ସଙ୍ଖାଳୀ Saṅkhāḻī
- ଦେ. ବି — ଧନ ରତ୍ନ — Riches and gems
- ଦେ. ବି — [ଉ—ଘରେ ଯାହା ସଙ୍ଖାଳିମାନ ରଖିଥିଲେ— କୃଷ୍ଣସିଂହ, ମହାଭାରତ, ବନ।]
- ଦେ. ବି — ଧନ— ରତ୍ନ ପରି ପ୍ରିୟ ବସ୍ତୁ — One's beloved or prized article
- ଦେ. ବି — [ଉ—ନିମିଷକରେ ଜ୍ୱାଳା, ଜନ୍ମାଏ ଜିଣି ହାଳାହଳକୁ ଯେ ସଙ୍ଖାଳି ମହାନାଗେ— କବିସୂର୍ଯ୍ୟ, ଚମ୍ପୂ।]
- ଦେ. ବି — ଧନରତ୍ନ ପରି ମନୁଷ୍ୟର ପ୍ରିୟତମ ବ୍ଯକ୍ତି; ଜୀବନସର୍ବସ୍ୱ — One's dearest person
- ଦେ. ବି — [ଉ—ସଙ୍ଖାଳି ହରାଇ ପ୍ରାଣରଙ୍କ ହେବି—ରାଧାନାଥ।]
- ଦେ. ବି — [ଦ୍ର—ଆପଣାର ପ୍ରିୟତମ ବ୍ଯକ୍ତିକୁ ଧନରତ୍ନ ନାମରେ ସମ୍ବୋଧନ କରାଯାଏ। ଯଥା—ଧନ, ରତନ, ମାଣିକ, ମଣି। ଏହି ସ୍ଥଳରେ ମଧ୍ୟ ସଙ୍ଖାଳି ପ୍ରୟୋଗ କରାଯାଏ। ଯଥା—ନ ବିହର ଗୋପ— ସଙ୍ଖାଳି ଏ ପାପ ଗହନରେ କିଛି ଦିନ—କବିସୂର୍ଯ୍ୟ, କିଶୋରୀଚନ୍ଦ୍ରାନନ୍ଦଚମ୍ପୂ, ଙ ଗୀତ। ଏଠାରେ 'ଗୋପ— ସଙ୍ଖାଳି' ର ଅର୍ଥ ଗୋପବାସୀଙ୍କର ଜୀବନସର୍ବସ୍ୱ ବା ପ୍ରିୟତମ ବ୍ଯକ୍ତି।]
- ଦେ. ବି — ପାଣ୍ଠି; ସଞ୍ଚିତ ଧନ — A hoard
- ଦେ. ବି — ବାଣିଜ୍ୟାଦିରେ ମୂଳ ଧନ; ମୂଳ ପାଣ୍ଠି — The capital or stock in trade
- ଦେ. ବି — [ମନୁଷ୍ୟ ସଂଚିତ ଧନଦ୍ୱାରା ଭବିଷ୍ୟତରେ ଆପଣାର ଜୀବନ ରକ୍ଷା କରିବାକୁ ଆଶା କଲା ଭଳି, ମନୁଷ୍ୟ (ପିତା ମାତା) ଯାହା (ପୁତ୍ର) ଦ୍ୱାରା ଭବିଷ୍ୟତରେ ପୋଷି ହେବା ପାଇଁ ପୂର୍ଣ୍ଣ ଆଶା ରଖିଥାଏ; ଏକମାତ୍ର ଭରସାର ସ୍ଥାନ — One by whom a person hopes to be maintained in future; one in whom another's future hopes are centred
- ଦେ. ବି — [ଉ—ଧୋବା ମଳିକ, ସଙ୍ଖାଳି କରିଛି ଝିଅ ହଳିକ—ଢଗ।]