ସଜ ଉଠାଇବା Saja uṭthāibā

  • ଦେ. କ୍ରି — ଦଶହରା ସମୟରେ ଧୋବା ଭଣ୍ଡାରି ଆଦି ପୂଜା କରିବା ପାଇଁ ବସାଇଥିବା ତାଙ୍କର ଯନ୍ତ୍ରାଦିକୁ ଦଶହରା ବାସିଦିନ ପୂଜା ସରି ପରେ ପୂଜାପୀଠରୁ ଉଠାଇବା — To remove the implements (of barbers and washerman etc) from the place of worship after Daṡaharā
  • ଦେ. କ୍ରି — [ଦ୍ର—ଦଶହରା ବାସିଦିନ ଧୋବା ଭଣ୍ଡାରିମାନେ ସଜ ଉଠାଇ ପ୍ରଥମେ ସଜର 'ଅନୁକୂଳ' କରନ୍ତି ଅର୍ଥାତ୍ ସଜ ଦ୍ୱାରା ପ୍ରଥମେ କାମ କରନ୍ତି; ଓ ସେହି ଦିନର ଫଳ ବା ଆୟ ଅନୁସାରେ ବର୍ଷକର ସୁଖଦୁଃଖ ବା ଲାଭଲାଭର କଳ୍ପନା କରନ୍ତି।]