ସତ୍ୟବାଦୀ Satyabādī
- ସଂ. ବିଣ (ସତ୍ୟବାଦିନ୍ ଶବ୍ଦ; ସତ୍ୟ+ବଦ୍. ଧାତୁ+ କର୍ତ୍ତୃ. ଇନ୍) — ସତ୍ୟଭାଷୀ; ଯେ ସତ୍ୟ କହେ — Truthful; speaking the truth
- ବି — ମୁନି — Sage
- ବି — ବାୟସ; କାକ — Crow
- ଦେ. ବି. ପୁଂ — ଲୋକଙ୍କୁ ଦିଆଯିବା ନାମ — A name given to males
- ଦେ. ବି. ପୁଂ — ପୁରୀ ଜିଲ୍ଲା ଅନ୍ତର୍ଗତ ରାହାଙ୍ଗ ପ୍ରଗନ୍ନାର ସୁପ୍ରସିଦ୍ଧ ଗ୍ରାମ — Name of a village in Puri district
- ଦେ. ବି. ପୁଂ — [ଦ୍ର—ଏହା ପୁରୀଠାରୁ କଟକ ଆଡ଼କୁ ଆସିଥିବା ଜଗନ୍ନାଥ ସଡ଼କର ନିକଟରେ ପୁରୀଠାରୁ 10 ମାଇଲ ଦୂରବର୍ତ୍ତୀ ଜୟପୁର ନାମକ ଗ୍ରାମର ଅଧମାଇଲ ପଶ୍ଚିମରେ ଅବସ୍ଥିତ। ଏଠାରେ ଶ୍ରୀ ଗୋପୀନାଥ ବା ସାକ୍ଷୀଗୋପାଳ ନାମକ ଶ୍ରୀକୃଷ୍ଣବିଗ୍ରହଙ୍କ ମନ୍ଦିର ଅଛି। ଏଥିପାଇଁ ଏ ସ୍ଥାନର ନାମ ମଧ୍ୟ ସାକ୍ଷୀଗୋପାଳ ହୋଇଅଛି ଓ ଏହି ଗ୍ରାମର ପ୍ରସିଦ୍ଧି ଯୋଗୁଁ ଜୟପୁର ମୌଜାରେ ଅବସ୍ଥିତ ଡାକ୍ତରଖାନା, ଡାକଘର, ଥାନା ଆଦି ପୂର୍ବରୁ ସତ୍ୟବାଦୀ ଶବ୍ଦ ଲଗାଇ କୁହାଯାଏ। ଏଠାରେ ଦେବତା 'ସାକ୍ଷୀଗୋପାଳ'ଙ୍କୁ 'ସତ୍ୟବାଦୀ ଗୋପୀନାଥ' ଓ 'ଗୋପାଳଜୀଉ' ବା 'ଗୋପାଳଜୀ' ବୋଲି ଲୋକେ ଡାକନ୍ତି। ଏହି ବିଗ୍ରହଙ୍କୁ ପୁରୁଷୋତ୍ତମଦେବ କାଞ୍ଚିବିଜୟ କରି ସେଠାରୁ ଆଣି କଟକରେ ରଖିଥିଲେ ଓ ଶ୍ରୀଚୈତନ୍ୟଦେବ ଏହାଙ୍କୁ କଟକଠାରେ ଦେଖିଥିଲେ। ତତ୍ପରେ କେତେକ ଦିନ ଏ ବିଗ୍ରହ ପୁରୀଜିଲ୍ଲାର ରଥିପୁର ଓ କନ୍ତଳବାଇରେ ରଖାଯାଇଥିଲେ ଓ ସେଠାରେ ମଧ୍ୟ ଏ ପର୍ଯ୍ୟନ୍ତ ଉକ୍ତ ଠାକୁରଙ୍କର ତୁଚ୍ଛା ଓ ଭଙ୍ଗା ଦେଉଳମାନ ଅଛି। ଏହାଙ୍କର ବର୍ତ୍ତମାନ ମନ୍ଦିର ସତ୍ୟବାଦୀଠାରେ ଏକ ପ୍ରକାଣ୍ଡ ( 9 ବାଟି 9 ମାଣ 9 ଗୁଣ୍ଠ 9 ବିଶ୍ୱା ଜମିରେ ଥିବା) ବକୁଳ ଉପବନ ମଧ୍ୟରେ ଆଜକୁ ଅନ୍ଦାଜ 150 ବର୍ଷ ହେବ ନିର୍ମିତ ହୋଇଅଛି। ପୂର୍ବେ ଏ ମନ୍ଦିରର ଚତୁଃପାର୍ଶ୍ୱରେ ଗୃହ ଓ ବସତି ଆଦି ନ ଥିଲା। ଏପରି କି ଏହାଙ୍କ ସେବକମାନଙ୍କ ବସତି ଦେଉଳଠାରୁ ଅଧମାଇଲ୍ ଦୂରରେ ଅବସ୍ଥିତ। ଏ ଦେବତାଙ୍କ ସେବା ନିମନ୍ତେ ଓ ସେବକଙ୍କ ଜାଗିରି ନିମନ୍ତେ ଓଡ଼ିଶାର ରାଜାମାନେ ଅନେକ ଭୂସମ୍ପତ୍ତି ଖଞ୍ଜି ଯାଇଅଛନ୍ତି ଓ ପୂର୍ବେ ଏହାର ତତ୍ତ୍ୱାବଧାରଣର ଭାର ଜଣେ ରାଜ— ବିରାଦର (ରାଏ ସାହେବ)ଙ୍କ ଉପରେ ଥିଲା, କିନ୍ତୁ ସେ ମନ୍ଦିରର କାର୍ଯ୍ୟରେ ବିଶୃଙ୍ଖଳା ଦେଖାଇବାରୁ ଇଂରେଜ ଗଭର୍ଣ୍ଣମେଣ୍ଟ ଏ ମନ୍ଦିରର ପରିଚାଳନାର୍ଥ 1863 ସାଲର 20 ଆଇନ୍ ଅନୁସାରେ ପ୍ରଥମେ 3 ଜଣ ଓ ବର୍ତ୍ତମାନ 5 ଜଣ ମେମ୍ବର ସମ୍ବଳିତ ଗୋଟିଏ ପରିଚାଳନ କମିଟି — [ଦ୍ର—ଏହା ପୁରୀଠାରୁ କଟକ ଆଡ଼କୁ ଆସିଥିବା ଜଗନ୍ନାଥ ସଡ଼କର ନିକଟରେ ପୁରୀଠାରୁ10ମାଇଲ ଦୂରବର୍ତ୍ତୀ ଜୟପୁର ନାମକ ଗ୍ରାମର ଅଧମାଇଲ ପଶ୍ଚିମରେ ଅବସ୍ଥିତ ଏଠାରେ ଶ୍ରୀ ଗୋପୀନାଥ ବା ସାକ୍ଷୀଗୋପାଳ ନାମକ ଶ୍ରୀକୃଷ୍ଣବିଗ୍ରହଙ୍କ ମନ୍ଦିର ଅଛି ଏଥିପାଇଁ ଏ ସ୍ଥାନର ନାମ ମଧ୍ୟ ସାକ୍ଷୀଗୋପାଳ ହୋଇଅଛି ଓ ଏହି ଗ୍ରାମର ପ୍ରସିଦ୍ଧି ଯୋଗୁଁ ଜୟପୁର ମୌଜାରେ ଅବସ୍ଥିତ ଡାକ୍ତରଖାନା, ଡାକଘର, ଥାନା ଆଦି ପୂର୍ବରୁ ସତ୍ୟବାଦୀ ଶବ୍ଦ ଲଗାଇ କୁହାଯାଏ ଏଠାରେ ଦେବତା 'ସାକ୍ଷୀଗୋପାଳ'ଙ୍କୁ 'ସତ୍ୟବାଦୀ ଗୋପୀନାଥ' ଓ 'ଗୋପାଳଜୀଉ' ବା 'ଗୋପାଳଜୀ' ବୋଲି ଲୋକେ ଡାକନ୍ତି ଏହି ବିଗ୍ରହଙ୍କୁ ପୁରୁଷୋତ୍ତମଦେବ କାଞ୍ଚିବିଜୟ କରି ସେଠାରୁ ଆଣି କଟକରେ ରଖିଥିଲେ ଓ ଶ୍ରୀଚୈତନ୍ୟଦେବ ଏହାଙ୍କୁ କଟକଠାରେ ଦେଖିଥିଲେ ତତ୍ପରେ କେତେକ ଦିନ ଏ ବିଗ୍ରହ ପୁରୀଜିଲ୍ଲାର ରଥିପୁର ଓ କନ୍ତଳବାଇରେ ରଖାଯାଇଥିଲେ ଓ ସେଠାରେ ମଧ୍ୟ ଏ ପର୍ଯ୍ୟନ୍ତ ଉକ୍ତ ଠାକୁରଙ୍କର ତୁଚ୍ଛା ଓ ଭଙ୍ଗା ଦେଉଳମାନ ଅଛି ଏହାଙ୍କର ବର୍ତ୍ତମାନ ମନ୍ଦିର ସତ୍ୟବାଦୀଠାରେ ଏକ ପ୍ରକାଣ୍ଡ (9ବାଟି9ମାଣ9ଗୁଣ୍ଠ9ବିଶ୍ୱା ଜମିରେ ଥିବା) ବକୁଳ ଉପବନ ମଧ୍ୟରେ ଆଜକୁ ଅନ୍ଦାଜ150ବର୍ଷ ହେବ ନିର୍ମିତ ହୋଇଅଛି ପୂର୍ବେ ଏ ମନ୍ଦିରର ଚତୁଃପାର୍ଶ୍ୱରେ ଗୃହ ଓ ବସତି ଆଦି ନ ଥିଲା ଏପରି କି ଏହାଙ୍କ ସେବକମାନଙ୍କ ବସତି ଦେଉଳଠାରୁ ଅଧମାଇଲ୍ ଦୂରରେ ଅବସ୍ଥିତ ଏ ଦେବତାଙ୍କ ସେବା ନିମନ୍ତେ ଓ ସେବକଙ୍କ ଜାଗିରି ନିମନ୍ତେ ଓଡ଼ିଶାର ରାଜାମାନେ ଅନେକ ଭୂସମ୍ପତ୍ତି ଖଞ୍ଜି ଯାଇଅଛନ୍ତି ଓ ପୂର୍ବେ ଏହାର ତତ୍ତ୍ୱାବଧାରଣର ଭାର ଜଣେ ରାଜ— ବିରାଦର (ରାଏ ସାହେବ)ଙ୍କ ଉପରେ ଥିଲା, କିନ୍ତୁ ସେ ମନ୍ଦିରର କାର୍ଯ୍ୟରେ ବିଶୃଙ୍ଖଳା ଦେଖାଇବାରୁ ଇଂରେଜ ଗଭର୍ଣ୍ଣମେଣ୍ଟ ଏ ମନ୍ଦିରର ପରିଚାଳନାର୍ଥ1863ସାଲର20ଆଇନ୍ ଅନୁସାରେ ପ୍ରଥମେ3ଜଣ ଓ ବର୍ତ୍ତମାନ5ଜଣ ମେମ୍ବର ସମ୍ବଳିତ ଗୋଟିଏ ପରିଚାଳନ କମିଟି(Endowment Committee or Temple Committee)ମୁକରର କରିଅଛନ୍ତି ବର୍ତ୍ତମାନ ଉକ୍ତ ଖଞ୍ଜା ସମ୍ମତ୍ତିର ବାର୍ଷିକ ଆୟ ପ୍ରାୟ20ହଜାର ଟଙ୍କା
