ସଂକୀର୍ତ୍ତନା Saṁkīrttanā

  • ସଂ. ବି (ସମ୍+କୃତ୍ ଧାତୁ+ଭାବ ଅନ+ସ୍ତ୍ରୀ ଆ) — ଦେବତାଦିଙ୍କ ନାମୋଚ୍ଚାରଣ ପୂର୍ବକ ସ୍ତୁତିଗାନ; ସମ୍ୟକ୍ ପ୍ରକାରରେ ଦେବତାଙ୍କ ନାମ ଉଚ୍ଚାରଣ ପୂର୍ବକ ଗାନ — Songs sung in praise of god or Deities; chanting of hymns or psalms
  • ସଂ. ବି (ସମ୍+କୃତ୍ ଧାତୁ+ଭାବ ଅନ+ସ୍ତ୍ରୀ ଆ) — ଗୁଣାଦି— କଥନ; ପ୍ରଶଂସା କହିବା — Praising; eulogising
  • ସଂ. ବି (ସମ୍+କୃତ୍ ଧାତୁ+ଭାବ ଅନ+ସ୍ତ୍ରୀ ଆ) — ବର୍ଣ୍ଣନ — Describing
  • ସଂ. ବି (ସମ୍+କୃତ୍ ଧାତୁ+ଭାବ ଅନ+ସ୍ତ୍ରୀ ଆ) — ଉଚ୍ଚାରଣ — Uttering
  • ଦେ. ବି — ରାଧା, କୃଷ୍ଣ ଓ ଶ୍ରୀ ଚୈତନ୍ୟଙ୍କ ସମ୍ବନ୍ଧୀୟ ଖୋଳ କରତାଳ ଓ ନୃତ୍ୟାଦି ସହିତ ଗୀତ ଗାନ — Songs in praise of Rādhā, Kṛushṇa and Cha̲i̱tanya sung in accompaniment of music
  • ଦେ. ବି — [ଦ୍—ଭଗବାନ ଓ ଦେବତାଦିଙ୍କ ନାମସଂକୀର୍ତ୍ତନର ମାହାତ୍ମ୍ୟ ଭାଗବତ, ନାରଦ ପଞ୍ଚରାତ୍ର, ବୃହନ୍ନାରଦୀୟ ପୁରାଣାଦିରେ ବର୍ଣ୍ଣିତ ହୋଇଅଛି; କିନ୍ତୁ ଶ୍ରୀ ଚୈତନ୍ୟ ଦେବଙ୍କ ଅମଳରୁ ଖୋଳ କରତାଳ ସହିତ ବହୁ ଲୋକଙ୍କର ସମ୍ମିଳିତ ଗାନ ଓ ବିଶେଷତଃ ଶ୍ରୀରାଧା— କୃଷ୍ଣ ସମ୍ବନ୍ଧୀୟ ଗାନ ବା ସଂକୀର୍ତ୍ତନ ପ୍ରତି ବୈଷ୍ଣବମାନଙ୍କର ବିଶେଷ ଆଗ୍ରହ ଜନ୍ମିଅଛି। ଚୈତନ୍ୟଦେବ ପ୍ରଚାର କଲେ ଯେ, କଳିଯୁଗରେ ହରିନାମ ସଂକୀର୍ତ୍ତନହିଁ ମୁକ୍ତିଲାଭାର୍ଥ ମନୁଷ୍ୟର ଏକମାତ୍ର ଅବଲମ୍ବନ। କୀର୍ତ୍ତନୀୟ ନାମ ଯଥା— "ହରେର୍ନାମ ହରେର୍ନାମ ହରେର୍ନାମୈବ କେବଳଂ କଳୌ ନାସ୍ତ୍ୟେବ ନାସ୍ତ୍ୟେବ ନାସ୍ତ୍ୟେବ ଗତିରନ୍ଯଥା।" ଯେଉଁଠାରେ ନାମ ସଂକୀର୍ତ୍ତନ ହୁଏ, ତାହା