ସଂକୀର୍ତ୍ତନ ଆଖଡ଼ା Saṁkīrttana ākhaṟḍ̠ā

  • ଦେ. ବି: ସଂକୀର୍ତ୍ତନ ଶିକ୍ଷା କରିବାର ଗୃହ — A room where Saṁkīrttana is taught
  • ଦେ. ବି: [ଦ୍ର— ଉତ୍କଳରେ ପ୍ରାୟ ପ୍ରତ୍ୟେକ ଗ୍ରାମରେ (ଶାସନୀ ବ୍ରାହ୍ମଣ-ପ୍ରଧାନ ଗ୍ରାମ ବ୍ୟତୀତ) ସଂକୀର୍ତ୍ତନ ଆଖଡ଼ା ପାଇଁ ଗୋଟିଏ ସ୍ୱତନ୍ତ୍ର ଗୃହ ଥାଏ। ଯେଉଁ ଗ୍ରାମରେ 'ଭାଗବତ-ଟୁଙ୍ଗୀ' ଥାଏ, ସେହି ଟୁଙ୍ଗୀ ମଧ୍ୟ 'ସଙ୍କୀର୍ତ୍ତନ ଆଖଡ଼ା' ରୂପେ ବ୍ଯବହୃତ ହୁଏ। ଏହି ଆଖଡ଼ା ଘର ଗ୍ରାମବାସୀଙ୍କର ସାଧାରଣ ଗୃହ ଓ ଏଥିରେ ଗ୍ରାମବାସୀମାନେ ପ୍ରତିଦିନ ସନ୍ଧ୍ୟା ସମୟରେ ଏକତ୍ର ହୋଇ ସଂକୀର୍ତ୍ତନ ଅଭ୍ୟାସ କରନ୍ତି ଏବଂ ଏହି ଘରେ ଗ୍ରାମବାସୀମାନଙ୍କର ଖୋଳ କରତାଳମାନ ରଖାଯାଏ। ଗ୍ରାମବାସୀମାନେ ସଂକୀର୍ତ୍ତନ ଶିଖିବା ପାଇଁ ଚାନ୍ଦା ଉଠାଇ 'ଗୁରୁ' ରଖନ୍ତି।]
  • ଦେ. ବି: ସଂକୀର୍ତ୍ତନକାରୀ ଦଳ — A company of Saṁkīrttana chanters