାଗର ନାମ ତ୍ୟାଗ (ଗୀତା— 18 । 2 )। ସ୍ୱର୍ଗାଦି ଫଳଲାଭାର୍ଥ କାମନା ପୂର୍ବକ ଯେଉଁ କର୍ମ ଅନୁଷ୍ଠିତ ହୁଏ ତାହାକୁ କାମ୍ୟ କର୍ମ ଓ ସନ୍ଧ୍ୟା, ଉପାସନା, ନିତ୍ୟ ହୋମ, କର୍ତ୍ତବ୍ଯବୋଧରେ ତପସ୍ୟା ଓ ଦାନ ପ୍ରଭୃତିକୁ ନିତ୍ୟକର୍ମ ବୋଲାଯାଏ। ସନ୍ନ୍ୟାସୀମାନେ କାମ୍ୟ— କର୍ମ ପରିତ୍ୟାଗ କରିବେ ବୋଲି ନିତ୍ୟକର୍ମ ପରିତ୍ୟାଗ କରିବେ ନାହଁ; ଅନାସକ୍ତ ହୋଇ କର୍ତ୍ତବ୍ୟ ବୁଦ୍ଧିରେ ନିତ୍ୟ କର୍ମର ଅନୁଷ୍ଠାନ କରିବେ। — [ଦ୍ର—ସର୍ବବିଧ କର୍ମଫଳତ୍ୟାଗକୁ ସନ୍ନ୍ୟାସ ବୋଲାଯାଏ କାମ୍ୟକର୍ମ ପରିତ୍ୟାଗର ନାମ ସନ୍ନ୍ୟାସ; ସର୍ବବିଧ କର୍ମ ଫଳର ତ୍ୟାଗର ନାମ ତ୍ୟାଗ (ଗୀତା—182) ସ୍ୱର୍ଗାଦି ଫଳଲାଭାର୍ଥ କାମନା ପୂର୍ବକ ଯେଉଁ କର୍ମ ଅନୁଷ୍ଠିତ ହୁଏ ତାହାକୁ କାମ୍ୟ କର୍ମ ଓ ସନ୍ଧ୍ୟା, ଉପାସନା, ନିତ୍ୟ ହୋମ, କର୍ତ୍ତବ୍ଯବୋଧରେ ତପସ୍ୟା ଓ ଦାନ ପ୍ରଭୃତିକୁ ନିତ୍ୟକର୍ମ ବୋଲାଯାଏ ସନ୍ନ୍ୟାସୀମାନେ କାମ୍ୟ— କର୍ମ ପରିତ୍ୟାଗ କରିବେ ବୋଲି ନିତ୍ୟକର୍ମ ପରିତ୍ୟାଗ କରିବେ ନାହଁ; ଅନାସକ୍ତ ହୋଇ କର୍ତ୍ତବ୍ୟ ବୁଦ୍ଧିରେ ନିତ୍ୟ କର୍ମର ଅନୁଷ୍ଠାନ କରିବେ
- ସଂ. ବି (ସମ୍+ନି+ଅସ୍ ଧାତୁ=ତ୍ୟାଗ କରିବା+ ଭାବ. ଅ) — କର୍ମ ସନ୍ନ୍ୟାସ (କର୍ମ ପରିତ୍ୟାଗ) ଓ କର୍ମ ଯୋଗ (ନିଷ୍କାମ ଭାବରେ ଜଗତର ଉପକାର ପାଇଁ କର୍ମାନୁଷ୍ଠାନ), ଏହି ଉଭୟ ବିଧ ଅନୁଷ୍ଠାନ ଦ୍ୱାରା ଆତ୍ମଜ୍ଞାନ ପ୍ରାପ୍ତ ହୋଇ ମାନବ ମୋକ୍ଷ ଲାଭ କରେ। କର୍ମ ସନ୍ନ୍ୟାସ ଓ କର୍ମ ଯୋଗ, ଏ ଉଭୟ ଆତ୍ମଜ୍ଞାନର ଦ୍ୱାର ସ୍ୱରୂପ ବୋଲି ଭଗବାନ୍ ଭଗବଦ୍ୱୀତାର 5 ମ ଅଧ୍ୟାୟରେ ପ୍ରତିପାଦନ କରିଅଛନ୍ତି ଓ ସଂସାରୀ ପକ୍ଷରେ କର୍ମ ସନ୍ନ୍ୟାସ (ସମସ୍ତ କର୍ମ ପରିତ୍ୟାଗ କରି କେବଳ ସର୍ବଦା ବ୍ରହ୍ମ ଚିନ୍ତନ) ଅପେକ୍ଷା କର୍ମ ଯୋଗ (କର୍ମର ଫଳର ଆଶା ନ ରଖି କର୍ତ୍ତବ୍ୟାନୁରୋଧରେ କର୍ମ କରଣ)କୁ ଶ୍ରେଷ୍ଠ ବୋଲି କହିଅଛନ୍ତି।] — କର୍ମ ସନ୍ନ୍ୟାସ (କର୍ମ ପରିତ୍ୟାଗ) ଓ କର୍ମ ଯୋଗ (ନିଷ୍କାମ ଭାବରେ ଜଗତର ଉପକାର ପାଇଁ କର୍ମାନୁଷ୍ଠାନ), ଏହି ଉଭୟ ବିଧ ଅନୁଷ୍ଠାନ ଦ୍ୱାରା ଆତ୍ମଜ୍ଞାନ ପ୍ରାପ୍ତ ହୋଇ ମାନବ ମୋକ୍ଷ ଲାଭ କରେ କର୍ମ ସନ୍ନ୍ୟାସ ଓ କର୍ମ ଯୋଗ, ଏ ଉଭୟ ଆତ୍ମଜ୍ଞାନର ଦ୍ୱାର ସ୍ୱରୂପ ବୋଲି ଭଗବାନ୍ ଭଗବଦ୍ୱୀତାର5ମ ଅଧ୍ୟାୟରେ ପ୍ରତିପାଦନ କରିଅଛନ୍ତି ଓ ସଂସାରୀ ପକ୍ଷରେ କର୍ମ ସନ୍ନ୍ୟାସ (ସମସ୍ତ କର୍ମ ପରିତ୍ୟାଗ କରି କେବଳ ସର୍ବଦା ବ୍ରହ୍ମ ଚିନ୍ତନ) ଅପେକ୍ଷା କର୍ମ ଯୋଗ (କର୍ମର ଫଳର ଆଶା ନ ରଖି କର୍ତ୍ତବ୍ୟାନୁରୋଧରେ କର୍ମ କରଣ)କୁ ଶ୍ରେଷ୍ଠ ବୋଲି କହିଅଛନ୍ତି]
- ସଂ. ବି (ସମ୍+ନି+ଅସ୍ ଧାତୁ=ତ୍ୟାଗ କରିବା+ ଭାବ. ଅ) — ହିନ୍ଦୁଙ୍କର ଚତୁର୍ଥ ଆଶ୍ରମ — The fourth stage of a Hindu's life
- ସଂ. ବି (ସମ୍+ନି+ଅସ୍ ଧାତୁ=ତ୍ୟାଗ କରିବା+ ଭାବ. ଅ) — [ଦ୍ର—ବର୍ଣ୍ଣାଶ୍ରମ ଧର୍ମହିଁ ହିନ୍ଦୁ ଧର୍ମର ମୂଳ। ଉପନୟନ ପରେ ଗୁରୁଗୃହରେ ଅବସ୍ଥାନ ପୂର୍ବକ ଜୀବନର ଚତୁର୍ଥ ଭାଗ ବ୍ରହ୍ମଚର୍ଯ୍ୟାଶ୍ରମ, ତତ୍ପରେ ଗୁରୁଙ୍କ ଆଦେଶରେ ଜୀବନର ଏକ ଚତୁର୍ଥାଂଶ ଗୃହସ୍ଥାଶ୍ରମ, ତତ୍ପରେ ଗାତ୍ରଚର୍ମ ଲୋଳ, କେଶ ପକ୍ୱ ଓ ପୁତ୍ର ପୌତ୍ର ହେଲେ ଜୀବନର ଏକ ଚତୁର୍ଥାଂଶ ବାନପ୍ରସ୍ଥାଶ୍ରମ ଓ ତତ୍ ପରେ ଜୀତେନ୍ଦ୍ରିୟତ୍ୱ ଓ ବିଷୟବିତୃଷ୍ଣା ଲାଭ ହେଲେ ଜୀବନର ଅବଶିଷ୍ଟ ଚତୁର୍ଥାଂଶ ସନ୍ନ୍ୟାସାଶ୍ରମ ଅବଲମ୍ବନ ଦ୍ୱିଜାତି ପକ୍ଷରେ କର୍ତ୍ତବ୍ୟ।]
- ସଂ. ବି (ସମ୍+ନି+ଅସ୍ ଧାତୁ=ତ୍ୟାଗ କରିବା+ ଭାବ. ଅ) — ନିକ୍ଷେପ — Act of throwing
- ସଂ. ବି (ସମ୍+ନି+ଅସ୍ ଧାତୁ=ତ୍ୟାଗ କରିବା+ ଭାବ. ଅ) — ସମର୍ପଣ — Entrusting
- ସଂ. ବି (ସମ୍+ନି+ଅସ୍ ଧାତୁ=ତ୍ୟାଗ କରିବା+ ଭାବ. ଅ) — ଗଚ୍ଛିତ ରଖିବା — Act of depositing
- ସଂ. ବି (ସମ୍+ନି+ଅସ୍ ଧାତୁ=ତ୍ୟାଗ କରିବା+ ଭାବ. ଅ) — (+କର୍ମ. ଅ) ଗଚ୍ଛିତ ଧନ — Deposit; something deposited on trust
- ସଂ. ବି (ସମ୍+ନି+ଅସ୍ ଧାତୁ=ତ୍ୟାଗ କରିବା+ ଭାବ. ଅ) — ଦେହତ୍ୟାଗ; ହଠାତ୍ ମୃତ୍ୟୁ — Sudden death