ସଂସୃଷ୍ଟି Saṁsṛushṭi
- ସଂ. ବି. (ସମ୍+ସୃଜ୍ ଧାତୁ+ଭାବ. ତି) — ସହବାସ — Intercourse; cohabitation
- ସଂ. ବି. (ସମ୍+ସୃଜ୍ ଧାତୁ+ଭାବ. ତି) — ସାହଚର୍ଯ୍ୟ — Companionship; association
- ସଂ. ବି. (ସମ୍+ସୃଜ୍ ଧାତୁ+ଭାବ. ତି) — ମିଳନ — Junction
- ସଂ. ବି. (ସମ୍+ସୃଜ୍ ଧାତୁ+ଭାବ. ତି) — ସଂସ୍ରବ — Connection; relationship
- ସଂ. ବି. (ସମ୍+ସୃଜ୍ ଧାତୁ+ଭାବ. ତି) — ଏକତ୍ର ମିଶ୍ରଣ — Amalgamation
- ସଂ. ବି. (ସମ୍+ସୃଜ୍ ଧାତୁ+ଭାବ. ତି) — ଏକାନ୍ନବାସ; ଏକାନ୍ନବର୍ତ୍ତିତା — Coparcenery; jointness in property
- ସଂ. ବି. (ସମ୍+ସୃଜ୍ ଧାତୁ+ଭାବ. ତି) — କାବ୍ୟାଳଙ୍କାର ବିଶେଷ; କାବ୍ୟର ସ୍ଥାନବିଶେଷରେ ବା ଅଂଶବିଶେଷରେ ଏକାଧିକ ଅଳଂକାରର ଏକତ୍ର ସମାବେଶ — (A figure of speech which is an) Indication of the mixture of several figures of speech in any part of a literary composition
- ସଂ. ବି. (ସମ୍+ସୃଜ୍ ଧାତୁ+ଭାବ. ତି) — [ଦ୍ର—ଯେଉଁଠାରେ ଏକାଧିକ ଅଳଂକାର ଏକ ବାକ୍ୟରେ ପରସ୍ପର ନିରପେକ୍ଷ ଭାବରେ ରହନ୍ତି, ସେଠାରେ ସଂସୃଷ୍ଟି ଅଳଂକାର ହୁଏ; ଯଥା— ସୁମୁଖୀ-ଚନ୍ଦ୍ରମା- ମୁଖ ଦେଖି ମୁଗ୍ଧ ମାନସ ଏସନ ପାଞ୍ଚେ, ବିଶ୍ୱକାନ୍ତି ସାର ବୋଳି ଅବା ମାର ଢାଳିଅଛି ପ୍ରେମ—ଛାଞ୍ଚେ। କୁଳମଣି, ଅଳଂକାର— ତରଙ୍ଗିଣୀରେ ଉଦ୍ଧୃତ ରାଧାନାଥ—ଯଯାତିକେଶରୀ।]