ସନ୍ଧି ପୂଜା Sandhi pūjā
- ସଂ. ବି (ମ. ପ. ଲୋ) — ଆଶ୍ୱିନ ଓ ଚୈତ୍ର ଶୁକ୍ଳାଷ୍ଟମୀ ଓ ନବମୀ ତିଥି ଦ୍ୱୟର ସନ୍ଧିକ୍ଷଣରେ ଅନୁଷ୍ଠିତ ଦୁର୍ଗା ପୂଜା; ମହାଷ୍ଟମୀର ଶେଷ ଦଣ୍ଡ ଓ ମହାନବମୀର ଆଦ୍ୟ ଦଣ୍ଡର ମଧ୍ୟକାଳୀନ ଦୁର୍ଗା ପୂଜା — The worship of Goddess Durgā which is done during the transitory moment between the 8th and 9th days of the bright lunar fortnights in the months of Āṡwina and Cha̲i̱tra
- ସଂ. ବି (ମ. ପ. ଲୋ) — [ଦ୍ର—ଶାସ୍ତ୍ର ବିଧି ଅନୁସାରେ ଶାରଦୀୟା ଓ ବାସନ୍ତୀ ଦୁର୍ଗା ପୂଜାରେ ଏହି 'ସନ୍ଧି' କାଳହିଁ ଦେବୀଙ୍କୁ ଛାଗବଳି ଦିଆଯିବା ବିଷୟରେ ପ୍ରଶସ୍ତ; ଅଷ୍ଟମୀର ଶେଷ ଏକ ଦଣ୍ଡ ଓ ନବମୀର ପ୍ରଥମ ଏକ ଦଣ୍ଡ, ଏହି ଦୁଇ ଦଣ୍ଡ ସନ୍ଧିକାଳ; ଏହି କାଳରେ ସନ୍ଧି ପୂଜା କରାଯାଏ। ସପ୍ତମୀ ପୂଜାକୁ ପ୍ରଥମା ପୂଜା, ଅଷ୍ଟମୀ ପୂଜାକୁ ଦ୍ୱିତୀୟା ପୂଜା ଓ ଅଷ୍ଟମୀର ଶେଷ ଓ ନବମୀର ଆରମ୍ଭରେ କରାଯିବା ପୂଜାକୁ ତୃତୀୟା ପୂଜା ବା ସନ୍ଧିପୂଜା ବୋଲାଯାଏ। ଅଷ୍ଟମୀ ଗତେ ନବମୀର ପ୍ରଥମ ଦଣ୍ଡରେ ବଳିଦାନ ପ୍ରଶସ୍ତ— ବିଶ୍ୱକୋଷ।]