ଷଡ଼୍ଦୁର୍ଗ Shaṟḍ̠-durga

  • ସଂ. ବି — ହିନ୍ଦୁଶାସ୍ତ୍ରରେ ବର୍ଣ୍ଣିତ ଛଅ ପ୍ରକାର ଦୁର୍ଗ ବା କୋଟ୍ଟ — Six classes or kinds of fortifications described in the Hindu books
  • ସଂ. ବି — [ଦ୍ର—ମନୁସଂହିତା 7 ମ ଅଧ୍ୟାୟ 70 ଶ୍ଳୋକରେ ଛଅଟି ଦୁର୍ଗର ଉଲ୍ଲେଖ ଅଛି— 1 । ଧନ୍ୱଦୁର୍ଗ (ନିର୍ଜଳ ମରୁ— ବେଷ୍ଟିତ ଦୁର୍ଗ), 2 । ମହୀଦୁର୍ଗ ବା ମୃଦ୍ଦୁର୍ଗ (ମାଟି, ପାଷାଣ ଓ ଇଷ୍ଟକାଦି ନିର୍ମିତ ଦୁର୍ଗ), 3 । ଅବ୍ଦୁର୍ଗ ବା ଜଳଦୁର୍ଗ (ଜଳକୁଲ୍ୟାଦି ପରିବେଷ୍ଟିତ ଦୁର୍ଗ), 4 । ବାର୍କ୍ଷ୍ୟ ଦୁର୍ଗ ବା ବନ ଦୁର୍ଗ (ମହାବୃକ୍ଷ, କଣ୍ଟକ, ଗୁଳ୍ମ ଲତାଦି ବ୍ୟାପ୍ତ ଦୁର୍ଗ), 5 । ନୃଦୁର୍ଗ ବା ମନୁଷ୍ୟ ଦୁର୍ଗ (ଚାରି— ଆଡ଼େ ହସ୍ତ୍ୟଶ୍ୱ ରଥ ସେନାଦି ପରିବୃତ ଦୁର୍ଗ), 6 । ଗିରି ଦୁର୍ଗ (ପର୍ବତରେ ଅବସ୍ଥିତ ଦୁର୍ଗମ ଓ ଦୁରାକ୍ରମଣୀୟ ଦୁର୍ଗ)। ଏହି ସବୁ ଦୁର୍ଗରେ ରାଜା ବାସ କରିବେ। — [ଦ୍ର—ମନୁସଂହିତା7ମ ଅଧ୍ୟାୟ70ଶ୍ଳୋକରେ ଛଅଟି ଦୁର୍ଗର ଉଲ୍ଲେଖ ଅଛି—1 ଧନ୍ୱଦୁର୍ଗ (ନିର୍ଜଳ ମରୁ— ବେଷ୍ଟିତ ଦୁର୍ଗ),2 ମହୀଦୁର୍ଗ ବା ମୃଦ୍ଦୁର୍ଗ (ମାଟି, ପାଷାଣ ଓ ଇଷ୍ଟକାଦି ନିର୍ମିତ ଦୁର୍ଗ),3 ଅବ୍ଦୁର୍ଗ ବା ଜଳଦୁର୍ଗ (ଜଳକୁଲ୍ୟାଦି ପରିବେଷ୍ଟିତ ଦୁର୍ଗ),4 ବାର୍କ୍ଷ୍ୟ ଦୁର୍ଗ ବା ବନ ଦୁର୍ଗ (ମହାବୃକ୍ଷ, କଣ୍ଟକ, ଗୁଳ୍ମ ଲତାଦି ବ୍ୟାପ୍ତ ଦୁର୍ଗ),5 ନୃଦୁର୍ଗ ବା ମନୁଷ୍ୟ ଦୁର୍ଗ (ଚାରି— ଆଡ଼େ ହସ୍ତ୍ୟଶ୍ୱ ରଥ ସେନାଦି ପରିବୃତ ଦୁର୍ଗ),6 ଗିରି ଦୁର୍ଗ (ପର୍ବତରେ ଅବସ୍ଥିତ ଦୁର୍ଗମ ଓ ଦୁରାକ୍ରମଣୀୟ ଦୁର୍ଗ) ଏହି ସବୁ ଦୁର୍ଗରେ ରାଜା ବାସ କରିବେ
  • ସଂ. ବି — ମହାଭାରତ ଶାନ୍ତି ପର୍ବ୍ୱରେ ରାଜଧର୍ମ ପର୍ବାଧ୍ୟାୟରେ ମଧ୍ୟ ଏହି ଛଅଟି ଦୁର୍ଗର ଉଲ୍ଲେଖ ଅଛି।]