ଷୋଡ଼ଶ କଳା Shoṟḍ̠aṡa kaḻā
- ସଂ. ବି — ଚନ୍ଦ୍ର ମଣ୍ଡଳର 16 ଭାଗ ମଧ୍ୟରୁ ପ୍ରତ୍ୟେକ ଭାଗ — ଚନ୍ଦ୍ର ମଣ୍ଡଳର16ଭାଗ ମଧ୍ୟରୁ ପ୍ରତ୍ୟେକ ଭାଗ—The sixteen digits of the moon
- ସଂ. ବି — [ଦ୍ର—ପୂର୍ଣ୍ଣିମା ଦିନ ଚନ୍ଦ୍ର ଷୋଡ଼ଶ କଳା ବିଶିଷ୍ଟ ହୋଇ ଥାଆନ୍ତି ଓ ତତ୍ପରେ ପ୍ରତିଦିନ ଗୋଟିଏ ଲେଖାଏଁ କଳା ଊଣା ହୋଇ ଅମାବାସ୍ୟା ଦିନ ଚନ୍ଦ୍ରଙ୍କର ଏକମାତ୍ର କଳା ବାକି ଥାଏ; ପୁଣି ପ୍ରତିପଦ୍ଠାରୁ ଗୋଟିଏ ଲେଖାଏଁ କଳା ବଢ଼େ।
- ସଂ. ବି — ଏହି କଳାମାନଙ୍କର ନାମ ଯଥା—ଅମୃତା, ମାନଦା, ପୂଷା, ତୁଷ୍ଟି, ପୁଷ୍ଟି, ରତି, ଧୃତି, ଶଶି, ଚନ୍ଦ୍ରିକା, କାନ୍ତି; ଜ୍ୟୋତ୍ସ୍ନା, ଶ୍ରୀ, ପ୍ରୀତି, ଅଙ୍ଗଦା, ପୂର୍ଣ୍ଣା ଓ ପୂର୍ଣ୍ଣାମୃତା।]
- ଦେ. ବି (ଲକ୍ଷଣାର୍ଥ) — କୌଣସି ବିଷୟର ସମସ୍ତ ଅଙ୍ଗ ପୂର୍ଣ୍ଣହେବା ଅବସ୍ଥା; ଷୋଳପଣ — (figurative) The state of fullness of any matter