- ଦେ. ବି. ପୁଂ — ବର୍ତ୍ତମାନ ଏ ଦେଉଳରେ ଚାରିପାଖେ ଅନେକଗୁଡ଼ିଏ ଘର, ଦୋକାନ, ବଜାର, ମନ୍ଦିରଅଫିସ୍, ଧର୍ମଶାଳା, ନିର୍ମିତ ହେବାରୁ ସ୍ଥାନଟି ବସତିପୂର୍ଣ୍ଣ ଓ ଜନତାମୟ ହୋଇଅଛି। ଦେଉଳର ପଶ୍ଚିମ ପାଖେ ବଉଳ ତୋଟା ମଧ୍ୟରେ କେତେଗୁଡ଼ିଏ ଦେଶକର୍ମୀ ଉଚ୍ଚଶିକ୍ଷିତ ବ୍ଯକ୍ତି 15 ବର୍ଷ କାଳ ସରକାରୀ ସାହାଯ୍ୟକୁ ଅପେକ୍ଷା ନ କରି ଗୋଟିଏ ଆଦର୍ଶ ବିଦ୍ୟାଳୟ ସ୍ଥାପନ କରି ସୁଖ୍ୟାତି ସହିତ ତାହା ପରିଚାଳନ କରିଥିଲେ, କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ ଭାରତର ନନ୍-କୋ-ଅପରେସନ୍ର ଢେଉଲାଗି ଏ ବିଦ୍ୟାଳୟଟି କିଛିଦିନ ପାଇଁ ଜାତୀୟ ବିଦ୍ୟାଳୟରେ ପରିଣତ ହୋଇ ପରେ ଧ୍ୱସ୍ତ ପ୍ରାୟ ହୋଇ ଯାଇଥିଲା; କିନ୍ତୁ ପରେ କେତେକ ଭଦ୍ର ବ୍ଯକ୍ତିଙ୍କ ଯତ୍ନରେ ଏବେ ଗୋଟିଏ ସରକାରୀ ସାହାଯ୍ୟପ୍ରାପ୍ତ ହାଇ ସ୍କୁଲରେ ଏହା ପରିଣତ ହୋଇଅଛି। — ବର୍ତ୍ତମାନ ଏ ଦେଉଳରେ ଚାରିପାଖେ ଅନେକଗୁଡ଼ିଏ ଘର, ଦୋକାନ, ବଜାର, ମନ୍ଦିରଅଫିସ୍, ଧର୍ମଶାଳା, ନିର୍ମିତ ହେବାରୁ ସ୍ଥାନଟି ବସତିପୂର୍ଣ୍ଣ ଓ ଜନତାମୟ ହୋଇଅଛି ଦେଉଳର ପଶ୍ଚିମ ପାଖେ ବଉଳ ତୋଟା ମଧ୍ୟରେ କେତେଗୁଡ଼ିଏ ଦେଶକର୍ମୀ ଉଚ୍ଚଶିକ୍ଷିତ ବ୍ଯକ୍ତି15ବର୍ଷ କାଳ ସରକାରୀ ସାହାଯ୍ୟକୁ ଅପେକ୍ଷା ନ କରି ଗୋଟିଏ ଆଦର୍ଶ ବିଦ୍ୟାଳୟ ସ୍ଥାପନ କରି ସୁଖ୍ୟାତି ସହିତ ତାହା ପରିଚାଳନ କରିଥିଲେ, କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ ଭାରତର ନନ୍-କୋ-ଅପରେସନ୍ର ଢେଉଲାଗି ଏ ବିଦ୍ୟାଳୟଟି କିଛିଦିନ ପାଇଁ ଜାତୀୟ ବିଦ୍ୟାଳୟରେ ପରିଣତ ହୋଇ ପରେ ଧ୍ୱସ୍ତ ପ୍ରାୟ ହୋଇ ଯାଇଥିଲା; କିନ୍ତୁ ପରେ କେତେକ ଭଦ୍ର ବ୍ଯକ୍ତିଙ୍କ ଯତ୍ନରେ ଏବେ ଗୋଟିଏ ସରକାରୀ ସାହାଯ୍ୟପ୍ରାପ୍ତ ହାଇ ସ୍କୁଲରେ ଏହା ପରିଣତ ହୋଇଅଛି
