ସଂକଟେଈ ମୁଦି Saṁkaṭeī mudi
- ଦେ. ବି. (ସଂ. ସଂକଟା+ମୁଦ୍ରିକା) — ସନ୍ତାନକାମା ସ୍ତ୍ରୀମାନେ ସନ୍ତାନ ଲାଭପାଇଁ ମାନସିକ କରି, ଓ ସନ୍ତାନ ହେଲେ ସଂକଟେଈ ଦେବୀଙ୍କୁ ଭୋଗ ଦେବେ ବୋଲି ସଂକଳ୍ପ କରି, ଡାହଆଣ ହାତର ବିଶି ଆଙ୍ଗୁଠି ଓ ମଝି ଆଙ୍ଗୁଠି, ଏ ଦୁଇ ଆଙ୍ଗଠିରେ ଛନ୍ଦିକରି ପିନ୍ଧିବା ପରସ୍ପରସଂଲଗ୍ନ ଠ ଆକାରର ଧାତୁମୟ ମୁଦ୍ରିକା — A double ring worn by females desiring offspring
- ଦେ. ବି. (ସଂ. ସଂକଟା+ମୁଦ୍ରିକା) — [ଦ୍ର—ଏହାକୁ ପିନ୍ଧିଥିବା ସ୍ତ୍ରୀର ଉକ୍ତ ଦୁଇ ଆଙ୍ଗୁଠିଯାକ ଏକ ସମୟରେ ଚାଳିତ ହୁଏ। ମାନସିକ କରିଥିବା ସ୍ତ୍ରୀର ସନ୍ତାନ ହେଲେ ଉକ୍ତ ସନ୍ତାନ ବଡ଼ ହୋଇ ଯେଉଁ ଦିନ ମାଆକୁ ପଚାରିବ, "ମା! ଏ ମୁଦି କିଆଁ ପିନ୍ଧିଛୁ?" ସେହି ଦିନ ଏ ବ୍ରତ ଉଯୁଆଁ ହେବ ଏବଂ ମାଆ ନିଜ ହାତରୁ ଉକ୍ତ ମୁଦି କାଢ଼ି ସଂକଟେଈଙ୍କଠାରେ ମନାସିଥିବା ଭୋଗରାଗ କରିବେ।]