ଷୋଡ଼ଶାଙ୍ଗ Shoṟḍ̠aṡāṅga

  • ସଂ. ବି. (ବହୁବ୍ରୀହି) — 16 ଟି ସୁଗନ୍ଧ ଦ୍ରବ୍ୟ ମିଶ୍ରିତ ଧୂପ — 16ଟି ସୁଗନ୍ଧ ଦ୍ରବ୍ୟ ମିଶ୍ରିତ ଧୂପ— Fumigating mixture or incense consisting of 16 scented ingredients
  • ସଂ. ବି. (ବହୁବ୍ରୀହି) — [ଦ୍ର—ଏହା ଦେବପୂଜା ଓ ଶ୍ରାଦ୍ଧାଦିରେ ବ୍ଯବହୃତ ହୁଏ। ଏଥିର ଉପାଦାନ ଯଥା—ଗୁଗ୍ଗୁଳ, ସରଳ (ଏକପ୍ରକାର ଦେବଦାରୁ କାଠ), ଦାରୁ (ଦେବଦାରୁ କାଠ), ପତ୍ର (ତେଜପତ୍ର), ମଳୟ ସମ୍ଭବ (ଶ୍ୱେତ ଚନ୍ଦନ କାଠ), ହ୍ରୀବେର (କୁରୁବେଲି), ଅଗୁରୁ (ଅଗୁରୁ ଚନ୍ଦନ), କୁଷ୍ଠ (କୁଢ଼), ଗୁଡ଼, ସର୍ଜରସ (ଝୁଣା), ଘନ, (ମୁଥା, ମତାନ୍ତରରେ କର୍ପୂର), ହରୀତକୀ—(ହରିଡ଼ା), ନଖୀ—(ସୁଗନ୍ଧ ଦ୍ରବ୍ୟ ବିଶେଷ), ଲାକ୍ଷା—(ଲାଖ ବା ଜଉ), ଜଟାମାଂସୀ, ଶୈଳଜ—(ଶୈଳେୟ); ଏଥିରେ ଘିଅ ମିଶାଇ ଧୂପ ଦେବ—ବିଶ୍ୱକୋଷ।]