ସନ୍ତକ Santaka
- ଦେ. ବି — ନିଦର୍ଶନ ଦ୍ରବ୍ୟ; ସୂଚକ ଚିହ୍ନ — A thing or sign which indicates some other thing
- ଦେ. ବି — [ଉ—ବୃତ ଅନ୍ତର ପରେ, ତହିଁ ସନ୍ତକ କାଟିଲେ ଭୋଳେ ରସିକ—ଭଞ୍ଜ, ବୈଦେହୀଶବିଳାସ।
- ଦେ. ବି — ଅଭିଜ୍ଞାନ; ଯାହାଦ୍ୱାରା କୌଣସି ବସ୍ତୁର ବା ବ୍ଯକ୍ତିର ବିଶିଷ୍ଟତା ସମ୍ବନ୍ଧେ ଜ୍ଞାନ ଜନ୍ମେ — A token
- ଦେ. ବି — ସ୍ମାରକ ବସ୍ତୁ — A memento
- ଦେ. ବି — [ଉ—ସନ୍ତକ କରିଣ ମଣି ମସ୍ତକୁଁ ଦେଲେ—ବିଶ୍ୱନାଥ, ବିଚିତ୍ର ରାମାୟଣ।]
- ଦେ. ବି — ଅକ୍ଷର ଲେଖି ଜାଣି ନ ଥିବା ବା ସ୍ୱାକ୍ଷର କରି ଜାଣି ନ ଥିବା ବ୍ଯକ୍ତିଙ୍କର କୌଣସି ଦଲିଲ ସମ୍ପାଦନ କରିବାର ନିଦର୍ଶନସ୍ୱରୂପ ଉକ୍ତ ଦଲିଲରେ ଦଲିଲ ସମ୍ପାଦନକାରୀଙ୍କଦ୍ୱାରା ଅଙ୍କିତ ଚିହ୍ନ — A mark put or drawn by an illiterate person on a document to indicate that he has executed the document
- ଦେ. ବି — ଜ୍ଞାତି ବା ବ୍ଯକ୍ତି— ବିଶେଷର ବିଶେଷତ୍ୱଜ୍ଞାପକ ଚିହ୍ନ — The special mark by which the individuality of a particular individual, nation or caste is recognized
- ଦେ. ବି — ଦସ୍ତଖତ୍; ସହି; ସ୍ୱାକ୍ଷର — Signature
- ଦେ. ବି — [ଉ—ଏ ଗାଡ଼ି ସନ୍ତକ ଗୋବରା ଜେନାର ସହି—ଫକୀରମୋହନ, ଛମାଣ ଆଠ ଗୁଣ୍ଠ।
- ଦେ. ବି — [ଦ୍ର—ଲେଖି ନ ଜାଣିବା ବ୍ଯକ୍ତିଙ୍କର କୌଣସି ଦଲିଲ ସମ୍ପାଦନ କରିବା ବା ଦଲିଲରେ ସାକ୍ଷୀ ପଡ଼ିବା ଆବଶ୍ୟକ ହେଲେ ସେ ନିଜର ନାମ ଦସ୍ତଖତ କରି ଜାଣୁ ନ ଥିବାରୁ ସେ ଉକ୍ତ ଦଲିଲରେ ଆପଣା, ବିଶେଷତ୍ୱ— ଜ୍ଞାପକ ଗୋଟିଏ ଚିହ୍ନ କାଟି ଦିଅନ୍ତି, କିମ୍ବା ଦଲିଲ ଯେଉଁ କଲମରେ ଲେଖା ହୋଇଥାଏ ସେହି