ସତ୍ୟବାନ୍ Satyabān
- ସଂ. ବିଣ. ପୁଂ—(ସତ୍ୟ+ଅଛି ଅର୍ଥରେ ବତ୍, ସତ୍ୟବତ୍) — ସତ୍ୟପରାୟଣ; ସତ୍ୟବାଦୀ — Truthful
- ସଂ. ବିଣ. ପୁଂ—(ସତ୍ୟ+ଅଛି ଅର୍ଥରେ ବତ୍, ସତ୍ୟବତ୍) — ସତ୍ୟବ୍ରତ — Determined to carry out a vow or solemn promise
- ସଂ. ବିଣ. ପୁଂ—(ସତ୍ୟ+ଅଛି ଅର୍ଥରେ ବତ୍, ସତ୍ୟବତ୍) — ସତ୍ୟଯୁକ୍ତ; ସତ୍ୟ ଉପରେ ପ୍ରତିଷ୍ଠିତ — Based on truth
- ବି — ମୁନି ବିଶେଷ — Name of a sage
- ବି — ଶାଲ୍ୱ ଦେଶର ଦ୍ୟୁମତ୍ସେନ ରାଜାଙ୍କ ପୁତ୍ର, ନୃପ ବିଶେଷ; ସାବିତ୍ରୀଙ୍କ ସ୍ୱାମୀ — Name of a king, husband of Sābitrī
- ବି — [ଦ୍ର—ଶାଲ୍ୱଦେଶର ରାଜା ଦ୍ୟୁମତ୍ସେନଙ୍କ ଔରସରେ ତତ୍ପତ୍ନୀ ଶୈବ୍ୟାଙ୍କ ଗର୍ଭରୁ ଏ ଜନ୍ମଗ୍ରହଣ କରିଥିଲେ। ଦୈବଦୁର୍ବିପାକରୁ ସତ୍ୟବାନଙ୍କ ଶୈଶବାବସ୍ଥାରେ ଦ୍ୟୁମତ୍ସେନ ଅନ୍ଧ ହୋଇଗଲେ ଓ ଭ୍ରଷ୍ଟରାଜ୍ୟ ହୋଇ ପତ୍ନୀ ଓ ପୁତ୍ରଙ୍କ ସହିତ ବନବାସୀ ହେଲେ। ସତ୍ୟବାନ୍ ବନରେ ଫଳମୂଳ ଖାଇ ମୁନିବୃତ୍ତି ଅବଲମ୍ବନ କରି ଭକ୍ତିସହକାରେ ପିତାମାତାଙ୍କର ସେବା କରୁଥାଆନ୍ତି। ଏକଦା ଅଶ୍ୱପତି ରାଜାଙ୍କ ଦୁହିତା 'ସାବିତ୍ରୀ' ପିତ୍ରାଦେଶରେ ସ୍ୱୀୟ ମନୋମତ ପତି ଅନ୍ୱେଷଣାର୍ଥେ ଭ୍ରମଣ କରୁ କରୁ ଏହି ବନରେ ଆସି ପହଞ୍ଚି ସତ୍ୟବାନଙ୍କ ଅସୀମ ପିତୃଭକ୍ତି ଓ ଧର୍ମପରାୟଣତା ଓ ରୂପରେ ମୁଗଧା ହୋଇ ଐଶ୍ୱର୍ଯ୍ୟଭୋଗଲାଳସା ତ୍ୟାଗ କରି ଏହାଙ୍କ ସଙ୍ଗରେ ବନରେ ମୁନିବୃତ୍ତି ଓ ଦାରିଦ୍ର୍ୟକୁ ଚିରସହଚର କରି ଜୀବନଯାପନ କରିବା ପାଇଁ ସଂକଳ୍ପ କରି ଏହାଙ୍କୁ ପତିରୂପେ ବରଣ କଲେ। ଉଭୟ ପକ୍ଷଙ୍କ ପିତାମାତାଙ୍କ ଅନୁମତିକ୍ରମେ ଏ ଦୁହିଙ୍କର ବିବାହ ହେଲା। ଦୈବ ନିର୍ବଦ୍ଧରେ ସତ୍ୟବାନ୍ ସାବିତ୍ରୀଙ୍କ ସଙ୍ଗେ ବନରୁ କାଷ୍ଠ ଆହରଣ କରିବାକୁ ଯାଇଥିବା ସମୟରେ ମୃତ୍ୟୁମୁଖରେ ପତିତ ହୁଅନ୍ତେ, ସାବିତ୍ରୀ ନିଜ ସ୍ୱାମୀଙ୍କ ମୃତଦେହକୁ କ୍ରୋଡ଼ରେ ରଖି ସେହିଠାରେ ବସିରହିଲେ। ଯମଦୂତ— ମାନେ ସତ୍ୟବାନଙ୍କ ଶବକୁ ନେବାପାଇଁ ଆସିଲାରୁ ସାବିତ୍ରୀ ଉକ୍ତ ଶବକୁ ଛାଡ଼ି ଦେଲେ ନାହିଁ। ସେମାନେ ଯାଇ ଏ ବିଷୟ ଯମଙ୍କୁ କହିବାରୁ ଯମ ନିଜେ ଆସି ସେଠାରେ ପହଞ୍ଚିଲେ। ସାବିତ୍ରୀ ଯମଙ୍କୁ ସ୍ତବ କରି ମୃତପତିଙ୍କ ପ୍ରାଣ ଭିକ୍ଷା କଲେ। ଯମରାଜ ଏହାଙ୍କ ପତିଭକ୍ତି ଓ ସ୍ତବରେ ତୁଷ୍ଟ ହୋଇ ଏହାଙ୍କ ପତିଙ୍କୁ ପୁନରୁଜ୍ଜୀବିତ କଲେ ଓ ତତ୍ପରେ ଯମଙ୍କ ବରଦ୍ୱାରା ଏହାଙ୍କ ଶ୍ୱଶୁରଙ୍କ ନଷ୍ଟ ଚକ୍ଷୁ ଓ ହୃତ ରାଜ୍ୟ ପୁନଃପ୍ରାପ୍ତ ହେଲା। ସାବିତ୍ରୀ ସତ୍ୟବାନଙ୍କ ସହିତ ସୁଖରେ ବାସ କରି ଅପତ୍ୟାଦି ଲାଭ କରି ବହୁ ବର୍ଷ ସୁଖରେ କଟାଇ ପ୍ରାଣତ୍ୟାଗ କଲେ।
- ବି — ସାବିତ୍ରୀ ସାଧ୍ୱୀ ନାରୀଙ୍କର ଆଦର୍ଶ; ତେଣୁ ଅଦ୍ୟାବଧି ଏ ଦେଶର ସଧବା ସ୍ତ୍ରୀମାନେ ସାବିତ୍ରିଙ୍କ ପରି ସାଧ୍ୱୀ ହେବେ ବୋଲି ସାବିତ୍ରୀ ଅମାବାସ୍ୟା ଦିନ ନିରାହାର ରହି ସାବିତ୍ରୀ— ବ୍ରତ ପାଳନ କରନ୍ତି।]
- ଦେ. ବି. (ପୁଂ) — ଲୋକକୁ ଦିଆଯିବା ନାମ — A name given to males