ସତ୍ରାଜିତ୍ Satrājit

  • ସଂ. ବି. (ନାମ) (ସତ୍ତ୍ର+ଆ+ଜି. ଧାତୁ+କର୍ତ୍ତୃ. କ୍ୱିପ୍) — ଶ୍ରୀକୃଷ୍ଣଙ୍କ ଶ୍ୱଶୁର; ଶ୍ରୀକୃଷ୍ଣଙ୍କ ଅଷ୍ଟ ମହିଷୀଙ୍କ ମଧ୍ୟରୁ ଏକତମା ସତ୍ୟଭାମାଙ୍କ ପିତା — Name of a father-in-law of Srīkṛushṇa
  • ସଂ. ବି. (ନାମ) (ସତ୍ତ୍ର+ଆ+ଜି. ଧାତୁ+କର୍ତ୍ତୃ. କ୍ୱିପ୍) — [ଦ୍ର— ସୂର୍ଯ୍ୟଦେବ ସନ୍ତୁଷ୍ଟ ହୋଇ ଏହାଙ୍କୁ 'ସ୍ୟମନ୍ତକ' ମଣି ଦାନ କରିଥିଲେ। ଏ ପୁଣି ନିଜ ସହୋଦର ପ୍ରସେନଜିତ୍ଙ୍କୁ ଏହା ଦେଇଥିଲେ; ପ୍ରସନେଜିତ୍ ମୃଗୟାରେ ସିଂହ କର୍ତ୍ତୃକ ହତ ହେବାରୁ, ଏହାକୁ ଜାମ୍ବବାନ୍ ପାଇଥିଲେ। ଜାମ୍ବବାନ୍ଙ୍କୁ ପରାଜିତ କରି ଶ୍ରୀକୃଷ୍ଣ ପୁଣି ଏ ମଣିକୁ ଆଣି ସତ୍ତ୍ରାଜିତ୍ଙ୍କୁ ଦେଲେ। ଅକ୍ରୁରଙ୍କ ପ୍ରରୋଚନାରେ ଶତଧନ୍ୱା ସତ୍ତ୍ରାଜିତ୍ଙ୍କୁ ବଧ କରି ଏ ମଣିକୁ ହରଣ କଲେ।]