- ଦେ. ବି. ପୁଂ — ଏହି ସ୍ଥାନଟି ପୁରୀ ଜିଲ୍ଲାବାସୀ ସ୍ୱର୍ଗୀୟ ଗୋପବନ୍ଧୁ ଦାଶ, ସ୍ୱର୍ଗୀୟ କୃପାସିନ୍ଧୁ ମିଶ୍ର, ପଣ୍ଡିତ ନୀଳକଣ୍ଠ ଦାଶ, ଆଚାର୍ଯ୍ୟ ହରିହର ଦାଶ, ପଣ୍ଡିତ ଗୋଦାବରୀଶ ମିଶ୍ର ଆଦି ଦେଶକର୍ମୀମାନଙ୍କର ଜାତୀୟ କର୍ମସାଧନାର କେନ୍ଦ୍ରସ୍ଥଳୀ ଥିଲା ଓ ଏଠାରେ ଗୋପବନ୍ଧୁଙ୍କ ପ୍ରଚାରିତ ସାପ୍ତାହିକ, ପରେ ଦୈନିକ, ସମ୍ବାଦପତ୍ର ପତ୍ର 'ସମାଜ'ର ଜନ୍ମ। ସ୍ଥାନଟି ପୁରୀ ଜିଲ୍ଲାର ରାହାଙ୍ଗ ବ୍ରାହ୍ମଣ ଶାସନମାନଙ୍କର ପ୍ରାୟ କେନ୍ଦ୍ରସ୍ଥଳରେ ଅବସ୍ଥିତ।
- ଦେ. ବି. ପୁଂ — ଏହାର ସନ୍ନିକଟବର୍ତ୍ତୀ ଶ୍ରୀରାମଚନ୍ଦ୍ରପୁର ଶାସନରେ ଅନେକ ଉଚ୍ଚଶିକ୍ଷିତ ବ୍ଯକ୍ତିଙ୍କର ବାସ ଓ ଗୋପାଳପୁର ପଟଣାରେ ଏ ଅଞ୍ଚଳର ପ୍ରସିଦ୍ଧ ଷଢ଼େଇବାଲିଆ ମହାଜନ 'ଓତା' ବଂଶର ଓ ନିକଟସ୍ଥ ଜୟପୁର ଗ୍ରାମରେ ସ୍ଥାନୀୟ ଅନ୍ଯ ମହାଜନ 'ଶତପଥୀ' ବଂଶଙ୍କ ବାସସ୍ଥାନ ଅଛି। ସତ୍ୟବାଦୀରେ ଗୋଟିଏ ଦାତବ୍ୟ ଚିକିତ୍ସାଳୟ, ଥାନା, ପୋଷ୍ଟ ଓ ଟେଲିଗ୍ରାଫ୍ ଅଫିସ, ଡାକବଙ୍ଗଳା, ବେଙ୍ଗଲ ନାଗପୁର ରେଲୱେର ପୁରୀ ଶାଖାର ଗୋଟିଏ ଷ୍ଟେସନ, ଇଉନିୟନ କମିଟି, କେତେ ମାରୁଆଡ଼ି ଓ ମେମନ୍ ମହାଜନଙ୍କ ଗୋଦାମ ଓ ରାହାଙ୍ଗର ଜମିଦାର ପାଇକପଡ଼ା ଷ୍ଟେଟର 'ଲାଲାବାବୁ'ଙ୍କ କଚିରି ଓ ଗୋଟିଏ ସୁରମ୍ୟ ଧର୍ମଶାଳା ଅଛି। ଏହା ମଧ୍ୟ ନଡ଼ିଆ ବ୍ଯବସାୟର ଗୋଟିଏ ପ୍ରଧାନ କେନ୍ଦ୍ରସ୍ଥଳ ଓ ପ୍ରତିବର୍ଷ ଏଠାର ନଡ଼ିଆ— ମହାଜନମାନେ ବହୁ ଲକ୍ଷ ଟଙ୍କାର ନଡ଼ିଆ ବିଭିନ୍ନ ଦେଶକୁ ରେଳଦ୍ୱାରା ପଠାନ୍ତି।