ପ୍ରଧାନତମ ତୀର୍ଥ ଓ ସଂକୀର୍ତ୍ତନକାରୀ ବ୍ଯକ୍ତିଙ୍କ ପାଦରଜ ଯେଉଁଠାରେ ପଡ଼େ, ସେ ସ୍ଥାନ ପବିତ୍ର ହୁଏ। ଏହି କୀର୍ତ୍ତନଧ୍ୱନିରେ ପାପ ସବୁ ରାଜ୍ୟ ଛାଡ଼ି ପଳାନ୍ତି ଏବଂ ସଂକୀର୍ତ୍ତନ ଦ୍ୱାରା ଶ୍ରୋତା ଓ ଗାୟକଙ୍କର ଉପର ଓ ତଳର ସାତ ପୁରଷ ଉଦ୍ଧାର ପାଆନ୍ତି। ଶାସ୍ତ୍ରରେ ମଧ୍ୟ ଅଛି ଯେ, ସତ୍ୟଯୁଗରେ ତୀର୍ଥ, ତ୍ରେତାରେ ଯଜ୍ଞ, ଦ୍ୱାପରରେ ଦାନ ଓ କଳିରେ ନାମ ସଂକୀର୍ତ୍ତନହିଁ ଯୁଗଧର୍ମ। ପୁଣି କଥିତ ଅଛି ଯେ, ଦାନ, ବ୍ରତ, ତପସ୍ୟା, ଯଜ୍ଞ, ଏ ସମସ୍ତ ଅପେକ୍ଷା ସଂକୀର୍ତ୍ତନ ଅଧିକତର ଫଳପ୍ରଦ ଓ ମୁକ୍ତିପ୍ରଦ ଅଟେ ଏବଂ ସଂକୀର୍ତ୍ତନ—ବିରହିତ ଦାନାଦି କାର୍ଯ୍ୟ ନିଷ୍ଫଳ ହୁଏ। ଶ୍ରୀ ଚୈତନ୍ୟ ଦେବ ପ୍ରଧାନତଃ ଦୁଇଚାରୋଟି ପଦକୁ ଘୋଷି ଖୋଳ କରତାଳ ସାହାଯ୍ୟରେ ବହୁ ସହଚରଙ୍କ ସମଭିବ୍ଯାହାରରେ ସଂକୀର୍ତ୍ତନ କରୁଥିଲେ। ପଦମାନ ଯଥା
  • ଦେ. ବି — ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ।
  • ଦେ. ବି — କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ ହେ କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ ହେ କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ ପାହି ମାଂ କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ ରକ୍ଷ ମାଂ।
  • ଦେ. ବି — କୃଷ୍ଣ କେଶବ କୃଷ୍ଣ କେଶବ କୃଷ୍ଣ କେଶବ ପାହି ମାଂ ରାମ ରାଘବ ରାମ ରାଘବ ରାମ ରାଘବ ରକ୍ଷ ମାଂ। ଭାଗବତବର୍ଣ୍ଣିତ ଶ୍ରୀକୃଷ୍ଣ ଓ ରାଧାଙ୍କର ଭିନ୍ନ ଭିନ୍ନ ଲୀଳା ଓ ଚରିତକୁ ମଧ୍ୟ ଶ୍ରୀଚୈତନ୍ୟଦେବ ସମୟ— ସମୟରେ ଗାନ କରୁଥିଲେ। ପରେ ଚୈତନ୍ୟଙ୍କ ଭକ୍ତ— ମାନ ଓ ବିଶେଷତଃ ସ୍ୱର୍ଗୀୟ ଶ୍ରୀ ରାଧାରମଣ ଚରଣ ଦାସ "(ଭଜ) ନିତାଇ ଗଉର ରାଧେ ଶ୍ୟାମ (ଜପ) ହରେ କୃଷ୍ଣ ହରେ ରାମ" ଏହି ପଦକୁ ସଂକୀର୍ତ୍ତନ କଲେ ଏବଂ ଏହାହିଁ ବର୍ତ୍ତମାନ କେତେ ବୈଷ୍ଣବଙ୍କର ସଂକୀର୍ତ୍ତିତ ପ୍ରଧାନ ପଦ। ସଂକୀର୍ତ୍ତନରେ ଶ୍ରୀଚୌତନ୍ୟ ଦେବଙ୍କ ଜୀବନଚରିତ ମଧ୍ୟ ଗୀତ ହୁଏ।
  • ଦେ. ବି — ଚୈତନ୍ୟ ଦେବ ପୁରୀରେ ବହୁକାଳ ଅବସ୍ଥିତି କରି ଉତ୍କଳରେ ବୈଷ୍ଣବଧର୍ମର ବିଶିଷ୍ଟ ପ୍ରଚାରକ ହୋଇଥିଲେ। ଓଡ଼ିଶାରେ କେବଳ ପୁରୀର ଶାସନୀ ବ୍ରହ୍ମଣମାନଙ୍କ ଛଡ଼ା ଅଉ ସବୁ ଜାତି ଶ୍ରୀଚୈତନ୍ୟ ଦେବଙ୍କ ପ୍ରବର୍ତ୍ତିତ ସଂକୀର୍ତ୍ତନକୁ ଗ୍ରହଣ କରିଅଛନ୍ତି ଏବଂ ଉତ୍କଳର ଗ୍ରାମେ ଗ୍ରାମେ ବଙ୍ଗଳା ଭାଷାର ସଂକୀର୍ତ୍ତନ (ବଙ୍ଗ ଭାଷା ଜାଣୁ ନ ଥିବା ଅଶିକ୍ଷିତ ଓଡ଼ିଆଙ୍କ ମୁହଁରେ ବିକୃତ ରୂପ ଧାରଣ କରି ସୁଦ୍ଧା) ଏପର୍ଯ୍ୟନ୍ତ ଖୋଳ କରତାଳ ସାହାଯ୍ୟରେ ଗୀତ ହେଉଅଛି। ଶ୍ରୀକୃଷ୍ଣ ଳୀଳା ଓ ଶ୍ରୀଚୈତନ୍ୟ ଲୀଳା ଏହି ସଂକୀର୍ତ୍ତନମାନଙ୍କ ବିଷୟ। ଦୋଳ ଦଶହରା ଆଦି ଜାନି ଯାତ୍ରାଦିରେ, ଦେବତାମାନଙ୍କ ଶୋଭାଯାତ୍ରାରେ ଓ ଦେବ ମେଳନରେ ଏକାଧିକ ସଂକୀର୍ତ୍ତନ ମଣ୍ଡଳ ଖୋଳ କରତାଳ ସହିତ ସଂକୀର୍ତ୍ତନ କରନ୍ତି ଏବଂ ଚୈତନ୍ୟଦେବଙ୍କ ଅମଳରୁ ଅଜିପର୍ଯ୍ୟନ୍ତ ପୁରୀରେ ଜଗନ୍ନାଥଙ୍କ ରଥଯାତ୍ରା ଉପଲକ୍ଷରେ ଟଣା ହେଉଥିବା ରଥମାନଙ୍କ ଆଗରେ ଉତ୍କଳୀୟ ଓ ବଙ୍ଗୀୟ ସଂକୀର୍ତ୍ତନମଣ୍ଡଳୀମାନେ ସଂକୀର୍ତ୍ତନ କରି କରି ଅଗ୍ରସର ହେଉଥାଆନ୍ତି। ଓଡ଼ିଶାରେ ସଂକୀର୍ତ୍ତନ ବଙ୍ଗୀୟ କୀର୍ତ୍ତନର ମାଧୁରୀ ହରାଇ ପ୍ରାୟ ହାତେ ବ୍ୟାସବିଶିଷ୍ଟ ଝାଞ୍ଜ ଓ ଦୁଇ ହାତ ଲମ୍ବର ମୃଦଙ୍ଗବାଦନଧ୍ୱନି ମିଶ୍ରିତ ହୋଇ ଅତି କର୍କଶ ହୋଇଅଛି। ଯେଉଁଠାରେ ଶିକ୍ଷିତ ଦଳ ବଙ୍ଗୀୟ ସଂକୀର୍ତ୍ତନର ବାଦ୍ୟ (ଛୋଟ ମୃଦଙ୍ଗ ଓ ଛୋଟ ଝାଞ୍ଜ ବା କୁବୁଜି) ସାହାଯ୍ୟରେ ସଂକୀର୍ତ୍ତନ କରିବାକୁ ଶିଖି— ଅଛନ୍ତି, ତାହା ଶ୍ରୁତିମୁଧର; ନଚେତ୍ ଉତ୍କଳର ମଫସଲରେ ସଂକୀର୍ତ୍ତନର ଅର୍ଥ 5। 