ସନ୍ଧିବା Sandhibā
- ଦେ. କ୍ରି (ସଂ. ସନ୍ଧାନ କରିବା; ଖୋଜିବା; ତଲାସିବା — 1. To enquire; to search
- ଦେ. କ୍ରି ଶକ୍ତି ରୂପକ ଅସ୍ତ୍ରର ସନ୍ଧାନ କରିବା — To aim the weapon Ṡakti at the target
- ଦେ. କ୍ରି [ଉ—ବୀର ସାନୁଜକୁ ଶକ୍ତି ସନ୍ଧି। ଭଞ୍ଜ, ବୈଦେହୀଶବିଳାସ।]
- ଦେ. କ୍ରି ଶର ସନ୍ଧାନ କରିବା; ଫିଙ୍ଗିବା ପାଇଁ ଶରକୁ ଧନୁରେ ଯୋଚିବା — To fit the arrow to the bow
- ଦେ. କ୍ରି [ଉ—ସନ୍ଧିଲା ମାତ୍ରେ ଛିଡ଼ିବ ଗୁଣ, କିସ କରିବ ଯେ। ଭଞ୍ଜ, କୋଟିବ୍ରହ୍ମାଣ୍ଡସୁନ୍ଦରୀ।]
- ଦେ. କ୍ରି ସନ୍ଧିବା (ଦେଖ) — Sandhibā (See)
- ଦେ. କ୍ରି ସନ୍ଧାଇବା (ଦେଖ) — Sandhāibā (See)
- ଦେ. କ୍ରି ଯୋଜନା କରିବା; ପ୍ରୟୋଗ କରିବା — To attach
- ଦେ. କ୍ରି [ଉ—ଧନୁରେ କାଣ୍ଡ ସନ୍ଧି ବିନ୍ଧିଣ ଶିଖଣ୍ଡୀ। କୃଷ୍ଣସିଂହ, ମହାଭାରତ, ବନ।]
- ଦେ. କ୍ରି ଯୋଡ଼ିବା — To join together
- ଦେ. କ୍ରି [ଉ— ଜରା ରାକ୍ଷସୀ ଯେଣୁ ସନ୍ଧି ତାକୁ ଥିଲା, ଏଥୁ ପୁତ୍ର ନାମ ଜରାସନ୍ଧ ହୋଇଲା। କୃଷ୍ଣସିଂହ, ମହାଭାରତ, ସଭା।]