ସନ୍ତରା Santarā

  • ଦେ. ବି — (ସଂ. ସଂସ୍ତର) ଏକପ୍ରକାର ମାଂସଳ ତୃଣ — Elephant grass; Typha; a sort of aquatic reed grass used in weaving mats; Rambana
  • ଦେ. ବି — [ଉ—ନୀଳ କଇଁଶ୍ୱେତ କହ୍ଲରଲାଞ୍ଛିତ ହରିତ ଘଞ୍ଚ ସନ୍ତରା। ରାଧାନାଥ, ଯଯାତିକେଶ୍ୱରୀ]
  • ଦେ. ବି — [ଦ୍ର—ଏହା ଜଳ ଓ ନଦୀ ପ୍ରଭୃତିର ଧାରରେ ଓ ଜଳା ଭୂମିରେ ଜନ୍ମେ। ଏହାର କାଣ୍ଡ ଫମ୍ପା ଓ 5।6 ଫୁଟ ପର୍ଯ୍ୟନ୍ତ ଲମ୍ବରେ ବଢ଼େ। ଏହାକୁ କାଟିଆଣି ଫଡ଼ା ଫଡ଼ା କରି ଚିରି ଶୁଖାଇ ଲୋକେ ଦଉଡ଼ିରେ ଛନ୍ଦି ମଶିଣା ଓ ହେଂସ ବୁଣନ୍ତି। ଏହାର ଗଡ଼ଜାତ ନାମ ତେଲେଙ୍ଗା। — [ଦ୍ର—ଏହା ଜଳ ଓ ନଦୀ ପ୍ରଭୃତିର ଧାରରେ ଓ ଜଳା ଭୂମିରେ ଜନ୍ମେ ଏହାର କାଣ୍ଡ ଫମ୍ପା ଓ56ଫୁଟ ପର୍ଯ୍ୟନ୍ତ ଲମ୍ବରେ ବଢ଼େ ଏହାକୁ କାଟିଆଣି ଫଡ଼ା ଫଡ଼ା କରି ଚିରି ଶୁଖାଇ ଲୋକେ ଦଉଡ଼ିରେ ଛନ୍ଦି ମଶିଣା ଓ ହେଂସ ବୁଣନ୍ତି ଏହାର ଗଡ଼ଜାତ ନାମ ତେଲେଙ୍ଗା
  • ଦେ. ବି — ଏହା ଦୁଇ ପ୍ରକାର। ଏକ ପ୍ରକାରର କାଣ୍ଡ ତିନି— କୋଣିଆ (କାଣ୍ଡକାଣ୍ଡିଆ) ଓ ପତ୍ର ସରୁ — (Typha Elephantina).ଅନ୍ଯ ପ୍ରକାରର କାଣ୍ଡ ଅର୍ଦ୍ଧଗୋଲ (ସନ୍ତରା) ଓ ପତ୍ର ଚେପ୍ଟା(Typha Augustata).କୀର୍ତ୍ତିକାରଙ୍କ ମତରେ ଏଥିରେ ସଂସ୍କୃତ ନାମ ଏରକା, ବଙ୍ଗଳା ନାମ ହୋଗଲ୍; ହିନ୍ଦୀ ନାମ ପତର୍ ଓ ଇଂରେଜି ନାମRambana
  • ଦେ. ବି — ବୈଦ୍ୟଶାସ୍ତ୍ର ଅନୁସାରେ ଏହା ଶୀତବୀର୍ଯ୍ୟ, ଶୁକ୍ରଜନକ, ଚକ୍ଷୁର୍ହିତକର ଓ ବାୟୁ ପ୍ରକୋପକ। ଏହା ମୂତ୍ରକୃଚ୍ଛ୍ର, ଅଶ୍ମରୀ, ଦାହ, ପିତ୍ତ ଓ ରକ୍ତଦୋଷରେ ଉପକାରକ।
