ସଂଗୀତ ପିଲା Saṁgīta pilā
- ଦେ. ବି — ଗୋଟିପୁଅ; ନୃତ୍ୟସହ ସଂଗୀତ ଗାଇବା ବାଳକ — A dancing boy singing and dancing to music
- ଦେ. ବି — [ଦ୍ର—ଉତ୍କଳରେ ବାଳକମାନଙ୍କୁ ସ୍ତ୍ରୀ ବେଶରେ ସଜ୍ଜିତ କରି ନାଟ ଓ ଗୀତ ଶିଖାନ୍ତି। ନାଟ ଦୁଇ ପ୍ରକାର ହୁଏ, ଯଥା—ସଂଗୀତ ଓ ଲୀଳା। ମହାଭାରତ (ଭାରତଲୀଳା), ରାମାୟଣ (ରାମଳୀଳା) ଓ ଭାଗବତ (କୃଷ୍ଣଲୀଳା)ର ବିଶେଷ ବିଶେଷ ଘଟନାକୁ ଅବଲମ୍ବନକରି ଯେଉଁ ନାଟ ଓ ଗୀତ ହୁଏ ତାହାକୁ ଲୀଳାନାଟ ବୋଲାଯାଏ। ଏଥିରେ ବାଳକମାନେ ଶ୍ରୀକୃଷ୍ଣ, ବଳରାମ, ରାଧିକା ଆଦିଙ୍କ ବେଶ ପିନ୍ଧି ତତ୍ତତ୍ ବିଷୟକ ଗୀତ ବୋଲନ୍ତି ଓ ବୟଃସ୍ଥ ମନୁଷ୍ୟମାନେ ପୁରାଣୋକ୍ତ ଋଷି, ରାଜା, ମନ୍ତ୍ରୀ, ଦ୍ୱାରୀ ଆଦିଙ୍କ ବେଶ ବା ସୁଆଙ୍ଗ ସାଜି ନାଚନ୍ତି। 'ଲୀଳା' ପାଇଁ ଯେଉଁ ଦଳ ଗଠିତ, ହୁଏ, ସେଥିରେ ପୁରାଣୋକ୍ତ ଭିନ୍ନ ଭିନ୍ନ ବ୍ଯକ୍ତିଙ୍କ ସୁଆଙ୍ଗ ସାଜିବା ପାଇଁ 10/15 ଜଣ ଲୋକ ଓ ଏକାଧିକ ନାଟୁଆପିଲା ଲୋଡ଼ା ହୁଅନ୍ତି। — [ଦ୍ର—ଉତ୍କଳରେ ବାଳକମାନଙ୍କୁ ସ୍ତ୍ରୀ ବେଶରେ ସଜ୍ଜିତ କରି ନାଟ ଓ ଗୀତ ଶିଖାନ୍ତି ନାଟ ଦୁଇ ପ୍ରକାର ହୁଏ, ଯଥା—ସଂଗୀତ ଓ ଲୀଳା ମହାଭାରତ (ଭାରତଲୀଳା), ରାମାୟଣ (ରାମଳୀଳା) ଓ ଭାଗବତ (କୃଷ୍ଣଲୀଳା)ର ବିଶେଷ ବିଶେଷ ଘଟନାକୁ ଅବଲମ୍ବନକରି ଯେଉଁ ନାଟ ଓ ଗୀତ ହୁଏ ତାହାକୁ ଲୀଳାନାଟ ବୋଲାଯାଏ ଏଥିରେ ବାଳକମାନେ ଶ୍ରୀକୃଷ୍ଣ, ବଳରାମ, ରାଧିକା ଆଦିଙ୍କ ବେଶ ପିନ୍ଧି ତତ୍ତତ୍ ବିଷୟକ ଗୀତ ବୋଲନ୍ତି ଓ ବୟଃସ୍ଥ ମନୁଷ୍ୟମାନେ ପୁରାଣୋକ୍ତ ଋଷି, ରାଜା, ମନ୍ତ୍ରୀ, ଦ୍ୱାରୀ ଆଦିଙ୍କ ବେଶ ବା ସୁଆଙ୍ଗ ସାଜି ନାଚନ୍ତି 'ଲୀଳା' ପାଇଁ ଯେଉଁ ଦଳ ଗଠିତ, ହୁଏ, ସେଥିରେ ପୁରାଣୋକ୍ତ ଭିନ୍ନ ଭିନ୍ନ ବ୍ଯକ୍ତିଙ୍କ ସୁଆଙ୍ଗ ସାଜିବା ପାଇଁ10/15ଜଣ ଲୋକ ଓ ଏକାଧିକ ନାଟୁଆପିଲା ଲୋଡ଼ା ହୁଅନ୍ତି
