ସଞ୍ଜ ଦେବା San̄ja debā

  • ଦେ. କ୍ରି — ସନ୍ଧ୍ୟାବେଳେ ଦେବତାଙ୍କ ଉଦ୍ଦେଶ୍ୟରେ ଜଳନ୍ତା ବତୀ ବସାଇବା — To set a lighted wick in the evening by offering it to the Deity
  • ଦେ. କ୍ରି — (ଉ— ପ୍ରତିଦିନ ସନ୍ଧ୍ୟାବେଳେ ଗୋଟାଏ ବଳିତା ଜାଳି ଆଣି ଠାକୁରାଣୀଙ୍କ ସ୍ଥାନରେ ସଞ୍ଜ ଦିଏ—ଫକୀରମୋହନ, ଛମାଣ ଆଠଗୁଣ୍ଠ)
  • ଦେ. କ୍ରି — [ଦ୍ର—ସନ୍ଧ୍ୟାବେଳେ ଦେବାଳୟରେ, ତୁଳସୀଚଉରା ମୂଳେ, ଦିଅଙ୍କ ଘରେ, ହିନ୍ଦୁଙ୍କ ଦାଣ୍ଡ— ଦୁଆରେ ଓ ଗୃହର ପ୍ରତ୍ୟେକ ପ୍ରକୋଷ୍ଠରେ, ବିଶେଷତଃ ଭଣ୍ଡାରଘରେ ଗୋଟିଏ ଲେଖାଏଁ ସଞ୍ଜବତୀ ଦେବତାଙ୍କ ଉଦ୍ଦେଶ୍ୟରେ ଜଳାଯାଏ।]