ସଂଗୀତ ଆଖଡ଼ା Saṁgīta ākhaṟḍ̠ā

  • ଦେ. ବି — ଗୀତ ଓ ବାଦ୍ୟ ସହିତ ନୃତ୍ୟ କରିବା ପାଇଁ ଗଠିତ ଦଳ — A company formed of singers, musicians and dancers
  • ଦେ. ବି — [ଦ୍ର—ବଙ୍ଗଦେଶରେ ସଙ୍ଗୀତ ଆଖଡ଼ା ଅନୁଷ୍ଠାନ ନାହିଁ ବୋଲି କହିଲେ ଚଳେ। ଦକ୍ଷିଣ ଓଡ଼ିଶାରେ ଓ ଓଡ଼ିଆ ଗଡ଼ଜାତରେ ନର୍ତ୍ତକୀମାନେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାଚୀନ ଓଡ଼ିଆ ସଙ୍ଗୀତ ଗାଇ ନୃତ୍ୟ କରନ୍ତି। ଦକ୍ଷିଣରେ ଆଜି ସୁଦ୍ଧା ଓଡ଼ିଆ ସଙ୍ଗୀତ ବିଦ୍ୟାର ଚର୍ଚ୍ଚା ବୁଡ଼ି ନାହିଁ। ଉତ୍କଳର କଟକ ଓ ପୁରୀ ଜିଲ୍ଲାରେ, ବିଶେଷତଃ ପୁରୀ ଜିଲ୍ଲାରେ ଓଡ଼ିଆ ସଙ୍ଗୀତ ଓ ନୃତ୍ୟବାଦ୍ୟାଦି ପାଇଁ ନାଟୁଆ ପିଲା ବା 'ଗୋଟିପୁଅ'ଙ୍କ ଦଳମାନ ଥିଲା; କିନ୍ତୁ ତାହା ବର୍ତ୍ତମାନ କମି ଯାଉଅଛି। ଏଥିରେ ଗୋଟିଏ ପିଲା ନାଚେ ଓ ସଙ୍ଗୀତ ଗାନକରେ; ଆଉ ଦୁଇ ଚାରିଟି ଲୋକ ଭିନ୍ନ ଭିନ୍ନ ବାଦ୍ୟ ଯନ୍ତ୍ର (ଯଥା—ଗିନୀ, ପଖୋଜ ବା ଡୁଗୀ ତବଲା, ବେହେଲା) ବଜାନ୍ତି ଓ ତା ସଙ୍ଗେ ଗୀତ ବୋଲନ୍ତି ବା ନର୍ତ୍ତକର ଗୀତ ପଦମାନଙ୍କରେ ପୁନରାବୃତ୍ତି କରନ୍ତି। ଏହିପରି ଚାରି ପାଞ୍ଚୋଟି ଲୋକ ସମନ୍ୱିତ ଆଖଡ଼ାକୁ 'ସଂଗୀତ ଆଖଡ଼ା' ବୋଲାଯାଏ।]