ସତ୍ୟାଗ୍ରହ Satyāgraha
- ସଂ. ବି — ସତ୍ୟପ୍ରତି ଆଗ୍ରହ; ସତ୍ୟନିଷ୍ଠା ସତ୍ୟାନୁରାଗ — Attachment to the truth
- ଦେ: ବି — ହିଂସାଶୂନ୍ଯ ଓ ଶାନ୍ତ ହୋଇ ମିଥ୍ୟା ସଙ୍ଗେ ଯୁଦ୍ଧ କରିବା ରୀତି; ମହାତ୍ମା ଗାନ୍ଧିଙ୍କ ପ୍ରଚାରିତ କର୍ମନୀତି — The line of conduct preached by Mahātmā Gāndhi; unrevengeful or peaceful passive resistence to untruth; the doctrine of passive resistance or non-co-operation preached by Mahātmā Gāndhi;
- ଦେ: ବି — [ଦ୍ର—ଯାହାକୁ ସତ୍ୟ ବୋଲି ଜାଣିବା ତାହା ଅବଲମ୍ବନ କରିବା ପାଇଁ କୌଣସି କଷ୍ଟ ବା ନିର୍ଯ୍ୟାତନକୁ ଡରିବ ନାହିଁ। ଏମନ୍ତ କି, ସତ୍ୟର ପକ୍ଷ ଅବଲମ୍ବନ କରିବା ପାଇଁ ନିଜ ପ୍ରାଣକୁ ସୁଦ୍ଧା ଉତ୍ସର୍ଗ କରିବ ଓ ଏପରି କରିବା ସଙ୍ଗେ ସଙ୍ଗେ ମନରୁ ଓ କାର୍ଯ୍ୟରୁ ସବୁ ପ୍ରକାରର ହିଂସାଭାବ ପରିତ୍ୟାଗ କରିବ ଓ ଅସତ୍ୟାଚାର ବ୍ଯକ୍ତିକୁ କୌଣସି ପ୍ରକାରେ ସାହାଯ୍ୟ କରିବ ନାହିଁ ଓ ପ୍ରାଣାନ୍ତେ ଅନ୍ଯାୟ ଆଦେଶ ପାଳନ କରିବ ନାହିଁ। ଏହି ନୀତି ପାଳନ କରିବା ବ୍ଯକ୍ତିମାନଙ୍କ ପାଇଁ ଅହମଦାବାଦ ଉପକଣ୍ଠରେ ସାବରମତୀରେ ମହାତ୍ମା। ଗୋଟିଏ ଆଶ୍ରମ ସ୍ଥାପନ କରିଥିଲେ।]