ସତ୍ୟଭାମା Satyabhāmā
- ସଂ. ବି. ସ୍ତ୍ରୀ—(ସତ୍ୟ+ଭାମ=ସୁନ୍ଦର+ଆ) — ସତ୍ରାଜିତ୍ ରାଜାଙ୍କର କନ୍ଯା ଶ୍ରୀକୃଷ୍ଣଙ୍କର 8 ଜଣ ମହିଷୀଙ୍କ ମଧ୍ୟରୁ ଏକତମ — ସତ୍ରାଜିତ୍ ରାଜାଙ୍କର କନ୍ଯା ଶ୍ରୀକୃଷ୍ଣଙ୍କର8ଜଣ ମହିଷୀଙ୍କ ମଧ୍ୟରୁ ଏକତମ—Name of one of the eight Ranees of Srīkṛushṇa and daughter of king Satrājit
- ସଂ. ବି. ସ୍ତ୍ରୀ—(ସତ୍ୟ+ଭାମ=ସୁନ୍ଦର+ଆ) — [ଦ୍ର—ଏହାଙ୍କ ଅନୁରୋଧ ପୂରଣ କରିବା ପାଇଁ ଶ୍ରୀକୃଷ୍ଣ ଇନ୍ଦ୍ରଙ୍କ ସହିତ ଯୁଦ୍ଧ କରି ସ୍ୱର୍ଗରୁ ଇନ୍ଦ୍ରଙ୍କ ନନ୍ଦନକାନନରୁ ପାରିଜାତ ବୃକ୍ଷକୁ ଆଣି ଏହାଙ୍କୁ ଉପହାର ଦେଇଥିଲେ। ଏ ପୁଣ୍ୟକ ବ୍ରତ ଅନୁଷ୍ଠାନ କରି ଶ୍ରୀକୃଷ୍ଣଙ୍କୁ ପାରିଜାତ ବୃକ୍ଷରେ ବନ୍ଧନ କରିଥିଲେ। ଏହାଙ୍କ ଗର୍ଭରେ ଶ୍ରୀକୃଷ୍ଣଙ୍କ ଔରସରେ ଭାନୁଆଦି ସାତପୁତ୍ର ଜାତ ହୋଇଥିଲେ। ଯଦୁବଂଶର ଧ୍ୱଂସ ଓ ଶ୍ରୀକୃଷ୍ଣଙ୍କ ଦେହତ୍ୟାଗ ପରେ ଯଦୁବଂଶୀୟ ଅନ୍ଯ ମହିଳାମାନଙ୍କ ସଙ୍ଗେ ଅର୍ଜୁନ ଏହାଙ୍କୁ ଦ୍ୱାରକାରୁ ହସ୍ତିନାପୁରକୁ ନେଇ ଯାଇଥିଲେ। ପରେ ଏ ବନବାସିନୀ ହୋଇ ତପଶ୍ଚରଣପୂର୍ବକ ଜୀବନର ଶେଷ ଅଂଶ ଅତିବାହିତ କଲେ।
- ସଂ. ବି. ସ୍ତ୍ରୀ—(ସତ୍ୟ+ଭାମ=ସୁନ୍ଦର+ଆ) — ଶ୍ରୀକୃଷ୍ଣଙ୍କ ଅଷ୍ଟ ପଟ୍ଟମହିଷୀଙ୍କ ନାମ ଯଥା— 1 । ରୁକ୍ମିଣୀ, 2 । ସତ୍ୟଭାମା; 3 । କାଳିନ୍ଦୀ, 4 । ଶୁଚିସ୍ମିତା, 5 । ମିତ୍ରବିନ୍ଦା, 6 । ଜାମ୍ବବତୀ, 7 । ନାଗ୍ନଜିତୀ; 8 । ସୁଲକ୍ଷଣା] — ଶ୍ରୀକୃଷ୍ଣଙ୍କ ଅଷ୍ଟ ପଟ୍ଟମହିଷୀଙ୍କ ନାମ ଯଥା—1 ରୁକ୍ମିଣୀ,2 ସତ୍ୟଭାମା;3 କାଳିନ୍ଦୀ,4 ଶୁଚିସ୍ମିତା,5 ମିତ୍ରବିନ୍ଦା,6 ଜାମ୍ବବତୀ,7 ନାଗ୍ନଜିତୀ;8 ସୁଲକ୍ଷଣା]