ସଞ୍ଚାରୀ San̄chārī

  • ସଂ. ବିଣ. ପୁଂ—(ସମ୍+ଚର ଧାତୁ+କର୍ତ୍ତୃ. ଇନ୍; 1 ମା. 1 ବ) — ସଞ୍ଚାରଣଶୀଳ — Walking
  • ସଂ. ବିଣ. ପୁଂ—(ସମ୍+ଚର ଧାତୁ+କର୍ତ୍ତୃ. ଇନ୍; 1 ମା. 1 ବ) — ଗତିଶୀଳ — Moving
  • ସଂ. ବିଣ. ପୁଂ—(ସମ୍+ଚର ଧାତୁ+କର୍ତ୍ତୃ. ଇନ୍; 1 ମା. 1 ବ) — ଅସ୍ଥାୟୀ; ପରିବର୍ତ୍ତନ ଶୀଳ — Temporary; passing; fleeting; subject to change
  • ସଂ. ବିଣ. ପୁଂ—(ସମ୍+ଚର ଧାତୁ+କର୍ତ୍ତୃ. ଇନ୍; 1 ମା. 1 ବ) — ବିସ୍ତାରଶୀଳ — Expanding
  • ସଂ. ବିଣ. ପୁଂ—(ସମ୍+ଚର ଧାତୁ+କର୍ତ୍ତୃ. ଇନ୍; 1 ମା. 1 ବ) — ଆଗନ୍ତୁକ (ବିଶ୍ୱକୋଷ) — Adventitious; casual
  • ସଂ. ବି — ସଞ୍ଚାରୀ ଭାବ (ଦେଖ) — San̄chārī bhāba (See)
  • ସଂ. ବି — ବାୟୁ — Air
  • ସଂ. ବି — ଧୂପ — Incense
  • ସଂ. ବି — (ସଙ୍ଗୀତ) ଗୀତ ବା ରାଗ ଆଳାପର ଚାରି ପାଦ ମଧ୍ୟରୁ ତୃତୀୟ ପାଦ — The third of the four parts of a song or musical air
  • ସଂ. ବି — [ଦ୍ର—ପ୍ରତି ଶ୍ଳୋକରେ, ସଙ୍ଗୀତରେ ବା ଛନ୍ଦରେ ଯେପରି 4 ଗୋଟି ଚରଣ ଥାଏ, ସେହିପରି ଆଳାପରେ ମଧ୍ୟ ଚାରିଟି ଚରଣ ନିର୍ଦ୍ଦିଷ୍ଟ ଅଛି; ପ୍ରଥମ ଚରଣର ନାମ ଅସ୍ଥାୟୀ, ଦ୍ୱିତୀୟ ଚରଣର ନାମ ଅନ୍ତରା, ତୃତୀୟ ଚରଣର ନାମ ସଞ୍ଚାରୀ ଓ ଚତୁର୍ଥ ଚରଣର ନାମ ଆଭୋଗ।] — [ଦ୍ର—ପ୍ରତି ଶ୍ଳୋକରେ, ସଙ୍ଗୀତରେ ବା ଛନ୍ଦରେ ଯେପରି4ଗୋଟି ଚରଣ ଥାଏ, ସେହିପରି ଆଳାପରେ ମଧ୍ୟ ଚାରିଟି ଚରଣ ନିର୍ଦ୍ଦିଷ୍ଟ ଅଛି; ପ୍ରଥମ ଚରଣର ନାମ ଅସ୍ଥାୟୀ, ଦ୍ୱିତୀୟ ଚରଣର ନାମ ଅନ୍ତରା, ତୃତୀୟ ଚରଣର ନାମ ସଞ୍ଚାରୀ ଓ ଚତୁର୍ଥ ଚରଣର ନାମ ଆଭୋଗ]
  • ଦେ. ବି. ସ୍ତ୍ରୀ — ଦୂତୀ — A female go-between
  • ଦେ. ବିଣ. ପୁଂ — ସଞ୍ଚରଣକାରୀ — Moving; walking to and fro