ସଂକ୍ରାନ୍ତ Saṁkrānta

  • ସଂ. ବିଣ (ସମ+କ୍ରମ୍ ଧାତୁ+କର୍ତ୍ତୃ ତ) — ସଂବନ୍ଧୀୟ; ସଂପର୍କୀୟ—(ଯଥା—ରାଜ୍ୟ- ସଂକ୍ରାନ୍ତ ବିଷୟ, ଧନସଂକ୍ରାନ୍ତ ବିବାଦ, ଯୁଦ୍ଧସଂକ୍ରାନ୍ତ ସଂବାଦ) — Relating to; appertaining to; concerning (any matter)
  • ସଂ. ବିଣ (ସମ+କ୍ରମ୍ ଧାତୁ+କର୍ତ୍ତୃ ତ) — ସଂକ୍ରାନ୍ତିଯୁକ୍ତ (ମାସ) — (month) Having a saṁkrānti related to it
  • ସଂ. ବିଣ (ସମ+କ୍ରମ୍ ଧାତୁ+କର୍ତ୍ତୃ ତ) — [ଦ୍ର—ବର୍ଷର ଅନ୍ଯ ସମସ୍ତ ସୌରମାସ ସଂକ୍ରାନ୍ତ ଅଟେ। କିନ୍ତୁ ଅଧିମାସ ବା ମଳମାସ ସଙ୍କ୍ରାନ୍ତ ନୁହେ। ଅର୍ଥାତ୍ 'ଅଧିମାସ'ରେ ସଙ୍କ୍ରାନ୍ତି ନ ଥାଏ।]
  • ସଂ. ବିଣ (ସମ+କ୍ରମ୍ ଧାତୁ+କର୍ତ୍ତୃ ତ) — ପ୍ରାପ୍ତ — Attained; received
  • ସଂ. ବିଣ (ସମ+କ୍ରମ୍ ଧାତୁ+କର୍ତ୍ତୃ ତ) — (ହିନ୍ଦୁସ୍ମୃତି) କ୍ରମାଗତ (ଧନାଦି); କୌଣସି ବ୍ଯକ୍ତି ଜରିଆରେ ପ୍ରାପ୍ତ ହୋଇଥିବା — (Hindu law) (Property) Coming through some person; received through; inherited through