- ଦେ. ବି — କିନ୍ତୁ 'ସଂଗୀତ' କରିବା ପାଇଁ ସ୍ତ୍ରୀ ବେଶଧାରୀ ଗୋଟିଏ ମାତ୍ର ବାଳକ ଓ ତା ସଙ୍ଗେ ଢୁଆ ଧରିବାକୁ ଓ ବାଜା ବଜାଇବାକୁ ଆଉ 3/4 ଟି ବୟଃସ୍ଥ ମନୁଷ୍ୟ ଲୋଡ଼ା ହୁଅନ୍ତି। 'ସଂଗୀତ—ଆଖଡ଼ା'ରେ ନାଚିବା ପିଲା ଗୋଟିଏ ମାତ୍ର ଥିବାରୁ ତାକୁ 'ଗୋଟିପୋ' ବା 'ଗୋଟିପୁଅ' ବୋଲାଯାଏ। ଏହି ଗୋଟିପୁଅମାନେ ମୁହଁରେ ସଂଗୀତ ବୋଲି ନେତ୍ର ବକ୍ରାଦିର ଭଙ୍ଗୀ, ଇଙ୍ଗିତ, ହସ୍ତଦ୍ୱାରା ଅବଲୟ ବା ପାରିଜା ସଂକେତ) କରି ଉକ୍ତ ଗୀତର ଅର୍ଥକୁ ଠାରଦ୍ୱାରା ବୁଝାଉଥାଆନ୍ତି। ଉକ୍ତ ସଂଗୀତମାନ ଅଧିକାଂଶ ସ୍ଥଳରେ ଆଦିରସାଶ୍ରିତ ବା ରାଧାକୃଷ୍ଣ ଲୀଳାଶ୍ରିତ। ଗୋଟିପୁଅ ମୁହଁରେ ଗୀତ ବୋଲୁଥାଏ ଓ ସଙ୍ଗେ ସଙ୍ଗେ ଉକ୍ତ ଗୀତର ଅର୍ଥ ଓ ତାତପର୍ଯ୍ୟ ଯଥୋପଯୁକ୍ତ ଅଙ୍ଗଭଙ୍ଗୀ ଓ ଅବଲୟ ଦ୍ୱାରା ପ୍ରକାଶ କରୁଥାଏ ଓ ସଙ୍ଗୀତ ବୋଲା ବନ୍ଦ ହେବା ଅବସରରେ ନାନା ଅଙ୍ଗ ଚାଳନ— ବିଶିଷ୍ଟ ଆୟାସସାଧ୍ୟନୃତ୍ୟ କରୁଥାଏ। ଗୋଟିପୁଅଙ୍କୁ ଗୀତ ନୃତ୍ୟ ଓ ପାରିଜା ଶିଖାଇବା ପାଇଁ ଯେଉଁ ଗୁରୁ ରହନ୍ତି ସେମାନେ ମଧ୍ୟ ଗୀତାର୍ଥ ଓ ସଂକେତରେ ପଣ୍ଡିତ ଅଟନ୍ତି। କାରଣ, ପ୍ରାଚୀନ ଓଡ଼ିଆ ସଂଗୀତମାନ ବୁଝିବାକୁ ହେଲେ ସଂସ୍କୃତରେ ଜ୍ଞାନଥିବା ଆବଶ୍ୟକ। — କିନ୍ତୁ 'ସଂଗୀତ' କରିବା ପାଇଁ ସ୍ତ୍ରୀ ବେଶଧାରୀ ଗୋଟିଏ ମାତ୍ର ବାଳକ ଓ ତା ସଙ୍ଗେ ଢୁଆ ଧରିବାକୁ ଓ ବାଜା ବଜାଇବାକୁ ଆଉ3/4ଟି ବୟଃସ୍ଥ ମନୁଷ୍ୟ ଲୋଡ଼ା ହୁଅନ୍ତି 'ସଂଗୀତ—ଆଖଡ଼ା'ରେ ନାଚିବା ପିଲା ଗୋଟିଏ ମାତ୍ର ଥିବାରୁ ତାକୁ 'ଗୋଟିପୋ' ବା 'ଗୋଟିପୁଅ' ବୋଲାଯାଏ ଏହି ଗୋଟିପୁଅମାନେ ମୁହଁରେ ସଂଗୀତ ବୋଲି ନେତ୍ର