  • ଦେ. ବି — ଆମ ଦେଶରେ ବେରୁହାଁ, ସନ୍ତରା, କାଣ୍ଡକାଣ୍ଡିଆ ଓ ଜୁଣରେ ହେଁସ ବୁଣା ଯାଏ; ସନ୍ତରାରେ ବୁଣାହେବା ମଶିଣାକୁ ପରୁଡ଼ି ମଶିଣା ବୋଲାଯାଏ।
  • ଦେ. ବି — କଥିତ ଅଛି ଯେ, ଶ୍ରୀକୃଷ୍ଣଙ୍କର ଦେହତ୍ୟାଗ ପରେ ଯଦୁ— ବଂଶୀୟମାନେ ସନ୍ତରା ବଣରେ ହଣାହଣି ହୋଇ ମଲେ। କଲିକତାର ଉପକଣ୍ଠସ୍ଥ ଜଳାଭୂମିରେ ଅନେକ ସନ୍ତରା ଗଛ ଅଛି। ଏହି ସନ୍ତୁରାରୁ ପରୁଡ଼ି ମଶିଣା ବୁଣାଯାଏ। କଲିକତା ନିକଟରେ "ସାନ୍ତରା ଗାଛି" ବୋଲି ଗୋଟିଏ ଗ୍ରାମ ଓ ରେଳ ଷ୍ଟେସନ ଅଛି। ଓଡ଼ିଶାରେ ମଧ୍ୟ ଗୋଟିଏ ଢଗ ଅଛି— "ଘଇତା ଅଯୋଗ୍ୟ ପଣେ, ମାଇପ ଶୁଏ ସନ୍ତରା ବଣେ।" ସନ୍ତରା ବଣରେ ଅନେକ ପାଣିଧଣ୍ଡ ସାପ ରହନ୍ତି। ଏଥିପାଇଁ ଢଗ ବୋଲନ୍ତି—'ସନ୍ତରା ବଣରେ ଧଣ୍ଡ' ପରି ଏଠାରେ ବହୁତ ଲୋକ ଅଛନ୍ତି।]
  • ଦେ. ବି — (ସଂ. ଛତ୍ର) ଏକ ଜାତୀୟ ତୃଣ — Andropagen Hoenanthus
  • ଦେ. ବି — [ଦ୍ର—ବୈଦ୍ୟ ଶାସ୍ତ୍ରୋକ୍ତ 'ଭୂସ୍ତୃଣ'ର ଅନ୍ଯ ସଂସ୍ତୃତ ନାମ 'ଛତ୍ର'ର ଅପଭ୍ରଂଶ 'ସନ୍ତରା' ଅଟେ। ଏହାର ଅନ୍ଯ ସଂସ୍କୃତ ନାମମାନ, ଯଥା—ଭୃସ୍ତୃଣ, ଗୁହ୍ୟବୀଜ, ଭୂତୀକ, ସୁଗନ୍ଧି, ଜମ୍ଭୁକପ୍ରିୟ ଓ ମାଳାତୃଣ। ଏହା କଟୁତିକ୍ତ ରସ ଓ ବାତ, ସନ୍ତାପ, ଗ୍ରହଦୋଷ, ବିଷଦୋଷ ଓ ଭୂତ ଦୋଷର ନାଶକ ଏବଂ ବିରେଚକ ଅଟେ।]
  • ଦେ. ବିଣ. ପୁଂ — (ସଂ. ସିକ୍ତ) ସନ୍ତସନ୍ତିଆ; ଓଦା (ଭୂମି) — Wet; moist; damp (soil)
  • ଦେ. ବିଣ. ପୁଂ — ଅପରିଷ୍କୃତ (ସ୍ଥାନ) — Unclean (place)
  • ଦେ. ବିଣ. ପୁଂ — ଅମାର୍ଜିତ ଶରୀରଯୁକ୍ତ (ବ୍ଯକ୍ତି) — Having the body uncleansed