କଲମକୁ ଛୁଇଁ ଦିଅନ୍ତି ଏବଂ ଦଲିଲର ସମ୍ପାଦନରୀଙ୍କ ଅଙ୍କିତ ଚିହ୍ନ ତଳେ, କିମ୍ବା ଚିହ୍ନ ଆଙ୍କି ନ ଥିଲେ ନବସିନ୍ଦା (ଲେଖକ) ନିଜେ ସମ୍ପାଦନକାରୀଙ୍କ ପାଇଁ ସମ୍ପାଦନକାରୀଙ୍କ ସନ୍ତକ— ଚିହ୍ନଟି ଦଲିଲରେ ଆଙ୍କି ଦିଅନ୍ତି ଓ ତହିଁ ତଳେ ଲେଖନ୍ତି—"ଏ ଅମୁକ ସନ୍ତକ ଶ୍ରୀ ଅମୁଙ୍କର ସହି, ବକଲମ ବା। ବ । ନବିସିନ୍ଦା।"
- ଦେ. ବି — ସାଧାରଣତଃ ସଧବା ବ୍ରାହ୍ମଣୀ ସ୍ତ୍ରୀମାନଙ୍କ ସନ୍ତକ 'ହାତ ମୁଦି' ଓ ବିଧବା ବ୍ରହ୍ମଣମାନଙ୍କର ସନ୍ତକ 'ତୁଳସୀ ମାଳା' ଅଟେ। ବିଭିନ୍ନ ଜାତୀୟ ବ୍ଯକ୍ତିଙ୍କର ସନ୍ତକ ଭିନ୍ନ ଭିନ୍ନ ଯଥା— ଗଉଡ଼ଙ୍କର ସନ୍ତକ ନଉଡ଼ି, କରଣଙ୍କର ଲେଖନ, ବ୍ରାହ୍ମଣଙ୍କର କୁଶବଟୁ ବଢ଼େଇଙ୍କର ମୁଗୁର, ଚଷାଙ୍କର ମଇ, ଗୁଡ଼ିଆଙ୍କର ଚଟୁ, ଖଣ୍ଡାଏତଙ୍କର ଖଣ୍ଡା, କ୍ଷତ୍ରିୟଙ୍କର ଧନୁ, ମହାଲାୟକଙ୍କର କଟାରୀ, ବଣିଆଙ୍କର ନିକିତି, ଭଣ୍ଡାରିଙ୍କର ନହୁରୁଣୀ, କମାରଙ୍କର ଛୁରୀ, କେଉଟଙ୍କର ସଡ଼ଙ୍ଗ। ପ୍ରତ୍ୟେକ ରାଜବଂଶର ମଧ୍ୟ ଭିନ୍ନ ଭିନ୍ନ ସନ୍ତକ ଅଛି, ଯଥା— ମୟରଭଞ୍ଜ ରାଜବଂଶର—ମୟୂର, ଢେଙ୍କାନାଳ ରାଜ— ବଂଶର—ମାଛ, ପାରିକୁଦ ରାଜବଂଶର—ଶଙ୍ଖ, ପୁରୀଗଜପତି ରାଜବଶଂର—ସୁଦର୍ଶନଚକ୍ର, ବୌଦ ରାଜବଂଶର—ମୟୂର, ବାମଣ୍ଡା ରାଜବଂଶର—ଶଙ୍ଖ।
- ଦେ. ବି — ଏହିପରି ପ୍ରାଚୀନ ଓ ଆଧୁନିକ ସଭ୍ୟ ଜଗତର ରାଜା ଓ ରାଜ୍ୟମାନଙ୍କର ମଧ୍ୟ ବିଶେଷ ସନ୍ତକ ଅଛି। ଯଥା— ଇଂରେଜଙ୍କର ସିଂହ — (Lion),ରୁଷିଆର ଭାଲୁ(Bear),ମିଶର ଓ ତୁରଷ୍କର ଖଣ୍ତଚନ୍ଦ୍ର(Crescent),ଆମେରିକା ଯୁକ୍ତରାଜ୍ୟର ଇଗଲ(Eagle),ଚିନ୍ର ସାପ(Dragon);ବସ୍ତୁତଃ ଯେଉଁ ରାଜାଙ୍କର ବା ରାଜ୍ୟର ଯାହା ପ୍ରଧାନ ଅବଲମ୍ବନ ବା ଜୀବିକା ବା ପୂଜ୍ୟ ବସ୍ତୁ ଅଟେ, ତାହାଙ୍କର ସେହି ପଦାର୍ଥ ସନ୍ତକରୂପେ ଲେଖାଯାଏ