ବକ୍ରାଦିର ଭଙ୍ଗୀ, ଇଙ୍ଗିତ, ହସ୍ତଦ୍ୱାରା ଅବଲୟ ବା ପାରିଜା ସଂକେତ) କରି ଉକ୍ତ ଗୀତର ଅର୍ଥକୁ ଠାରଦ୍ୱାରା ବୁଝାଉଥାଆନ୍ତି ଉକ୍ତ ସଂଗୀତମାନ ଅଧିକାଂଶ ସ୍ଥଳରେ ଆଦିରସାଶ୍ରିତ ବା ରାଧାକୃଷ୍ଣ ଲୀଳାଶ୍ରିତ ଗୋଟିପୁଅ ମୁହଁରେ ଗୀତ ବୋଲୁଥାଏ ଓ ସଙ୍ଗେ ସଙ୍ଗେ ଉକ୍ତ ଗୀତର ଅର୍ଥ ଓ ତାତପର୍ଯ୍ୟ ଯଥୋପଯୁକ୍ତ ଅଙ୍ଗଭଙ୍ଗୀ ଓ ଅବଲୟ ଦ୍ୱାରା ପ୍ରକାଶ କରୁଥାଏ ଓ ସଙ୍ଗୀତ ବୋଲା ବନ୍ଦ ହେବା ଅବସରରେ ନାନା ଅଙ୍ଗ ଚାଳନ— ବିଶିଷ୍ଟ ଆୟାସସାଧ୍ୟନୃତ୍ୟ କରୁଥାଏ ଗୋଟିପୁଅଙ୍କୁ ଗୀତ ନୃତ୍ୟ ଓ ପାରିଜା ଶିଖାଇବା ପାଇଁ ଯେଉଁ ଗୁରୁ ରହନ୍ତି ସେମାନେ ମଧ୍ୟ ଗୀତାର୍ଥ ଓ ସଂକେତରେ ପଣ୍ଡିତ ଅଟନ୍ତି କାରଣ, ପ୍ରାଚୀନ ଓଡ଼ିଆ ସଂଗୀତମାନ ବୁଝିବାକୁ ହେଲେ ସଂସ୍କୃତରେ ଜ୍ଞାନଥିବା ଆବଶ୍ୟକ
- ଦେ. ବି — ଗୋଟିପୁଅଙ୍କ ନୃତ୍ୟ ସଙ୍ଗେ ସଙ୍ଗେ ଆଉ ଗୋଟିଏ ନିଷ୍ଠୁର ପ୍ରଥା ଚଳୁଥିଲା। ଗୋଟିପୁଅମାନେ 'ବନ୍ଧ' ଭାଙ୍ଗୁଥିଲେ। ଏ 'ବନ୍ଧ'ର ସୂଚିତାର୍ଥ ଷୋଡ଼ଶ ପ୍ରକାର 'ରତିବନ୍ଧ'। ଏ ଗୁଡ଼ିକ ମଧ୍ୟରୁ ଅଧିକାଂଶ ଅତି ଦୁଃସାଧ୍ୟ ଓ ତଦ୍ଦ୍ୱାରା ଉକ୍ତ ବାଳକମାନଙ୍କର ଅବୟବ ବିଭିନ୍ନ ଆକାର ଧାରଣ କରେ। ଏହି ବନ୍ଧମାନ ଏପରି ଚମତ୍କାର ଯେ, ନ ଦେଖିବା ବ୍ଯକ୍ତି କଦାପି ବିଶ୍ୱାସ କରି ପାରିବେ ନାହିଁ ଯେ, ବାଳକମାନଙ୍କର କୋମଳ ଅଙ୍ଗ ଏତେଦୂର ନମନୀୟ ହୋଇପାରେ। ଏହା ଦେଖି ଦର୍ଶକମାନେ ସୁଖ ଭୋଗ କରନ୍ତି ସତ୍ୟ, କିନ୍ତୁ ଉକ୍ତ ବାଳକଟିର ଅବୟବ ନିଷ୍ପଷ୍ଟ ହୋଇ ଯିବା ଫଳରେ ସେ ବିଶେଷ କଷ୍ଟ ଓ ଶ୍ରମ ଅନୁଭବ କରୁଥାଏ। ଗୋଟିପୁଅ— ମାନଙ୍କୁ 'ବନ୍ଧ' ଭଙ୍ଗାଇ ଶିଖାଇବାର ରୀତି କ୍ରମଶଃ ଓଡ଼ିଶାରୁ ଲୁପ୍ତ ହେଉଅଛି ଓ ସର୍କସ ଦଳର ଅଭିନେତୃବର୍ଗ ଏ 'ବନ୍ଧ'ମାନ ଦେଖାଉଅଛନ୍ତି।