ସଞ୍ଚା San̄chā
- ସଂ. ବି — ସଞ୍ଚ (ଦେଖ) — San̄cha (See)
- ଦେ. ବି — ଚିହ୍ନ; ଅଳଙ୍କାରାଦିର ଚାପରେ ଦେହରେ ରହି ଯାଇଥିବା ଦାଗ — Marks left on the body by the pressure of ornaments
- ଦେ. ବି — (ଉ—ଆଲିଙ୍ଗନ ଚୁଡ଼ି ସଞ୍ଚା ଦେହରେ ବସେ। ପ୍ରାଚୀ, ଶିଶୁଶଙ୍କର, ଉଷା ଅଭିଳାଷ।)
- ଦେ. ବି — ଶୋଭା; ସୌନ୍ଦର୍ଯ୍ୟ — Beauty; grace
- ଦେ. ବି — ରକ୍ତାଦିର ବିନ୍ଦୁ ବା ଦାଗ; ଛିଟା — Stain or spots (of blood etc) on a thing
- ଦେ. ବି — (ଉ—ବିଧିରେ ପଲାଶ ରୁଧିର ସଞ୍ଚା, ବିକଶିଲା ପୁଷ୍ପ ପରାଯେ ପଞ୍ଚା—ଭଞ୍ଜ, ବୈଦେହୀଶବିଳାସ।)
- ଦେ. ବି — (ସଂ. ସଂଚୟ) ସାମଗ୍ରୀ; ଉପକରଣ — Materials
- ଦେ. ବି — ଆଗନ୍ତୁକ, ଅତିଥି ଓ ବିଶିଷ୍ଟ ବ୍ଯକ୍ତିମାନଙ୍କୁ ଖାଦ୍ୟପାକାର୍ଥ ଦିଆଯିବା ଚାଉଳ, ଡାଲି, ପରିବା ଆଦି ସାମଗ୍ରୀ; ସିଧା; ଖାଦ୍ୟସମ୍ଭାର — Victuals presented to guests; materials for cooking meal sent to guests who cook their own food
- ଦେ. ବି — (ଉ—ଅଜ୍ଞା ଦେବ ଯେବେ, ମଣୋହି ସଞ୍ଚା ଭିଆଇବି ତେବେ—ପ୍ରାଚୀ, ପ୍ରତାପ ଶଶିସେଣା।)
- ଦେ. ବି — ସଂଗ୍ରହ; ସମଷ୍ଟି — Collection
- ଦେ. ବି — ଏକତ୍ରୀ— କାରଣ; ଗଦା — Heaping up
- ଦେ. ବି — ବନ୍ଦୋବସ୍ତ; ବ୍ଯବସ୍ଥାନ — Arrangement