7 ଟି ମୃଦଙ୍ଗର ନିଧୁମା ବାଡ଼ିଆ ଓ 10। 12 ଯୋଡ଼ା ଝାଞ୍ଜର ଘୋର ଝଞ୍ଜାବାତ ସଦୃଶ ନାଦ। ଏହି ମାଡ଼ର ଦାଉରେ ଅନେକ ସମୟରେ ମୃଦଙ୍ଗମାନ ଫାଟିଯାଏ, ଝାଞ୍ଜିମାନ ଦଦରା ହୁଏ ଓ ବକ୍ତାଙ୍କ କଣ୍ଠର ଦର୍ଦୁର ନିନାଦରେ ପାଏ ବାଟଯାକେ ଲୋକେ ଅସ୍ଥିର ହୋଇଉଠନ୍ତି। ଓଡ଼ିଶାର ସଂକୀର୍ତ୍ତନରେ ଝାଞ୍ଜ ମୃଦଙ୍ଗ ବଜା ହୁଏ ନାହିଁ, ବାଡ଼ିଆ ହୁଏ। ଓଡ଼ିଶାରେ ଠାକୁରମାନଙ୍କର ଓ ସଂକୀର୍ତ୍ତନଣ୍ଡଳୀମାନଙ୍କର 'ମେଳନ'ରେ ଭିନ୍ନ ଭିନ୍ନ ଗାୟକଙ୍କ ଗୀତର ମାଧୁରୀ ପରୀକ୍ଷା କରା ଯାଏ ନାହିଁ, କିନ୍ତୁ ମୃଦଙ୍ଗର ରୋକଟ ଡାକ ଓ ମୃଦଙ୍ଗ ଏବଂ ଝାଞ୍ଜି ବାଡ଼ିଆରେ କେଉଁ ପଞ୍ଝା ଅନ୍ଯ ପଞ୍ଝାଙ୍କୁ ଟପିଗଲେ, ଏହାହିଁ ପରୀକ୍ଷା କରାଯାଏ। — ଚୈତନ୍ୟ ଦେବ ପୁରୀରେ ବହୁକାଳ ଅବସ୍ଥିତି କରି ଉତ୍କଳରେ ବୈଷ୍ଣବଧର୍ମର ବିଶିଷ୍ଟ ପ୍ରଚାରକ ହୋଇଥିଲେ ଓଡ଼ିଶାରେ କେବଳ ପୁରୀର ଶାସନୀ ବ୍ରହ୍ମଣମାନଙ୍କ ଛଡ଼ା ଅଉ ସବୁ ଜାତି ଶ୍ରୀଚୈତନ୍ୟ ଦେବଙ୍କ ପ୍ରବର୍ତ୍ତିତ ସଂକୀର୍ତ୍ତନକୁ ଗ୍ରହଣ କରିଅଛନ୍ତି ଏବଂ ଉତ୍କଳର ଗ୍ରାମେ ଗ୍ରାମେ ବଙ୍ଗଳା ଭାଷାର ସଂକୀର୍ତ୍ତନ (ବଙ୍ଗ ଭାଷା ଜାଣୁ ନ ଥିବା ଅଶିକ୍ଷିତ ଓଡ଼ିଆଙ୍କ ମୁହଁରେ ବିକୃତ ରୂପ ଧାରଣ କରି ସୁଦ୍ଧା) ଏପର୍ଯ୍ୟନ୍ତ ଖୋଳ କରତାଳ ସାହାଯ୍ୟରେ ଗୀତ ହେଉଅଛି ଶ୍ରୀକୃଷ୍ଣ ଳୀଳା ଓ ଶ୍ରୀଚୈତନ୍ୟ ଲୀଳା ଏହି ସଂକୀର୍ତ୍ତନମାନଙ୍କ ବିଷୟ ଦୋଳ ଦଶହରା ଆଦି ଜାନି ଯାତ୍ରାଦିରେ, ଦେବତାମାନଙ୍କ ଶୋଭାଯାତ୍ରାରେ ଓ ଦେବ ମେଳନରେ ଏକାଧିକ ସଂକୀର୍ତ୍ତନ ମଣ୍ଡଳ ଖୋଳ କରତାଳ ସହିତ ସଂକୀର୍ତ୍ତନ କରନ୍ତି ଏବଂ ଚୈତନ୍ୟଦେବଙ୍କ ଅମଳରୁ ଅଜିପର୍ଯ୍ୟନ୍ତ ପୁରୀରେ ଜଗନ୍ନାଥଙ୍କ ରଥଯାତ୍ରା ଉପଲକ୍ଷରେ ଟଣା ହେଉଥିବା ରଥମାନଙ୍କ ଆଗରେ ଉତ୍କଳୀୟ ଓ ବଙ୍ଗୀୟ ସଂକୀର୍ତ୍ତନମଣ୍ଡଳୀମାନେ ସଂକୀର୍ତ୍ତନ କରି କରି ଅଗ୍ରସର ହେଉଥାଆନ୍ତି ଓଡ଼ିଶାରେ ସଂକୀର୍ତ୍ତନ ବଙ୍ଗୀୟ କୀର୍ତ୍ତନର ମାଧୁରୀ ହରାଇ ପ୍ରାୟ ହାତେ ବ୍ୟାସବିଶିଷ୍ଟ ଝାଞ୍ଜ ଓ ଦୁଇ ହାତ ଲମ୍ବର ମୃଦଙ୍ଗବାଦନଧ୍ୱନି ମିଶ୍ରିତ ହୋଇ ଅତି କର୍କଶ ହୋଇଅଛି ଯେଉଁଠାରେ ଶିକ୍ଷିତ ଦଳ ବଙ୍ଗୀୟ ସଂକୀର୍ତ୍ତନର ବାଦ୍ୟ (ଛୋଟ ମୃଦଙ୍ଗ ଓ ଛୋଟ ଝାଞ୍ଜ ବା କୁବୁଜି) ସାହାଯ୍ୟରେ ସଂକୀର୍ତ୍ତନ କରିବାକୁ ଶିଖି— ଅଛନ୍ତି, ତାହା ଶ୍ରୁତିମୁଧର; ନଚେତ୍ ଉତ୍କଳର ମଫସଲରେ ସଂକୀର୍ତ୍ତନର ଅର୍ଥ5 7ଟି ମୃଦଙ୍ଗର ନିଧୁମା ବାଡ଼ିଆ ଓ10 12ଯୋଡ଼ା ଝାଞ୍ଜର ଘୋର ଝଞ୍ଜାବାତ ସଦୃଶ ନାଦ ଏହି ମାଡ଼ର ଦାଉରେ ଅନେକ ସମୟରେ ମୃଦଙ୍ଗମାନ ଫାଟିଯାଏ, ଝାଞ୍ଜିମାନ ଦଦରା ହୁଏ ଓ ବକ୍ତାଙ୍କ କଣ୍ଠର ଦର୍ଦୁର ନିନାଦରେ ପାଏ ବାଟଯାକେ ଲୋକେ ଅସ୍ଥିର ହୋଇଉଠନ୍ତି ଓଡ଼ିଶାର ସଂକୀର୍ତ୍ତନରେ ଝାଞ୍ଜ ମୃଦଙ୍ଗ ବଜା ହୁଏ ନାହିଁ, ବାଡ଼ିଆ ହୁଏ ଓଡ଼ିଶାରେ ଠାକୁରମାନଙ୍କର ଓ ସଂକୀର୍ତ୍ତନଣ୍ଡଳୀମାନଙ୍କର 'ମେଳନ'ରେ ଭିନ୍ନ ଭିନ୍ନ ଗାୟକଙ୍କ ଗୀତର ମାଧୁରୀ ପରୀକ୍ଷା କରା ଯାଏ ନାହିଁ, କିନ୍ତୁ ମୃଦଙ୍ଗର ରୋକଟ ଡାକ ଓ ମୃଦଙ୍ଗ ଏବଂ ଝାଞ୍ଜି ବାଡ଼ିଆରେ କେଉଁ ପଞ୍ଝା ଅନ୍ଯ ପଞ୍ଝାଙ୍କୁ ଟପିଗଲେ, ଏହାହିଁ ପରୀକ୍ଷା କରାଯାଏ
  • ଦେ. ବି — ସଂକୀର୍ତ୍ତନରେ ବ୍ଯବହୃତ ମୃଗଙ୍ଗକୁ 'ଖୋଳ' ଓ ଝାଞ୍ଜକୁ 'କରତାଳ' ବୋଲାଯାଏ। ସଂକୀର୍ତ୍ତନ ଶେଷରେ ଖୋଳ କରତାଳକୁ ଭୋଗ ଓ ନୂତନ ବସ୍ତ୍ର ଅର୍ପିତ ହୋଇ ପୂଜା କରାଯାଏ।]